Advertisment

ଭାରତ ଆଗରେ ୧୦୦ ରନର ବିଜୟ ଲକ୍ଷ୍ୟ

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଖେଳାଯାଉଥିବା ମହିଳା କ୍ରିକେଟ ମ୍ୟାଚରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୯ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତ ଆଗରେ ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। ବର୍ଷା ବାଧିତ ଏହି ମ୍ୟାଚକୁ ୧୮ ଓଭର ଲେଖାଏଁ କରିଦିଆଯାଇଛି। ଟସ୍‌ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ଦଳର ଭଲ ବୋଲିଂ ଆଗରେ ପାକିସ୍ତାନର କୌଣସି […]

ଅଦ୍ୟତନ ହୋଇଛି
ଭାରତ ଆଗରେ ୧୦୦ ରନର ବିଜୟ ଲକ୍ଷ୍ୟ

india

Advertisment

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଖେଳାଯାଉଥିବା ମହିଳା କ୍ରିକେଟ ମ୍ୟାଚରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ପାକିସ୍ତାନ ନିର୍ଦ୍ଧାରିତ ୧୮ ଓଭରରେ ସମସ୍ତ ୱିକେଟ୍‌ ହରାଇ ୯୯ ରନ୍‌ ସଂଗ୍ରହ କରିଛି। ଫଳରେ ଭାରତ ଆଗରେ ୧୦୦ ରନ୍‌ର ବିଜୟ ଲକ୍ଷ୍ୟ ରହିଛି।

Advertisment

ବର୍ଷା ବାଧିତ ଏହି ମ୍ୟାଚକୁ ୧୮ ଓଭର ଲେଖାଏଁ କରିଦିଆଯାଇଛି। ଟସ୍‌ ଜିଣି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ହେଲେ ଭାରତୀୟ ଦଳର ଭଲ ବୋଲିଂ ଆଗରେ ପାକିସ୍ତାନର କୌଣସି ଖେଳାଳି ବେଶି ସମୟ ତିଷ୍ଠି ପାରି ନ ଥିଲେ। ନିୟମିତ ବ୍ୟବଧାନରେ ପାକିସ୍ତାନ ଦଳ ୱିକେଟ ହରାଇଥିଲା।

ପାକିସ୍ତାନ ପକ୍ଷରୁ ମୁନିବା ଅଲି ୩୦ଟି ବଲ୍ ଖେଳି ସର୍ବାଧିକ ୩୨ ରନ କରିଥିଲେ।

ଭାରତ ପକ୍ଷରୁ ସ୍ନେହ ରାଣା ଓ ରାଧା ଯାଦବଙ୍କୁ ୨ଟି ଲେଖାଏଁ ୱିକେଟ ମିଳିଥିବା ‌ବେଳେ ରେଣୁକା ସିଂହ, ମେଘନା ସିଂହ ଓ ସେଫାଳି ବର୍ମାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

Advertisment
CWG 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe