Advertisment

ଭାରତକୁ ୧୫୬ ରନରେ ରୋକିଲା ନ୍ୟୁଜିଲ୍ୟାଣ୍ଡ

ଘରୋଇ ମାଟିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି...

author-image
Ordigital Desk
ଅଦ୍ୟତନ ହୋଇଛି
Rohit Sharma

Rohit Sharma

ଘରୋଇ ମାଟିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ମୁକାବିଲାରେ ବି ସ୍ଥିତିରେ ସୁଧାର ଆସିପାରୁନି। ଦଳ ତା'ର ପ୍ରଥମ ଇନିଂସରେ ମାତ୍ର ୧୫୬ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଛି। 

Advertisment

ପୁଣେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ  ୨୫୯ ରନ ସଂଗ୍ରହ କରିଥିଲା। ଜବାବରେ ପ୍ରଥମ ପାଳିରେ ୧୫୬ ରନ୍ କରି ସମସ୍ତ ୱିକେଟ ହରାଇଛି ରୋହିତ ସେନା।

ପ୍ରଥମ ଦିନ ଭାରତୀୟ ଯୁବ ସ୍ପିନର ୱାଶିଂଟନ ସୁନ୍ଦର ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଘାତକ ବୋଲିଂର ସାମ୍ନା କରିନପାରି ୨୫୯ ରନରେ ସମସ୍ତ ୱିକେଟ ହରାଇଥିଲା ଭ୍ରମଣକାରୀ ଦଳ। ଏହାପରେ ବ୍ୟାଟିଂ ଆରମ୍ଭ କରି ପ୍ରଥମ ଦିନରେ ୧୧ ଓଭର ଖେଳି ଭାରତ ୧୬ ରନ୍ କରି ଗୋଟିଏ ୱିକେଟ ହରାଇଥିଲା।

Advertisment

ଅଧିନାୟକ ରୋହିତ ଶର୍ମା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଶୁବମନ ଗିଲ୍ ୧୦ ରନ ଓ ଯଶସ୍ୱୀ ଜୈସ୍ୱାଲ ୬ ରନ କରି ଅପରାଜିତ ରହିଥିଲେ।

ଏହାପରେ ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ଘରୋଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଗିଲ୍ ଓ ଜୈସ୍ୱାଲ ୩୦ ରନ ଲେଖାଏଁ କରି ଆଉଟ ହୋଇଥିଲେ। ଏହାପରେ ବିରାଟ କୋହଲି ମଧ୍ୟ ମାତ୍ର ୧ ରନ କରି ପାଭିଲିଅନ ଫେରିଥିଲେ। 

ଜାଡେଜାଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟର ୨୦ ରନ ବି କରିବାକୁ ସମର୍ଥ ହୋଇନଥିଲେ। ସେ ମଧ୍ୟ ସତର୍କତାର ସହ ପାଳିକୁ ଆଗେଇ ନେଉ ଥିବାବେଳେ ମିଚେଲ ସାଣ୍ଟେନରଙ୍କ ଶିକାର ହୋଇଥିଲେ। ଜାଡେଜା ୪୬ ବଲରେ ୩୮ ରନ୍ କରିଥିଲେ। ଫଳରେ ୧୦୩ ରନ ଲିଡ୍ ନେଇ ଦ୍ୱିତୀୟ ପାଳି ବ୍ୟାଟିଂ ଆରମ୍ଭ କରିଛି ନ୍ୟୁଜିଲ୍ୟାଣ୍ଡ।

Cricket Sports India Vs New Zealand IND Vs NZ 2nd Test