ଚାମ୍ପିୟନ୍ସ ଟ୍ରଫି ପାଇଁ ଘୋଷଣା ହେଲା ମ୍ୟାଚ୍‌ ସୂଚୀ: ଫେବୃଆରୀ ୨୩ରେ ଭାରତ-ପାକିସ୍ତାନ ଲଢ଼େଇ

ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ୍‌ ଦୁବାଇରେ ଖେଳାଯିବ। ଭାରତ ଓ ପାକିସ୍ତାନ ଫେବୃଆରୀ ୨୩ରେ ଦୁବାଇରେ ମ୍ୟାଚ୍‌ ଖେଳିବେ।

ଚାମ୍ପିୟନ୍ସ ଟ୍ରଫି

  • Published: Tuesday, 24 December 2024
  • , Updated: 24 December 2024, 06:13 PM IST

ଶେଷରେ ଆଇସିସି ଆଜି ହାଇବ୍ରିଡ ମଡେଲରେ ଖେଳାଯିବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ୨୦୨୫ର ମ୍ୟାଚ ସୂଚୀ ବା ଭେନ୍ୟୁ ଘୋଷଣା କରିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଥିଲେ ହେଁ ଭାରତ ସେଠାକୁ ଯିବ ନାହିଁ।

ଭାରତର ମ୍ୟାଚ୍‌ଗୁଡ଼ିକ ଦୁବାଇରେ ଖେଳାଯିବ। ପାକିସ୍ତାନ ହାଇବ୍ରିଡ ମଡେଲରେ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରିବାକୁ ରାଜି ହୋଇଛି। ତେଣୁ ପାକିସ୍ତାନ ସହ ୟୁଏଇ ମଧ୍ୟ ଆୟୋଜନ ଅଧିକାର ପାଇଛି ବୋଲି ଆଇସିସି କହିଛି।

ଆଇସିସିର ଘୋଷଣା ଅନୁଯାୟୀ, ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ଼ ମ୍ୟାଚ୍‌ ଦୁବାଇରେ ଖେଳାଯିବ। ଭାରତ ଓ ପାକିସ୍ତାନ ଫେବୃଆରୀ ୨୩ରେ ଦୁବାଇରେ ମ୍ୟାଚ୍‌ ଖେଳିବେ। ଯଦି ଭାରତ ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ପହଞ୍ଚୁଛି, ତା’ହେଲେ ଉକ୍ତ ମ୍ୟାଚ୍‌ଟି ଦୁବାଇରେ ହିଁ ଖେଳାଯିବ। ଭାରତ ଫାଇନାଲକୁ ଯାଇ ନ ପାରିଲେ ଉକ୍ତ ମ୍ୟାଚ୍‌ ପାକିସ୍ତାନରେ ଖେଳାଯିବ।

ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ ଲଢ଼େଇରୁ ଦିନିକିଆ ଫର୍ମାଟରେ ଖେଳା ଯାଉଥିବା ଚାମ୍ପିୟନ୍ସ ଟ୍ରଫି କରାଚିରୁ ଫେବୃଆରୀ ୧୯ରେ ଆରମ୍ଭ ହେବ। ମାର୍ଚ୍ଚ ୯ ଯାଏ ଏହା ଚାଲିବାକୁ ଥିବା ବେଳେ ଉଭୟ ସେମିଫାଇନାଲ ଓ ଫାଇନାଲ ପାଇଁ ସଂରକ୍ଷିତ ଦିବସର ବ୍ୟବସ୍ଥା ହୋଇଛି।

ହାଇବ୍ରିଡ ମଡେଲ ଅନୁଯାୟୀ, ପାକିସ୍ତାନ ଓ ୟୁଏଇରେ ଚାମ୍ପିୟନ୍ସ ଟ୍ରଫିର ମ୍ୟାଚ ଗୁଡ଼ିକ ଖେଳାଯିବ। ବିସିସିଆଇ, ଆଇସିସି ଓ ପିସିବି ମିଳିତ ଭାବେ ଏପରି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନ ୧୦ଟି ମ୍ୟାଚ ଆୟୋଜନ କରିବାକୁ ଯାଉଥିବା ବେଳେ ଭାରତର ୩ଟି ଯାକ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ଦୁବାଇରେ ଖେଳାଯିବ। ଯଦି ଭାରତ ପରବର୍ତ୍ତୀ ପର୍ଯ୍ୟାୟକୁ ଯାଉଛି, ତା’ହେଲେ ଗୋଟିଏ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍‌ ମଧ୍ୟ ଦୁବାଇରେ ଅନୁଷ୍ଠିତ ହେବ।

ଯଦି ଭାରତ ଗ୍ରୁପ ପର୍ଯ୍ୟାୟରୁ ବିଦାୟ ନେଉଛି, ତା’ହେଲେ ଦୁଇଟି ଯାକ ସେମି ଫାଇନାଲ ଓ ଫାଇନାଲ ମ୍ୟାଚ୍‌ ପାକିସ୍ତାନର ଲାହୋର ଓ ରାୱଲପିଣ୍ଡିରେ ଖେଳାଯିବ।

ଚାମ୍ପିୟନ୍ସ ଟ୍ରଫି ଗ୍ରୁପ

ଗ୍ରୁପ ଏ- ବାଂଲାଦେଶ, ଇଣ୍ଡିଆ, ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ

ଗ୍ରୁପ ବି- ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା

ଚାମ୍ପିୟନ୍ସ ଟ୍ରଫି ସିଡ୍ୟୁଲ

ଫେବୃଆରୀ ୧୯- ପାକିସ୍ତାନ ବନାମ ନ୍ୟୁଜିଲ୍ୟାଣ୍ଡ(କରାଚି)

ଫେବୃଆରୀ ୨୦- ବାଂଲାଦେଶ ବନାମ ଇଣ୍ଡିଆ(ଦୁବାଇ)

ଫେବୃଆରୀ ୨୧- ଆଫଗାନିସ୍ତାନ ବନାମ ଦକ୍ଷିଣ ଆଫ୍ରିକା (କରାଚି)

ଫେବୃଆରୀ ୨୨- ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ (ଲାହୋର)

ଫେବୃଆରୀ ୨୩- ପାକିସ୍ତାନ ବନାମ ଭାରତ(ଦୁବାଇ)

ଫେବୃଆରୀ ୨୪- ବାଂଲାଦେଶ ବନାମ ନ୍ୟୁଜିଲ୍ୟାଣ୍ଡ(ରାୱଲପିଣ୍ଡି)

ଫେବୃଆରୀ ୨୫- ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା( ରାୱଲପିଣ୍ଡି)

ଫେବୃଆରୀ ୨୬- ଆଫଗାନିସ୍ତାନ ବନାମ ଇଂଲଣ୍ଡ (ଲାହୋର)

ଫେବୃଆରୀ ୨୭- ପାକିସ୍ତାନ ବନାମ ବାଂଲାଦେଶ ( ରାୱଲପିଣ୍ଡି)

ଫେବୃଆରୀ ୨୮- ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ(ଲାହୋର)

ମାର୍ଚ୍ଚ ୧- ଦକ୍ଷିଣ ଆଫ୍ରିକା ବନାମ ଇଂଲଣ୍ଡ(କରାଚି)

ମାର୍ଚ୍ଚ ୨ – ନ୍ୟୁଜିଲ୍ୟାଣ୍ଡ ବନାମ ଭାରତ (ଦୁବାଇ)

ମାର୍ଚ୍ଚ ୪ – ପ୍ରଥମ ସେମି ଫାଇନାଲ(ଦୁବାଇ/ଯଦି ଭାରତ ଯୋଗ୍ୟତା ଅର୍ଜନ କରିବ)

ମାର୍ଚ୍ଚ ୫ – ଦ୍ୱିତୀୟ ସେମି ଫାଇନାଲ(ଲାହୋର)

ମାର୍ଚ୍ଚ ୯ – ମେଗା ଫାଇନାଲ(ଲାହୋର/ଯଦି ଭାରତ ଯୋଗ୍ୟତା ଅର୍ଜନ ନ କରିବ)

Related story