Advertisment

ଅକ୍ଟୋବର ୫ରେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ୍‌

୨୦୨୫ ପୁରୁଷ ଚାମ୍ପିୟନ୍ସ ଟ୍ରଫି ବେଳେ ଭାରତୀୟ ଟିମ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯାଇ ନଥିଲା। ଏହାପରେ ଆଇସିସି ୨୦୨୭ ଯାଏ ଭାରତ ଓ ପାକିସ୍ତାନ ପରସ୍ପର ସହ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍‌ ଖେଳିବେ ବୋଲି ନିଷ୍ପତ୍ତି ନେଇଥିଲା।

India

India

Advertisment

ମହିଳା ଦିନିକିଆ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଦୁଇ ଚୀର ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରୁଛନ୍ତି। ଭାରତୀୟ ମହିଳା ଦଳ ବିଶ୍ୱକପରେ ପାକିସ୍ତାନକୁ ଅକ୍ଟୋବର ୫ରେ ଭେଟିବ। ଏହି ମ୍ୟାଚ୍‌ ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି।

Advertisment

୨୦୨୫ ପୁରୁଷ ଚାମ୍ପିୟନ୍ସ ଟ୍ରଫି ବେଳେ ଭାରତୀୟ ଟିମ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯାଇ ନଥିଲା। ଏହାପରେ ଆଇସିସି ୨୦୨୭ ଯାଏ ଭାରତ ଓ ପାକିସ୍ତାନ ପରସ୍ପର ସହ ନିରପେକ୍ଷ ଭେନ୍ୟୁରେ ମ୍ୟାଚ୍‌ ଖେଳିବେ ବୋଲି ନିଷ୍ପତ୍ତି ନେଇଥିଲା।

ଉକ୍ତ ନିଷ୍ପତ୍ତି ଅନୁଯାୟୀ ଏବେ ମହିଳା ଦିନିକିଆ ବିଶ୍ୱକପରେ ଦୁଇ ଦେଶ କଲମ୍ବୋରେ ପରସ୍ପର ସହ ଲଢ଼େଇ କରିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। କିନ୍ତୁ ଏନେଇ ଆଇସିସି କିମ୍ବା ବିସିସିଆଇ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ।

Advertisment

ସେହିପରି ପହଲଗାମ ଆତଙ୍କବାଦୀ ହମଲା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଭୟଙ୍କର ଯୁଦ୍ଧ ପରିସ୍ଥିତି ଦେଖାଯାଇଥିଲା। ପ୍ରାୟ ୧୦୦ ଘଣ୍ଟାର ଛକା ପଞ୍ଝା ଓ ଲଢ଼େଇ ପରେ ଦୁଇ ଦେଶ ଯୁଦ୍ଧ ବିରତି ଲାଗୁ କରିଛନ୍ତି। ଭୟଙ୍କର ତିକ୍ତତା ପରେ ଦୁଇ ଦେଶ ପ୍ରଥମଥର ପାଇଁ କ୍ରିକେଟ ମୈଦାନରେ ମୁହାଁମୁହିଁ ହେବେ। ତେଣୁ ଅକ୍ଟୋବର ୫ ଭାରତ-ପାକିସ୍ତାନ ମହିଳା ଦିନିକିଆ ବିଶ୍ୱକପ ମ୍ୟାଚ୍‌ର ଏହି ମ୍ୟାଚ୍‌ରୁ ଗୁରୁତ୍ୱକୁ ଆହୁରି ବଢ଼ାଇ ଦେଇଛି।

ଆଇସିସି ମହିଳା ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣର ଆସନ୍ତା ସେପ୍ଟେମ୍ବର ୩୦ରୁ ଆରମ୍ଭ ହୋଇ ନଭେମ୍ବର ୨ ଯାଏ ଚାଲିବ। ଦୀର୍ଘ ଗୋଟିଏ ଦଶନ୍ଧି ପରେ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ ଏସିଆ ମହାଦେଶରେ ହେବାକୁ ଯାଉଛି। ମହିଳା ଦିନିକିଆ ବିଶ୍ୱକପର ସମସ୍ତ ମ୍ୟାଚ୍‌ ୫ଟି ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଭାରତର ୪ଟି ଷ୍ଟାଡିୟମ ଓ ଶ୍ରୀଲଙ୍କାର ଗୋଟିଏ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ। ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ, ଗୁହାଟୀର ଏସିଏ ଷ୍ଟାଡିୟମ, ଇନ୍ଦୋରର ହୋଲକର ଷ୍ଟାଡିୟମ, ବିଶାଖାପଟନମର ଏସିଏ-ଭିଡିସିଏ ଷ୍ଟାଡିମୟ ଓ ଶ୍ରୀଲଙ୍କାର କଲମ୍ବୋରେ ଥିବା ଆର ପ୍ରେମଦାସା ଷ୍ଟାଡିୟମରେ ବିଶ୍ୱକପର ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ।

ପାକିସ୍ତାନ ମହିଳା ଟିମ ବିଶ୍ୱକପ ଖେଳିବାକୁ ଭାରତ ଆସିବ ନାହିଁ। ତେଣୁ ପାକିସ୍ତାନ ତା’ର ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳିବ। ମହିଳା ଦିନିକିଆ ବିଶ୍ୱକପ ବେଙ୍ଗାଲୁରୁରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ଭାରତ ଖେଳିବ। ହେଲେ ଭାରତ କାହା ବିରୋଧରେ ଖେଳିବ, ତା’ର ନିଷ୍ପତ୍ତି ଆଇସିସି ଏଯାଏ ନେଇ ନାହିଁ।

ଆଇସିସି କହିଛି ଯେ ବିଶ୍ୱକପର ପ୍ରଥମ ସେମି ଫାଇନାଲ ଅକ୍ଟୋବର ୨୯ରେ ଗୁହାଟୀ କିମ୍ବା କଲମ୍ବୋରେ ଖେଳାଯିବ। ଦ୍ୱିତୀୟ ସେମି ଫାଇନାଲ ଅକ୍ଟୋବର ୩୦ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବ। ସେହିପରି ନଭେମ୍ବର ୨ରେ ବେଙ୍ଗାଲୁରୁ କିମ୍ବା କଲମ୍ବୋରେ ଫାଇନାଲ ମ୍ୟାଚ୍‌ ଆୟୋଜନ ହେବ। ପାକିସ୍ତାନ ଯଦି ସେମି କିମ୍ବା ଫାଇନାଲକୁ ଯାଉଛି, ତା’ହେଲେ ସେହି ଅନୁସାରେ ଭେନ୍ୟୁ ସ୍ଥିର କରାଯିବ।

ମହିଳା ଦିନିକିଆ ବିଶ୍ୱକପରେ ମୋଟ ୮ଟି ଟିମ ଭାଗ ନେବେ। ସେମାନେ ହେଲେ-ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ ଓ ପାକିସ୍ତାନ।

୨୦୨୨ରେ ନ୍ୟୁଜିଲ୍ୟାଣ୍ତ ମହିଳା ଦିନିକିଆ ବିଶ୍ୱକପର ଆୟୋଜନ କରିଥିଲା। ଏହି ମେଗା ଇଭେଣ୍ଟର ଫାଇନାଲରେ ଇଂଲଣ୍ଡକୁ ଅଷ୍ଟ୍ରେଲିଆ ହରାଇ ଚାମ୍ପିୟନ ହୋଇଥିଲା। ଅଷ୍ଟ୍ରେଲିଆ ସର୍ବାଧିକ ୭ ଥର ମହିଳା ଦିନିକିଆ ବିଶ୍ୱକପ ଜିତିଛି।

୨୦୨୨ ଭଳି ୨୦୨୫ରେ ମଧ୍ୟ ରାଉଣ୍ଡ ରବିନ ଫର୍ମାଟରେ ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ସବୁ ଦଳ ପରସ୍ପର ସହ ଗୋଟିଏ ଲେଖାଏ ମ୍ୟାଚ୍‌ ଖେଳିବେ। ଗ୍ରୁପ ପର୍ଯ୍ୟାୟର ଟପ ୪ ଟିମ ସେମି ଫାଇନାଲ ଓ ଏହାପରେ ଦୁଇ ବିଜୟୀ ଦଳ ଫାଇନାଲରେ ଟ୍ରଫି ପାଇଁ ଲଢ଼େଇ କରିବେ।

Women Cricketers Women Cricket ODI World Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe