Advertisment

ଟି-୨୦ ମହିଳା ବିଶ୍ୱକପ: ଟସ୍ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ଭାରତ-ପାକିସ୍ତାନ ମ୍ୟାଚ୍ ଖେଳାଯାଉଛି।

ଅଦ୍ୟତନ ହୋଇଛି
India & Pakistan Captain

India & Pakistan Captain

Advertisment

ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଆଜି ଖେଳାଯାଉଛି ମହିଳା ଟି-୨୦ ବିଶ୍ୱକପର ହାଇଭୋଲ୍ଟେଜ୍ ମ୍ୟାଚ୍। ଏହି ମୁକାବିଲାରେ ଭାରତ ବିପକ୍ଷରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ପାକିସ୍ତାନ କ୍ୟାପ୍ଟେନ ଫତିମା ସନା।

Advertisment

ଟସ୍ ହାରିବା ପରେ ନିରାଶ ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ହରମନପ୍ରୀତ କୌର। ସେ ପ୍ରଥମେ ବ୍ୟାଟିଂ ଚାହୁଁଥିବା କହିଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଟସ୍ ହାରିଥିଲେ କୌର। ଏହି ମ୍ୟାଚରେ ଭାରତ ୫୮ ରନରେ ପରାସ୍ତ ହୋଇଥିଲା। ଫଳରେ ଭାରତ ଗ୍ରୁପ୍-ଏର ଚତୁର୍ଥ ସ୍ଥାନରେ ଥିବାବେଳେ ରନ୍ ରେଟ୍-୨.୯୦ ରହିଛି। 

ସେପଟେ, ପାକିସ୍ତାନ ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ଦୃଢ ସ୍ଥିତିରେ ରହିଛି। ପାକିସ୍ତାନର ମନୋବଳ ଦୃଢ ଥିବାରୁ ଭାରତ ପାଇଁ ଆଜିର ମ୍ୟାଚ୍ 'କର ବା ମର' ପରିସ୍ଥିତିରେ ଅଛି।

Advertisment

ଭାରତର ଚୂଡାନ୍ତ ଏକାଦଶ- ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ହରମନପ୍ରୀତ କୌର (ଅଧିନାୟକ), ଜେମିମା ରୋଡ୍ରିଗସ, ରିଚା ଘୋଷ (ୱିକେଟ କିପର୍), ଦୀପ୍ତି ଶର୍ମା, ଅରୁନ୍ଧତି ରେଡ୍ଡୀ, ଏସ ସାଜନା,  ଶ୍ରେୟଙ୍କା ପାଟିଲ, ଆଶା ଶୋଭନା, ରେଣୁକା ଠାକୁର ସିଂହ।

ପାକିସ୍ତାନର ଚୂଡାନ୍ତ ଏକାଦଶ- ମୁନୀବା ଅଲି (ୱିକେଟ କିପର୍), ଗୁଲ୍ ଫିରୋଜ, ସିଦ୍ରା ଅମୀନ, ନିଦା ଦାର୍, ଆଲିୟା ରିଆଜା, ଓମାଇମା ସୋହେଲ, ଫତିମା ସନା (ଅଧିନାୟକ), ତୁବା ହାସନ, ନଶ୍ରା ସାନ୍ଧୁ, ସୟେଦା ଅରୁବ ଶାହ, ସଦିଆ ଇକବଲ। 

ICC Women's T20 World Cup ICC WC IND Vs PAK
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe