Advertisment

ଭାରତ-ପାକ ହାଇ ଭୋଲଟେଜ ମ୍ୟାଚ୍: ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାରଙ୍କ ଉପରେ ନଜର

ନୂଆଦିଲ୍ଲୀ: ସୁପର ସଣ୍ଡେରେ ଆଜି ପୁଣି ଏକ ହାଇ ଭୋଲଟେଜ ମ୍ୟାଚ୍।  ଏସିଆକପରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ।  ମାତ୍ର ୮ ଦିନ ମଧ୍ୟରେ ଦୁଇଦଳ ପରସ୍ପରକୁ ଭେଟିବେ।  ଏଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଭାରତ ଫାଇନାଲ ଖେଳିବାକୁ ନିଜର ଦାବି ଦୃଢ କରିବ।  ଟିମ୍ ଇଣ୍ଡିଆ ଏବେ ଚମତ୍କାର ଫର୍ମରେ ଅଛି ।  ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ […]

ଅଦ୍ୟତନ ହୋଇଛି
ଭାରତ-ପାକ ହାଇ ଭୋଲଟେଜ ମ୍ୟାଚ୍: ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାରଙ୍କ ଉପରେ ନଜର

hardik-pandya

Advertisment

ନୂଆଦିଲ୍ଲୀ: ସୁପର ସଣ୍ଡେରେ ଆଜି ପୁଣି ଏକ ହାଇ ଭୋଲଟେଜ ମ୍ୟାଚ୍।  ଏସିଆକପରେ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ ଟିମ୍ ଇଣ୍ଡିଆ।  ମାତ୍ର ୮ ଦିନ ମଧ୍ୟରେ ଦୁଇଦଳ ପରସ୍ପରକୁ ଭେଟିବେ।  ଏଥିପାଇଁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ଦୁବାଇରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଜିତି ଭାରତ ଫାଇନାଲ ଖେଳିବାକୁ ନିଜର ଦାବି ଦୃଢ କରିବ।  ଟିମ୍ ଇଣ୍ଡିଆ ଏବେ ଚମତ୍କାର ଫର୍ମରେ ଅଛି ।  ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ଓ ସୂର୍ଯ୍ୟକୁମାର ଯାଦବ ଯେ କୌଣସି ଦଳକୁ ଅଡୁଆରେ ପକାଇ ପାରନ୍ତି ।  ଆହତ କାରଣରୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଦଳରୁ ବାଦ ପଡିଛନ୍ତି । ସେ ଆସନ୍ତା ଟି –ଟ୍ୱେଣ୍ଟି ବିଶ୍ୱକପରୁ ବାଦ ପଡିବା ଆଶଙ୍କା ରହିଛି ।  ଆହତ ସମସ୍ୟା ପାକିସ୍ତାନ ପାଇଁ ମଧ୍ୟ ଚିନ୍ତାର କାରଣ ପାଲଟିଛି । ଦ୍ରୁତ ବୋଲର ଶାହନାଓ଼୍ବାଜ ଦହାନୀ ଦଳରୁ ବାଦ ପଡିଛନ୍ତି।  ପୂର୍ବରୁ ଆହତ କାରଣରୁ ସାହିନ୍ ଆଫ୍ରିଦି ଓ ମହମ୍ମଦ ୱାସିମ୍ ଦଳରୁ ବାଦ ପଡିଛନ୍ତି ।  ଭାରତ, ପାକିସ୍ତାନ ସହ ଆଫଗାନିସ୍ତାନ ଓ ଶ୍ରୀଲଙ୍କା ସୁପର ଫୋରକୁ ଉନ୍ନୀତ ହୋଇଛନ୍ତି ।

Advertisment

ଆସନ୍ତା ୧୧ ତାରିଖରେ ଏସିଆକପର ଫାଇନାଲ ମ୍ୟାଚ ଖେଳାଯିବ।  ଆଜି ଲୋକେଶ ରାହୁଲଙ୍କୁ ମ୍ୟାଚରୁ ବାଦ୍ ଦିଆଯାଇପାରେ। କାରଣ ସେ  ଏବେ ଆଦୌ ଫର୍ମରେ ନାହାନ୍ତି । ଗତ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚରେ  ରାହୁଲ ଖାତା ଖୋଲିପାରିନଥିଲେ । ଏହାପରେ ହଂକଂ ବିପକ୍ଷ  ମ୍ୟାଚରେ  ଯଦିଓ ୩୬ ରନ୍ କରିଥିଲେ, କିନ୍ତୁ ଏଥିପାଇଁ ୩୯ଟି ବଲ୍ ଖେଳିଥିଲେ । ଅର୍ଥାତ୍  ଟି-୨୦ ଫର୍ମାଟ୍ରେ ଷ୍ଟ୍ରାଇକ୍ ରେଟ୍ ୧୦୦ ତଳକୁ ଥିଲା ତେଣୁ ଆଜିର  ମ୍ୟାଚରେ ତାଙ୍କ ସ୍ଥାନରେ ରିଷଭ ପନ୍ତ ଖେଳିବାର ଯଥେଷ୍ଟ  ସମ୍ଭାବନା ରହିଛି।   ରବୀନ୍ଦ୍ର ଜାଡ଼େଜାଙ୍କୁ ଆଜି ମ୍ୟାଚରେ ଦେଖିବାକୁ ମିଳିବ ନାହିଁ । ସେ ଆହତ  ସମସ୍ୟା ଯୋଗୁଁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଛନ୍ତି।  ତାଙ୍କ ସ୍ଥାନରେ  ଟିମରେ ଅକ୍ଷର ପଟେଲଙ୍କୁ ନିଆଯାଇଛି ।  ତେବେ ସେ ଆଜି ପ୍ଲେଇଂ  ଇଲେଭେନରେ ଖେଳିବେ ନା ନାହିଁ, ତାକୁ ନେଇ ଆଶା ଆଶଙ୍କା ରହିଛି।

ଆଜି  ଅକ୍ଷର ପଟେଲ କିମ୍ବା ଆ. ଅଶ୍ୱିନଙ୍କ ମଧ୍ୟରୁ ଜଣଙ୍କୁ ବାଛିପାରନ୍ତି  କ୍ୟାପ୍ଟେନ ରୋହିତ ଶର୍ମା । ପେସ୍ ବୋଲର  ଆବେସ୍ ଖାନ୍ ମଧ୍ୟ ଜ୍ୱରରେ  ପୀଡ଼ିତ ଥିବାରୁ ତାଙ୍କର ଖେଳିବା ନେଇ ଅନିଶ୍ଚିତତା ଦେଖାଦେଇଛି ।  ସେହିପରି ପାକିସ୍ତାନ ଟିମ୍ ମଧ୍ୟ ଆହତ ସମସ୍ୟା ନେଇ ଚିନ୍ତାରେ।  ପେସ୍  ବୋଲର ସାହାନୱାଜ ଦାହାନି ଆଘାତ ଯୋଗୁଁ  ଏସିଆ କପରୁ ବାଦ୍ ପଡିଛନ୍ତି।  ଦାହାନି ଗତ ରବିବାର ଭାରତ ବିପକ୍ଷ ମ୍ୟାଚରେ ୬ଟି ବଲରୁ ଧୂଆଁଧାର ୧୬  ରନ୍ କରିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe