Advertisment

ଦୁବାଇର କେଉଁ ପିଚ୍‌ରେ ଖେଳା ଯିବ ଭାରତ-ନ୍ୟୁଜିଲ୍ୟାଣ୍ଡ ଫାଇନାଲ? ରହିଛି ପାକିସ୍ତାନ ଲିଙ୍କ୍‌

ଦୁବାଇରେ ଏବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଫାଇନାଲରେ ସ୍ପିନର ଗୁରୁତ୍ୱ ଆହୁରି ବଢ଼ିଯିବ।

Dubai

Dubai

Advertisment

ଆସନ୍ତାକାଲି ଚାମ୍ପିୟନ୍ସ ଟ୍ରଫି ୨୦୨୫ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ। ସୁପର ସଣ୍ଡେର ଏହି ହାଇଭୋଲଟେଜ ମ୍ୟାଚ୍‌ ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର କେଉଁ ପିଚ୍‌ରେ ଖେଳାଯିବ, ତା’କୁ ନେଇ ଚର୍ଚ୍ଚା। ଏସବୁ ଭିତରେ କେଉଁ ପିଚ୍‌ରେ ଫାଇନାଲ ଖେଳାଯିବ, ତା’ର ନିଷ୍ପତ୍ତି ହୋଇଛି। ଆସନ୍ତାକାଲି ଫାଇନାଲ ଖେଳାଯିବାକୁ ଥିବା ବେଳେ ଟାଇଟଲ ଲଢ଼େଇ କେଉଁ ପିଚ୍‌ରେ ହେବ, ତା’ର ନିଷ୍ପତ୍ତି ଅଧିକାରୀମାନେ ନେଇଛନ୍ତି।

Advertisment

ଫାଇନାଲ ପୂର୍ବରୁ ଗ୍ରାଉଣ୍ଡ ଷ୍ଟାଫ ସବୁ ପିଚ୍‌ରେ ପାଣି ଦେଇଛନ୍ତି। ଏଥିସହ ଷ୍ଟାଡିୟମର ସେଣ୍ଟର ବା ମଝି ୱିକେଟକୁ ଫାଇନାଲ ପାଇଁ ପ୍ରସ୍ତୁତ କରିଛନ୍ତି। ଏହାର ଅର୍ଥ ଷ୍ଟାଡିୟମରେ ସେଣ୍ଟର ୱିକେଟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ଟାଇଟଲ ପାଇଁ ଲଢ଼େଇ କରିବେ। ଏହି ପିଚ୍‌ର ଲିଙ୍କ ପାକିସ୍ତାନ ସହ ରହିଛି। ଏହି ସମାନ ୱିକେଟରେ ଭାରତ ପୂର୍ବରୁ ଖେଳି ସାରିଛି। ଫେବୃଆରୀ ୨୩ ଭାରତ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ଏଠାରେ ମ୍ୟାଚ୍‌ ଖେଳିଥିଲା। ମ୍ୟାଚ୍‌କୁ ମଧ୍ୟ ଦଳ ବେଶ ସହଜରେ ଜିତି ନେଇଥିଲା।

ରିପୋର୍ଟ ଅନୁସାରେ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପୂର୍ବରୁ ବ୍ୟବହୃତ ହୋଇସାରିଥିବା ପିଚର ବ୍ୟବହାର କରାଯିବ। ଏମିରାଟ୍ସ କ୍ରିକେଟ ବୋର୍ଡ ସବୁବେଳେ ପିଚ୍‌ ଗୁଡ଼ିକ ପାଇଁ ୨ ସପ୍ତାହ ବିଶ୍ରାମ ନୀତି ଆପଣାଉଛି। ଭାରତର ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ଗୁଡ଼ିକ ପୂର୍ବରୁ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମ ଆଇଏଲଟି୨୦ର ଆୟୋଜନ କରିଥିଲା। ସେତେବେଳେ ମଧ୍ୟ ୨ ସପ୍ତାହ ବିଶ୍ରାମ ନୀତି ଲାଗୁ କରାଯାଇଥିଲା। ଏହି ନୀତି ଅନୁସାରେ ଫାଇନାଲରେ ମଧ୍ୟ ପୂର୍ବରୁ ବ୍ୟବହାର ହୋଇଥିବା ପିଚ୍‌ର ବ୍ୟବହାର କରାଯିବାକୁ ନିଷ୍ପତ୍ତି ହୋଇଛି।

Advertisment

ଏହି ପିଚ୍‌ଟି ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ମ୍ୟାଚ ଶେଷ ଥର ପାଇଁ ବ୍ୟବହରା ହୋଇଥିଲା। ଏବେ ସମାନ ପିଚ୍‌ ମାର୍ଚ୍ଚ ୯ ଫାଇନାଲ ଲଢ଼େଇ ପାଇଁ ବ୍ୟବହାର ହେବ। ଜଣେ ଅଧିକାରୀ କହିଛନ୍ତି, “ଆପଣ ଯଦି ଚାମ୍ପିୟନ୍ସ ଟ୍ରଫିରେ ବ୍ୟବହାର ହେଉଥିବା ପିଚ୍‌ଗୁଡ଼ିକ ଦେଖିବେ, ତା’ହେଲେ ଜାଣିପାରିବେ ଯେ ସବୁ ସମୟରେ କ୍ୟୁରେଟର ଏବଂ ଗ୍ରାଉଣ୍ଡ ଷ୍ଟାଫ ୨ ସପ୍ତାହ ବିଶ୍ରାମ ନୀତିକୁ ଆପଣାଇଛନ୍ତି।

ଆଇଏଲଟି୨୦ ଚାଲିଥିଲେ ହେଁ ଭାରତ ଓ ବାଂଲାଦେଶ ୨ ସପ୍ତାହ ଯାଏ ବ୍ୟବହାର ହୋଇ ନଥିବା ପିଚ୍‌ରେ ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ ଖେଳିଥିଲେ। ଏହାପରେ ସମାନ ନୀତି ଆଧାରରେ ବାକି ପିଚ୍‌ଗୁଡ଼ିକରେ ଭାରତ ମ୍ୟାଚ୍‌ ଖେଳିଥିଲା। ଆଇଏଲଟି୨୦ ଚାଲିଥିଲେ ହେଁ ଗ୍ରାଉଣ୍ଡ ଷ୍ଟାଫଙ୍କ ଆଖି ଚାମ୍ପିୟନ୍ସ ଟ୍ରଫି ଉପରେ ରହିଥିଲା। କେବଳ ସ୍କୋୟାର ନୁହେଁ, ବରଂ ଆଉଟ ଫିଲ୍ଡକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଖାସ ଏହି କାରଣ ପାଇଁ ଅନେକ ମ୍ୟାଚ୍‌ ସତ୍ତ୍ୱେ ଆଉଟ ଫିଲ୍ଡ ପୂର୍ବ ଭଳି ଫାଷ୍ଟ ରହିଛି। ଆଉଟ ଫିଲ୍ଡ ଆଦୌ ଧିମା ହୋଇନାହିଁ।”

କୁହାଯାଉଛି ଯେ ଦୁବାଇରେ ଏବେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଫାଇନାଲରେ ସ୍ପିନର ଗୁରୁତ୍ୱ ଆହୁରି ବଢ଼ିଯିବ। ମଝି ୱିକେଟକୁ ବେଶ କିଛି ଦିନ ହେବ ଘୋଡ଼ାଇ ରଖାଯାଇଥିଲା। ଏବେ ଫାଇନାଲର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଆଜି ସନ୍ଧ୍ୟାରୁ ଏହାକୁ ଖୋଲାଯିବ। ଏହି ପିଚ୍‌ରେ ସ୍ପିନରଙ୍କୁ ସବୁ ପ୍ରକାରର ଫାଇଦା ମିଳିବ।

ଫେବୃଆରୀ ୨୩ରେ ଖେଳାଯାଇଥିବା ମ୍ୟାଚ୍‌ରେ ମଧ୍ୟ ସ୍ପିନରଙ୍କ ଦବଦବା ଦେଖିବାକୁ ମିଳିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ପାକିସ୍ତାନ ୪୯.୪ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ ରନ କରିଥିଲା। ଭାରତ ପକ୍ଷରୁ କୁଲଦୀପ ଯାଦବ ୩ଟି, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି, ରବୀନ୍ଦ୍ର ଜାଡେଜା ଓ ହର୍ଷିତ ରାଣା ଗୋଟିଏ ଲେଖାଏ ୱିକେଟ ନେଇଥିଲେ।

୨୪୨ ରନର ଟାର୍ଗେଟ ପିଛା କରୁଥିବା ଭାରତ ବିରାଟଙ୍କ କୋହଲିଙ୍କ ଅପରାଜିତ ୧୦୦ ରନ ବଳରେ ୪ ୱିକେଟ ହରାଇ ବିଜୟ ଟାର୍ଗେଟକୁ ହାସଲ କରି ନେଇଥିଲା। ୪୫ ବଲ ପୂର୍ବର ଭାରତ ବିଜୟ ମୁଣ୍ଡି ମାରିଥିଲା।

India Vs New Zealand Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe