Advertisment

ଆହୁରି ୮ ମାସ ଅଛି, ଏବେଠାରୁ ଭାରତ-ପାକ୍ ମ୍ୟାଚ୍‌ର ଟିକେଟ୍‌ ଶେଷ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍‌ ମ୍ୟାଚର କ୍ରେଜ୍ କେତେ, ତାହା ସମସ୍ତେ ଜାଣନ୍ତି। ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବରରେ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ବିଶ୍ୱକପରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଆଉ ଏହି ହାଇଭୋଲଟେଜ୍ ମୁକାବିଲା ପାଇଁ ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ ହେବ। କିନ୍ତୁ ଏହି ମ୍ୟାଚର ଟିକେଟ୍‌ ମାତ୍ର କେଇ ମିନିଟ୍ ଭିତରେ ଶେଷ ହୋଇଯାଇଛି। ଅର୍ଥାତ୍ […]

author-image
Ranjit Kumar Jena
ଥରେ ନୁହେଁ, ଏ ବର୍ଷ ଦୁଇଥର ଭାରତ-ପାକ୍ ଟକ୍କର

india-vs-pak

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍‌ ମ୍ୟାଚର କ୍ରେଜ୍ କେତେ, ତାହା ସମସ୍ତେ ଜାଣନ୍ତି। ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଅକ୍ଟୋବର ଓ ନଭେମ୍ବରରେ ହେବାକୁଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ବିଶ୍ୱକପରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଆଉ ଏହି ହାଇଭୋଲଟେଜ୍ ମୁକାବିଲା ପାଇଁ ଅକ୍ଟୋବର ୨୩ ତାରିଖରେ ଅନୁଷ୍ଠିତ ହେବ। କିନ୍ତୁ ଏହି ମ୍ୟାଚର ଟିକେଟ୍‌ ମାତ୍ର କେଇ ମିନିଟ୍ ଭିତରେ ଶେଷ ହୋଇଯାଇଛି। ଅର୍ଥାତ୍ ୮ ମାସ ପରେ ହେବାକୁଥିବା ଭାରତ ଓ ପାକିସ୍ତାନ ଟି-୨୦ ମ୍ୟାଚର ଟିକେଟ୍ ଆଉ ଉପଲବ୍ଧ ନାହିଁ।

Advertisment

ଆଇସିସିର ଏହି ଟୁର୍ଣ୍ଣାମେଣ୍ଟ ଅକ୍ଟୋବର ୧୬ରୁ ନଭେମ୍ବର ୨୩ ତାରିଖ ଯାଏ ଅନୁଷ୍ଠିତ ହେବ। ଫ୍ୟାନ୍ ଟିକେଟ୍‌ କିଣି ଷ୍ଟାଡିୟମରେ ମ୍ୟାଚକୁ ଲାଇଭ୍ ଦେଖିବାର ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ଟିକେଟ୍‌ ଗୁଡ଼ିକ ଟି-୨୦ ବିଶ୍ୱକପ୍ ଡଟ୍ କମ୍ ୱେବସାଇଟରେ ଉପଲବ୍ଧ ଅଛି। ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍‌ ସମେତ ମୋଟ ୪୫ ମ୍ୟାଚର ଟିକେଟ୍ ବିକ୍ରି କରାଯିବ। ଏ ନେଇ ଆଇସିସି ଏକ ବିବୃତ୍ତିରେ କହିଛି, ପିଲାମାନଙ୍କ ପାଇଁ ପ୍ରଥମ ପର୍ଯ୍ୟାୟ ଓ ସୁପର୍-୧୨ ପର୍ଯ୍ୟାୟ ମ୍ୟାଚର ଟିକେଟ୍ ଦର ୫ ଡଲାର୍ ରହିଛି। ତେବେ ବୟସ୍କଙ୍କ ପାଇଁ ଟିକେଟ୍‌ ଦର ୨୦ ଡଲାର୍ ଧାର୍ଯ୍ୟ କରାଯାଇଥିବା ଆଇସିସି ପକ୍ଷରୁ କୁହାଯାଇଛି।

ଭାରତ ଓ ପାକିସ୍ତାନ ମ୍ୟାଚ୍ ବ୍ୟତୀତ ବିଶ୍ୱକପ୍ ଫାଇନାଲ୍ ଏବଂ ଇଂଲଣ୍ଡ ତଥା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅଷ୍ଟ୍ରେଲିଆର ଗ୍ରୁପ୍ ମ୍ୟାଚର ଟିକେଟ୍‌ ପ୍ରାୟତ ବିକ୍ରି ହୋଇସାରିଛି। ପୁରୁଷ ଟି-୨୦ ବିଶ୍ୱକପ୍ ପାଇଁ ଏବେ ୨ଲକ୍ଷ ଟିକେଟ୍ ବିକ୍ରି ଶେଷ ହୋଇଥିବା ବେଳେ ସେଥିମଧ୍ୟରୁ ଭାରତ ଓ ପାକିସ୍ତାନ ମ୍ୟାଚ ପାଇଁ ୬୦ହଜାର ଟିକେଟ୍ ଉପଲବ୍ଧ ରହିଛି। ଆଉ ସେସବୁ ହାଉସଫୁଲ୍‌ ହୋଇସାରିଛି।

Advertisment

ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଏପର୍ଯ୍ୟନ୍ତ ୬ଟି ମୁକାବିଲା ଖେଳାଯାଇଛି। ଯେଉଁଥିରୁ ଭାରତ ୫ଥର ଏବଂ ପାକିସ୍ତାନ ମାତ୍ର ଥରେ ଜିତିଛି। ଗତବର୍ଷ ୟୁଏଇରେ ଆୟୋଜିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଭାରତର ଅପରାଜେୟ ଧାରା ଭାଙ୍ଗିଥିଲା। ପାକିସ୍ତାନ ୧୦ ୱିକେଟରେ ଭାରତକୁ ହରାଇଥିଲା ଏବଂ ପ୍ରଥମଥର କୌଣସି ବିଶ୍ୱକପରେ ଭାରତ ବିପକ୍ଷରେ ବିଜୟ ହାସଲ କରିଥିଲା।