Advertisment

ବ୍ୟାଟରଙ୍କ ପରେ ବିଫଳ ବୋଲର୍, ୩୫୬ ରନ୍ ଲିଡରେ ନ୍ୟୁଜିଲ୍ୟାଣ୍ଡ

ପ୍ରଥମ ପାଳିରେ ୪୬ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା ଟିମ୍ ଇଣ୍ଡିଆ

New Zealand & India players

New Zealand & India players

Advertisment

ଘରୋଇ ମାଟିରେ ଟିମ୍ ଇଣ୍ଡିଆକୁ ଘାଇଲା କରିଛି ନ୍ୟୁଜିଲ୍ୟାଣ୍ଡ। ପ୍ରଥମେ ବୋଲିଂ ପରେ ବ୍ୟାଟିଂରେ ଆଟାକ୍ କରିଛି କ୍ୱିୱି ଟିମ୍। ଦଳ ପ୍ରଥମ ପାଳିରେ ୪୦୨ ରନ୍ କରିବା ପରେ ଅଲ୍ ଆଉଟ୍ ହୋଇଛି। ଫଳରେ ଭାରତ ଆଗରେ ୩୫୬ ରନର ଲିଡ୍ ରହିଛି। 

Advertisment

ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳା ଯାଉଥିବା ଏହି ମ୍ୟାଚରେ ପ୍ରଥମ ଦିନକୁ ବର୍ଷା ଧୋଇନଥିଲା। ପାଗରେ ସୁଧାର ଆସିବା ପରେ ଦ୍ୱିତୀୟ ଦିନରେ ଖେଳ ଆରମ୍ଭ ହୋଇଥିଲା। ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା, ଯାହା ଦଳ ପାଇଁ ଭାରି ପଡ଼ିଥିଲା।

ପ୍ରଥମ ପାଳିରେ ଭାରତ ସବୁଠୁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ମାତ୍ର ୪୬ ରନରେ ଅଲ୍ ଆଉଟ୍ ହୋଇ ଯାଇଥିଲା ଟିମ୍ ଇଣ୍ଡିଆ। ବ୍ୟାଟରଙ୍କଠାରୁ ଅଲରାଉଣ୍ଡର କାହାରି ବ୍ୟାଟ୍ କାମ କରିନଥିଲା। ପାଞ୍ଚ ଜଣ ଖେଳାଳି ଖାତା ବି ଖୋଲି ପାରିନଥିଲେ। ଫଳରେ ୩-୪ ଘଣ୍ଟା ମଧ୍ୟରେ ଭାରତର ପ୍ରଥମ ପାଳି ସରି ଯାଇଥିଲା। ଏହା ପରେ ଦିନ ତମାମ ମୈଦାନରେ ରାଜ୍ କରିଥିଲା ନ୍ୟୁଜିଲ୍ୟାଣ୍ଡ।

Advertisment

ଭାରତୀୟ ବୋଲରଙ୍କୁ ଘରୋଇ ମାଟିରେ ଧୂଲେଇ କରି ଚାଲିଥିଲେ। ରଚିନ ରବିନ୍ଦ୍ର ୧୩୪ ରନର ଶତକୀୟ ପାଳି ଖେଳି ଥିବାବେଳେ ଡେଭନ କନୱେ ୯୧ ରନ୍ କରିଛନ୍ତି। ସେହିପରି ଟିମ୍ ସାଉଦୀ ୬୫ ରନ୍, ୱିଲ୍ ୟଙ୍ଗ ୩୩, ଟମ୍ ଲାଥମ ୧୫, ଡାରିଏଲ ମିଚେଲ. ୧୮, ଟମ୍ ବ୍ଲୁନ୍ଦେଲ ୫, ମାଟ୍ଟ ହେନରେ ୮ ଏବଂ ଅଜାଜ ପଟେଲ ୪ ରନ୍ କରିଛନ୍ତି।

ଗତକାଲି ଖେଳ ଶେଷ ସୁଦ୍ଧା ୧୩୪ ରନର ଲିଡରେ ରହିଥିଲା ନ୍ୟୁଜିଲ୍ୟାଣ୍ଡ। ଆଜି ୪୦୨ ରନ୍ ସହ ୩୫୬ ରନର ଲିଡରେ ଅଛି। ଏହାପରେ ଭାରତ ତା'ର ଦ୍ୱିତୀୟ ପାଳି ଆରମ୍ଭ କରିଛି। ଭାରତକୁ ଜିତିବାକୁ ହେଲେ ୱାନ୍-ଡେ ଭଳି ଖେଳିବାକୁ ପଡ଼ିବ। 

Cricket Ind Vs Nz Sports India Vs New Zealand 1st Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe