Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ସୂର୍ଯ୍ୟ-ସାମି ଦଳରେ ସାମିଲ୍

ଆଜି ଧର୍ମଶାଳାରେ ହେବ ବିଗ୍ ଫାଇଟ୍। ଟସ୍ ଜିତିଲା ଭାରତ, ପ୍ରଥମେ ବୋଲିଂ କରିବେ ରୋହିତ୍ ବାହିନୀ।

author-image
Debibandita Barick
ଅଦ୍ୟତନ ହୋଇଛି
India & New Zealand Captain

India & New Zealand Captain

ଆଜି ହେବାକୁ ଯାଉଛି ଆଉ ଏକ ବିଗ୍ ଫାଇଟ୍। ଦୁଇ ଅପରାଜୟ ଟିମ୍ ନ୍ୟୁଜିଲାଣ୍ଡ ଓ ଭାରତ ମୁହାଁମୁହିଁ ହେଉଛନ୍ତି। ଏହି ମହା ଲଢେଇରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି ଭାରତ।

Advertisment

ସେପଟେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତର ରେକର୍ଡ ଖରାପ ଥିବାବେଳେ ଟିମକୁ ଘାରିଛି ଆହତ ଚିନ୍ତା। ବାଂଲାଦେଶ ବିପକ୍ଷ ମ୍ୟାଚରେ ଅଲରାଉଣ୍ଡର ତଥା ଉପଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇ ଟିମରୁ ବାଦ୍ ପଡିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ଅଭ୍ୟାସ ବେଳେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଥିଲା।

ତଥାପି, ଚୂଡାନ୍ତ ଏକାଦଶରେ ସୂର୍ଯ୍ୟକୁମାର ଯାଦବଙ୍କୁ ସାମିଲ କରାଯାଇଛି। ସେହିପରି ମହମ୍ମଦ ଶାମିଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମୁକାବିଲାରେ ସାମିଲ କରାଯାଇଛି। ତାଙ୍କୁ ଶାର୍ଦ୍ଦିଲ ଠାକୁରଙ୍କ ବଦଳରେ ସ୍ଥାନ ମିଳିଛି।

Advertisment

ଭାରତର ଚୂଡାନ୍ତ ଏକାଦଶ: ରୋହିତ ଶର୍ମା(କ୍ୟାପ୍ଟେନ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟାସ ଆୟର, କେଏଲ ରାହୁଲ(ୱିକେଟ କିପର୍), ସୂର୍ଯ୍ୟକୁମାର ଯାଦବ, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମାର, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ଶିରାଜ।

ନ୍ୟୁଜିଲ୍ୟାଣ୍ଡ ଚୂଡାନ୍ତ ଏକାଦଶ: ଡେଭନ କୋନୱେ(ୱିକେଟ କିପର୍), ୱିଲ୍ ୟଙ୍ଗ, ରଚିନ ରବିନ୍ଦ୍ର, ଡରୟଲ ମିଚେଲ, ଟମ୍ ଲାଥମ(କ୍ୟାପ୍ଟେନ), ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, ମିଚେଲ ସାଣ୍ଟନର, ମଟ୍ଟ ହେନରୀ, ଲୋକି ଫେର୍ଗୁସନ, ଟ୍ରେଣ୍ଚ ବୋଲ୍ଟ

Cricket ICCC World Cup CWC 2023 Ind Vs Nz Sports ICC