Advertisment

କ୍ରିକେଟ ବିଶ୍ୱକପ ୨୦୨୩: ୫୭ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଭାରତ-ପାକିସ୍ତାନ ମ୍ୟାଚ୍‌ର ଟିକେଟ୍!

ଆଇସିସି ବିଶ୍ୱକପ ୨୦୨୩ରେ ହୋବାକୁ ଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଆକାଶ ଛୁଆଁ ଟିକେଟ ଦର। ପ୍ରାଇସ୍ ଦେଖି ତାଜୁବ୍ ଫ୍ୟାନ୍।

ଅଦ୍ୟତନ ହୋଇଛି
Representative Image For IndVsPak Ticket Selling

Representative Image For IndVsPak Ticket Selling

Advertisment

ଆଇସିସି ବିଶ୍ୱକପ ୨୦୨୩ରେ ହୋବାକୁ ଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଏବେଠୁ ଉତ୍ସାହିତ ଫ୍ୟାନ୍ସ। ଯାହାର ଝଲକ ଟିକେଟ୍ ମୂଲ୍ୟରୁ ଜଣାପଡ଼ିଯାଉଛି। ଏହି ହାଇପ୍ରୋଫାଇଲ୍ ମ୍ୟାଚ୍ ପାଇଁ ଅଗଷ୍ଟ ୨୯ ଏବଂ ସେପ୍ଟେମ୍ବର ୩ରେ ପ୍ରାଥମିକ ପର୍ଯ୍ୟାୟରେ ଟିକେଟ ବିକ୍ରି ସରିଛି। କାଉଣ୍ଟର ଖୋଲିବାର ମାତ୍ର ଗୋଟିଏ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଛି ସବୁ ଟିକେଟ୍। 

Advertisment

ତଥାପି, ଟିକେଟ ବିକ୍ରିର ଦ୍ୱିତୀୟ ପର୍ଯ୍ୟାୟରେ ଅନଲାଇନରେ ଜରିଆରେ ବୁକ୍ ହୋଇସାରିଛି ଟିକେଟ। ଯେଉଁ କେତକ ସାଇଟରେ କିଛି ଟିକେଟ ଉପଲବ୍ଧ ଅଛି, ତାହା ଚଢା ଦରରେ ବିକ୍ରି ହେଉଥିବା ଅଭିଯୋଗ କରିଛନ୍ତି ଫ୍ୟାନ୍ସ। ଭାୟାଗୋଗୋ ନାମକ ଏକ ଟିକେଟ୍ ୱେବସାଇଟରେ ଇଣ୍ଡିଆ-ପାକିସ୍ତାନ ମ୍ୟାଚ୍ ପାଇଁ ଲକ୍ଷ ଲକ୍ଷ ଟଙ୍କାରେ ଟିକେଟ ବିକ୍ରି ହେଉଛି। ୱେବସାଇଟରେ ଅପର୍ ଟିୟର୍ ସେକ୍ସନ୍ ପାଇଁ ଟିକେଟ୍ ମୂଲ୍ୟ ୫୭ ଲକ୍ଷରୁ ଅଧିକ ରହିଛି। ସେହିପରି N6 ସେକ୍ସନରେ ମଧ୍ୟ ଟିକେଟ୍ ମୂଲ୍ୟ ୫୭ ଲକ୍ଷରୁ ଅଧିକ ରହିଥିବା ବେଳେ ସର୍ବନିମ୍ନ ଟିକେଟ ମୂଲ୍ୟ ୮୦ ହଜାର ଟଙ୍କା ରହିଛି।

ସେପଟେ ବୁକମାଇଶୋ ନାମକ ଟିକେଟ୍ ବୁକିଂ ୱେବସାଇଟରେ ସମସ୍ତ ଟିକେଟ ବିକ୍ରି ହୋଇ ସାରିଛି। ବର୍ତ୍ତମାନ ଟିକେଟ ଥିବା ଏହି ଗୋଟିଏ ସାଇଟରେ ଏତେ ମୂଲ୍ୟ ଦେଖି ତାଜୁବ ହୋଇଯାଇଛନ୍ତି ଗ୍ରାହକ। ଏନେଇ ସୋଶାଲ ମିଡିଆ ୟୁଜର୍ କ୍ଷୋଭ ପ୍ରକାଶ କରି ବିଭିନ୍ନ ମନ୍ତବ୍ୟ ଶେଆର୍ କରିଛନ୍ତି। 

Advertisment

ଆସନ୍ତା ଅକ୍ଟୋବର ୫ରୁ ଆରମ୍ଭ ହେବ ଆଇସିସି ଦିନିକିଆ ବିଶ୍ୱକପ। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ। ସେହିପରି ଅକ୍ଟୋବର ୧୪ରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ। ସେମିଫାଇନାଲ ପୂର୍ବରୁ ନଭେମ୍ବର ୧୨ରେ ନେଦରଲ୍ୟାଣ୍ଡକୁ ଭେଟିବ ଭାରତ। 

Cricket India Vs Pakistan Sports ODI World Cup India Vs Pakistan Match Ticket Price
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe