୨୯ ବର୍ଷ ଧରି ଭାରତର ରେକର୍ଡ ଅତୁଟ, ଏଥର ବାଜି ପଲଟାଇବ କି ପାକିସ୍ତାନ?

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ୍ ମୁକାବିଲା ଆଉ ଦିନକ ପରେ ଖେଳାଯିବ। ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଫ୍ୟାନଙ୍କ ମନରେ ଉତ୍ସାହ ଦେଖା ଦେଇଥିବା ବେଳେ ଦୁଇ ଦଳ କିନ୍ତୁ ଟେନସନରେ ଅଛନ୍ତି। କେଉଁ ଟିମ୍ ଏହି ମ୍ୟାଚ୍ ଜିତିବ, ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା। ଦୁଇ ଦେଶ ମଧ୍ୟରେ ରାଜନୀତିକ ବିଭେଦତା କାରଣରୁ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇପାରୁନାହିଁ। ଯେଉଁକାରଣରୁ ଭାରତ ଓ ପାକିସ୍ତାନ ଟିମ୍ କେବଳ ଆଇସିସିର […]

india-vs-pak

india-vs-pak

Ranjit Kumar Jena
  • Published: Friday, 22 October 2021
  • Updated: 22 October 2021, 05:10 PM IST

Sports

Latest News

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ୍ ମୁକାବିଲା ଆଉ ଦିନକ ପରେ ଖେଳାଯିବ। ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଫ୍ୟାନଙ୍କ ମନରେ ଉତ୍ସାହ ଦେଖା ଦେଇଥିବା ବେଳେ ଦୁଇ ଦଳ କିନ୍ତୁ ଟେନସନରେ ଅଛନ୍ତି। କେଉଁ ଟିମ୍ ଏହି ମ୍ୟାଚ୍ ଜିତିବ, ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଳ୍ପନା। ଦୁଇ ଦେଶ ମଧ୍ୟରେ ରାଜନୀତିକ ବିଭେଦତା କାରଣରୁ ଦ୍ୱିପାକ୍ଷିକ ସିରିଜ୍ ଖେଳାଯାଇପାରୁନାହିଁ। ଯେଉଁକାରଣରୁ ଭାରତ ଓ ପାକିସ୍ତାନ ଟିମ୍ କେବଳ ଆଇସିସିର ବଡ଼ ଟୁର୍ଣ୍ଣାମେଣ୍ଟରେ ପରସ୍ପର ବିରୋଧରେ ଖେଳୁଛନ୍ତି। ଭାରତ ଶେଷଥର ଲାଗି ୨୦୧୯ ଦିନିକିଆ ବିଶ୍ୱକପରେ ପାକିସ୍ତାନକୁ ଭେଟିଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ୮୯ ରନରେ ବିଜୟୀ ହୋଇଥିଲା। ଦୁଇ ବର୍ଷ ପୁଣିଥରେ ଭାରତ ଓ ପାକ୍ ହେବାକୁ ଯାଉଥିବାରୁ ଫ୍ୟାନଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି।

ଦିନିକିଆ ହେଉ କି ଟି-୨୦, ପ୍ରତି ବିଶ୍ୱକପରେ ଭାରତର ରେକର୍ଡ ପାକିସ୍ତାନ ବିପକ୍ଷରେ ଶତପ୍ରତିଶତ ରହିଛି। ଦିନିକିଆ ଓ ଟି-୨୦ ବିଶ୍ୱକପରେ ଭାରତ ୧୨ଥର ପାକିସ୍ତାନକୁ ଧୂଳି ଚଟାଇଛି। ଅନ୍ୟପକ୍ଷରେ ପାକିସ୍ତାନ ଗୋଟିଏ ବି ମ୍ୟାଚ୍ ଜିତିପାରିନାହିଁ। ଭାରତ ତା’ର ଚିରପ୍ରତିଦ୍ୱନ୍ଦ୍ୱୀକୁ ଦିନିକିଆ ବିଶ୍ୱକପରେ ୭ଥର ଓ ଟି-୨୦ ବିଶ୍ୱକପରେ ୫ଥର ହରାଇଛି। ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଶେଷଥର ଲାଗି ୨୦୧୬ରେ ପରସ୍ପରକୁ ଭେଟିଥିଲେ। ସେହି ମ୍ୟାଚରେ ଭାରତ ୬ ୱିକେଟରେ ପାକିସ୍ତାନକୁ ହରାଇଥିଲା। ତେବେ ଆସନ୍ତୁ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଗୁଡ଼ିକ ଉପରେ ନଜର ପକାଇବା।

ସେପ୍ଟେମ୍ବର ୧୪, ୨୦୦୭ (ଡର୍ବାନ): ଉକ୍ତ ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୪୧ ରନ୍ କରିଥିଲା। ଜବାବରେ ପାକିସ୍ତାନ ମଧ୍ୟ ସମାନ ସ୍କୋର କରି ମ୍ୟାଚ୍ ଟାଇ କରିଥିଲା। ତେବେ ଫଳାଫଳ ପାଇଁ ବଲ୍-ଆଉଟର ସହାୟତା ନିଆଯାଇଥିଲା, ଯେଉଁଥିରେ ଭାରତ ବିଜୟୀ ହୋଇଥିଲା।

ସେପ୍ଟେମ୍ବର ୨୪, ୨୦୦୭ (ଜୋହାନସବର୍ଗ): ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣର ଫାଇନାଲରେ ପାକିସ୍ତାନକୁ ଭେଟିଥିଲା। ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୧୫୭ ରନ୍ କରିଥିଲା। ଜବାବରେ ପାକିସ୍ତାନ ୧୫୨ ରନ୍ କରି ଅଲଆଉଟ୍ ହୋଇଥିଲା। ଏଥିସହ ଭାରତ ମୁକାବିଲାକୁ ୫ ରନରେ ଜିତି ନେଇ ବିଶ୍ୱକପ୍ ବିଜେତା ହୋଇଥିଲା।

ସେପ୍ଟେମ୍ବର ୩୦, ୨୦୧୨ (କଲମ୍ବୋ): ଶ୍ରୀଲଙ୍କାରେ ଆୟୋଜିତ ଏହି ଟି-୨୦ ବିଶ୍ୱକପରେ ଭାରତ ୮ ୱିକେଟରେ ପାକିସ୍ତାନକୁ ହରାଇଥିଲା। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ମାତ୍ର ୧୨୮ ରନ୍ କରିଥିଲା। ଜବାବରେ ଭାରତ ୨ ୱିକେଟ୍ ହରାଇ ଏହି ସହଜ ଲକ୍ଷ୍ୟକୁ ହାସଲ କରିନେଇଥିଲା। ଏହି ମ୍ୟାଚରେ ବିରାଟ୍ କୋହଲି ୩ ଓଭର ବୋଲିଂ କରିଥିଲେ ଏବଂ ମହମ୍ମଦ ହଫିଜଙ୍କ ୱିକେଟ୍ ମଧ୍ୟ ନେଇଥିଲେ।

ମାର୍ଚ୍ଚ ୨୧, ୨୦୧୪ (ଢାକା): ବାଂଲାଦେଶରେ ଖେଳାଯାଇଥିବା ଏହି ବିଶ୍ୱକପ୍ ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୧୩୦ ରନ୍ କରିଥିଲା। ଜବାବରେ ଭାରତ ୧୮.୩ ଓଭରରେ ୩ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ମ୍ୟାଚରେ ଦମଦାର ବୋଲିଂ କରିଥିବା ଅମିତ୍ ମିଶ୍ର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ମାର୍ଚ୍ଚ ୧୯, ୨୦୧୬ (କୋଲକାତା): ଭାରତରେ ଆୟୋଜିତ ଏହି ବିଶ୍ୱକପରେ ଭାରତ-ପାକ୍ ମ୍ୟାଚ୍ ଇଡେନ ଗାର୍ଡେନ୍ସରେ ଖେଳାଯାଇଥିଲା। ପାକିସ୍ତାନ ଟିମ୍ ପ୍ରଥମେ ବ୍ୟାଟିଂ କରି ୧୮ ଓଭରରେ ୫ ୱିକେଟ୍ ହରାଇ ୧୧୮ ରନ୍ କରିଥିଲା। ଜବାବରେ ଭାରତ ୧୫.୫ ଓଭରରେ ୪ ୱିକେଟ୍ ହରାଇ ୧୧୯ ରନ୍ କରି ବିଜୟୀ ହୋଇଥିଲା। ଏଥିସହ ଭାରତ ମୁକାବିଲାକୁ ୬ ୱିକେଟରେ ଜିତି ନେଇଥିଲା। କୋହଲି ୩୭ ବଲରେ ୫୫ ରନର ଇନିଂସ୍ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story