Advertisment

କିଛି ସମୟ ମଧ୍ୟରେ ଟକ୍କର, ଶହେତମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ କୋହଲି

ଦୁବାଇ : ଏସିଆ କପ୍‌ରେ ଆଜି ଭାରତ-ପାକିସ୍ତାନ ଟକ୍କର  । ସୁପର ସଣ୍ଡେରେ ଦେଖିବାକୁ ମିଳିବ ସୁପର ମ୍ୟାଚ୍ । ଦୁବାଇରେ ଦୁଇ ପ୍ରତିନ୍ଦ୍ୱନ୍ଦୀଙ୍କ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର। ସାମ୍ନାସାମ୍ନି ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ । ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଖେଳାଯିବ ଏହି T20 ହାଇଭୋଲଟେଜ୍‌ ମ୍ୟଚ୍‌।  ଗତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଏକତରଫା ଭାବେ ୧୦ ଉଇକେଟରେ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା […]

ଅଦ୍ୟତନ ହୋଇଛି
କିଛି ସମୟ ମଧ୍ୟରେ ଟକ୍କର, ଶହେତମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ କୋହଲି

virat-kohali

Advertisment

ଦୁବାଇ : ଏସିଆ କପ୍‌ରେ ଆଜି ଭାରତ-ପାକିସ୍ତାନ ଟକ୍କର  । ସୁପର ସଣ୍ଡେରେ ଦେଖିବାକୁ ମିଳିବ ସୁପର ମ୍ୟାଚ୍ । ଦୁବାଇରେ ଦୁଇ ପ୍ରତିନ୍ଦ୍ୱନ୍ଦୀଙ୍କ ମଧ୍ୟରେ ହେବ ହାଇଭୋଲଟେଜ ଟକ୍କର। ସାମ୍ନାସାମ୍ନି ହେବେ ଦୁଇ ପାରଂପରିକ ପ୍ରତିଦ୍ୱନ୍ଦୀ । ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ପଞ୍ଚଦଶ ସଂସ୍କରଣରେ ଖେଳାଯିବ ଏହି T20 ହାଇଭୋଲଟେଜ୍‌ ମ୍ୟଚ୍‌।  ଗତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନ ଏକତରଫା ଭାବେ ୧୦ ଉଇକେଟରେ ଜିତିଥିବାରୁ ଭାରତୀୟ ପ୍ରଶଂସକ ଏହି ଲଢ଼େଇକୁ ପ୍ରତିଶୋଧର ଲଢ଼େଇ ଆଖ୍ୟା ଦେଇଛନ୍ତି।   ତେଣୁ ଦୁଇ ଟିମ୍ ନିଜର ସବୁଠୁ ବେଷ୍ଟ ପ୍ରଦର୍ଶନ କରିବେ।  ବିରାଟ କୋହଲି ଦେଢ଼ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି ।  ତେଣୁ ଏଥର କ୍ରିକେଟର ମଜା ଦ୍ୱିଗୁଣା ହେବା ଅନୁମାନ କରାଯାଉଛି । କୋହଲି ମଧ୍ୟ ଆଜି ତାଙ୍କ କ୍ୟାରିଅରର ଶହେ ତମ ଟି-ଟ୍ୱେଣ୍ଟି ଖେଳିବାକୁ ଯାଉଛନ୍ତି। ଦେଶ ପାଇଁ ଶହେତମ ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିବେ ବିରାଟ କୋହଲି।

Advertisment

ସବୁ ଫର୍ମାଟରେ ଶହେ ଲେଖାଏଁ ମ୍ୟାଚ୍ ଖେଳିବାରେ ହେବେ ପ୍ରଥମ ଭାରତୀୟ।  କୋହଲି ୧୦୨ ଟେଷ୍ଟ, ୨୬୨ ଦିନିକିଆ, ୯୯ ଟି-ଟ୍ୱେଣ୍ଟି ଖେଳିଛନ୍ତି।। ଅନ୍ୟପଟେ ମହା-ମ୍ୟାଚ ସମ୍ପର୍କରେ ନିଜର ମତ ରଖିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି ଯେ, ଏହାକୁ ସେ ଅନ୍ୟ ମ୍ୟାଚ୍ ପରି ଏକ ସାଧାରଣ ମ୍ୟାଚ ପରି ଦେଖୁଛନ୍ତି ଓ ଏହା ଉପରେ ଫୋକସ କରୁଛନ୍ତି । ଏହି ମ୍ୟାଚକୁ ନେଇ ଟିମର ସଦସ୍ୟମାନେ ଉତ୍ସାହିତ ଅଛନ୍ତି । ପୁରୁଣା ପରାଜୟକୁ ଭୁଲି ଏକ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି । ଅତୀତରେ କଣ ହେଲା ତାହା ସଂପର୍କରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆମକୁ ଆଗକୁ ବଢିବାକୁ ହେବ ବୋଲି କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe