ବିଶ୍ୱକପ ୨୦୨୩: ଅକ୍ଟୋବର ୧୫ ନୁହେଁ, ୧୪ରେ ଭାରତ-ପାକ୍‌ ଲଢ଼େଇ!

କେବଳ ଭାରତ-ପାକ ମ୍ୟାଚ୍‌ ନୁହେଁ, ବିଶ୍ୱକପର ଆଉ କିଛି ମ୍ୟାଚ୍‌ର ତାରିଖ ଓ ସମୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏସବୁ କଥା ଆଜି ସନ୍ଧ୍ୟା ସୁଦ୍ଧା ଜୟ ଶାହଙ୍କ ଘୋଷଣା ପରେ ସ୍ପଷ୍ଟ ହୋଇଯିବ।

ICC

ବାମରୁ ବାବର ଓ ରୋହିତ (ଫାଇଲ ଫଟୋ)

Hemant Lenka
  • Published: Monday, 31 July 2023
  • Updated: 31 July 2023, 01:44 PM IST

Sports

Latest News

ଆସନ୍ତା ଦିନିକିଆ ବିଶ୍ୱକପ ୨୦୨୩ର ସବୁଠାରୁ ହାଇଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ୍‌ର ତାରିଖ ବଦଳିବ। ବିସିସିଆଇ ଓ ଆଇସିସି ମିଳିତ ଭାବେ ବିଶ୍ୱକପ ମ୍ୟାଚ୍‌ ସୂଚୀ ଜାରି କରିବା ବେଳେ ଏହି ମହାମୁକାବିଲା ଅକ୍ଟୋବର ୧୫ରେ ହେବ ବୋଲି କହିଥିଲେ।

କିନ୍ତୁ ସୁରକ୍ଷା ଦୃଷ୍ଟିରୁ ଏହାକୁ ଦିନକ ଆଗରୁ ଅର୍ଥାତ ଅକ୍ଟୋବର ୧୪ରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଆଜି ହିଁ ବିସିସିଆଇ ସମ୍ପାଦକ ଜୟ ଶାହ ଏ ବିଷୟରେ ବିଧିବଦ୍ଧ ଭାବେ ଘୋଷଣା କରିବେ।

Also Read

ଗତ ସପ୍ତାହରେ ବିସିସିଆଇ ସମ୍ପାଦକ ଜୟ ଶାହ କହିଥିଲେ ଯେ ଦିନିକିଆ ବିଶ୍ୱକପର ସୂଚୀ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। କାରଣ ସୂଚୀରେ ପରିବର୍ତ୍ତନ କରିବାକୁ ୩ଟି ବୋର୍ଡ ଆଇସିସିକୁ ଚିଠି କରିଛନ୍ତି। କେବଳ ମ୍ୟାଚ ତାରିଖ ଓ ସମୟରେ ପରିବର୍ତ୍ତନ କରାଯିବ। ବାକି କେଉଁଥିରେ ପରିବର୍ତ୍ତନ ହେବନି ବୋଲି ଜୟ ଶାହ କହିଥିଲେ। ତେବେ ପରିବର୍ତ୍ତନ ପାଇଁ କେଉଁ ୩ ବୋର୍ଡ ଚିଠି ଲେଖିଥିଲେ, ସେକଥା ଜୟ ଶାହ କହି ନଥିଲେ।

ଏସବୁ ଭିତରେ ଭାରତ-ପାକିସ୍ତାନ ମ୍ୟାଚ୍‌ ଧାର୍ଯ୍ୟ ତାରିଖ ଠାରୁ ଗୋଟିଏ ଦିନ ପୂର୍ବରୁ ହେବ ବୋଲି ଜଣାପଡ଼ିଛି। ଏହି ହାଇଭୋଲଟେଜ ମ୍ୟାଚ୍‌ଟି ବିଶ୍ୱର ସବୁଠାରୁ ବଡ଼ ଷ୍ଟାଡିୟମ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଅକ୍ଟୋବର ୧୫ରେ ମ୍ୟାଚ୍‌ ହେବାକୁ ନିଷ୍ପତ୍ତି ହୋଇଥିବାରୁ ସ୍ଥାନୀୟ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ ଯାଞ୍ଚ ଆରମ୍ଭ କରିଥିଲା। 

ତେବେ ଅକ୍ଟୋବର ୧୫ରେ ନବରାତ୍ରୀ ପଡ଼ୁଥିବାରୁ ଗୁଜରାଟରେ ପ୍ରବଳ ଭିଡ଼ର ସମ୍ଭାବନା ରହିଛି। ସେହିପରି ଭାରତ-ପାକ୍‌ ଲଢ଼େଇ ଥିବାରୁ ଅଧିକରୁ ଅଧିକ ଲୋକ ମ୍ୟାଚ୍‌ ଦେଖିବାକୁ ଆସିବେ। ଏତେ ସଂଖ୍ୟକ ଲୋକଙ୍କୁ ଗୋଟିଏ ଦିନରେ ଉପଯୁକ୍ତ ସୁରକ୍ଷା ଯୋଗାଇ ସ୍ଥିତକୁ ନିୟନ୍ତ୍ରଣ କରିବା ସମ୍ଭବ ପର ହେବନି ବୋଲି ପୁଲିସ୍‌ ଆଶଙ୍କା କରିଥିଲା।

ତେଣୁ ସୁରକ୍ଷା ଏଜେନ୍ସି ପକ୍ଷରୁ ମ୍ୟାଚ୍‌ର ତାରିଖ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବ ଆଧାରରେ ବିସିସିଆଇ ଓ ଆଇସିସି ତାରିଖ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story