Advertisment

ଚକମା ଦେଇ ପାରିଲାନି ପାକିସ୍ତାନ ଟିମ୍, ୧୪୭ ରନ୍‌ରେ ଅଟକାଇଲା ଭାରତ

ଦୁବାଇ: ଆଜି ଏସିଆ କପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ କରିଛି। ତେଣୁ ଭାରତ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରହିଛି। ଭାରତୀୟ ବୋଲରମାନେ ଉତ୍ତମ ଖେଳ ଦେଖାଇ ଥିଲେ। ଘାତକ ବୋଲିଂ ଆଗରେ ପାକିସ୍ତାନ ବ୍ୟାଟରମାନେ ଚକମା ଦେଇ ପାରି ନ ଥିଲେ। ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍  ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଅନ୍ୟ […]

author-image
Niranjan Mishra
ଅଦ୍ୟତନ ହୋଇଛି
ଚକମା ଦେଇ ପାରିଲାନି ପାକିସ୍ତାନ ଟିମ୍, ୧୪୭ ରନ୍‌ରେ ଅଟକାଇଲା ଭାରତ

cricket-1

ଦୁବାଇ: ଆଜି ଏସିଆ କପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ କରିଛି। ତେଣୁ ଭାରତ ଆଗରେ ୧୪୮ ରନର ବିଜୟ ଲକ୍ଷ୍ୟ ରହିଛି। ଭାରତୀୟ ବୋଲରମାନେ ଉତ୍ତମ ଖେଳ ଦେଖାଇ ଥିଲେ। ଘାତକ ବୋଲିଂ ଆଗରେ ପାକିସ୍ତାନ ବ୍ୟାଟରମାନେ ଚକମା ଦେଇ ପାରି ନ ଥିଲେ।

Advertisment

ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍  ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ଭଲ ଖେଳ ଦେଖାଇ ପାରି ନ ଥିଲେ।

ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂହ ଓ ଅଭେସ ଖାନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Advertisment

ସୂଚନା ଥାଉକି, ଦୁବାଇର ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ଦୁଇ ପ୍ରତିନ୍ଦ୍ୱନ୍ଦୀଙ୍କ ମଧ୍ୟରେ ହେଉଥିବା ହାଇଭୋଲଟେଜ ଟକ୍କର ଦେଖିବାକୁ ଦର୍ଶକ ସିଟ୍ ସମ୍ପୂର୍ଣ୍ଣ ବୁକ୍ ହୋଇଯାଇଥିଲା।

ଗତ ଟି୨୦ ବିଶ୍ୱକପରେ ପାକିସ୍ତାନ ଏକତରଫା ଭାବେ ୧୦ ଓ୍ୱିକେଟରେ ଜିତିଥିବାରୁ ଭାରତୀୟ ଟିମ୍ ନିଜର ସବୁଠୁ ବେଷ୍ଟ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବ। ସେପଟେ ବିରାଟ କୋହଲି ଦେଢ଼ ମାସର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି। ତେଣୁ ତାଙ୍କ ବ୍ୟାଟ୍‌ରୁ ବଡ ସ୍କୋର ମଧ୍ୟ ଆଶା ରହିଛି। ସେ ମଧ୍ୟ ଆଜି ତାଙ୍କ କ୍ୟାରିଅରର ଶହେ ତମ ଟି-୨୦ ଖେଳିବାକୁ ଯାଉଛନ୍ତି।