Advertisment

ବୋଲରଙ୍କ କମାଲ୍; ୧୧୬ ରନରେ ଅଟକିଲା ଦକ୍ଷିଣ ଆଫ୍ରିକା

ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା।

ଅଦ୍ୟତନ ହୋଇଛି
India Players

India Players

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ବୋଲରଙ୍କ କମାଲ୍ ଦେଖିବାକୁ ମିଳିଛି। ମାତ୍ର ୧୧୬ ରନରେ ଅଟକିଛି ଘରୋଇ ଟିମ୍। ୨୭.୩ ଓଭରରେ ଅଲ୍ ଆଉଟ୍ ହୋଇଯାଇଛି ଟିମ୍ ସାଉଥ୍ ଆଫ୍ରିକା। ଅର୍ଶଦୀପ ସିଂହଙ୍କୁ ସର୍ବାଧିକ ୫୪ ୱିକେଟ୍ ମିଳିଥିବା ବେଳେ ଅଭେଶ ଖାନ ନେଇଛନ୍ତି ୪ ୱିକେଟ୍। 

Advertisment

ଜୋହାନ୍ସବର୍ଗର ନ୍ୟୁ ୱଣ୍ଡର୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା। ଟିମ୍ ପ୍ରାରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ମାତ୍ର ୩ ରନ୍ କରିଥିବା ବେଳେ ଓପନର୍ ରୀଜା ହେଣ୍ଡ୍ରିକ୍ସ ଅର୍ଶଦୀପଙ୍କ ବଲରେ ଆଉଟ୍ ହୋଇଥିଲା।

ଏହାପରେ ମଇଦାନକୁ ଆସିଥିବା ଡୁସେନ ବି ଖାତା ଖୋଲି ପାରିନଥିଲେ। ଡୁସେନଙ୍କ ୱିକେଟ ବି ନେଇଥିଲେ ଅର୍ଶଦୀପ। ଏହାପରେ କିଛି ସମୟ ଦଳକୁ ସମ୍ଭାଳିଥିଲେ ଟୋନୀ। ସେ ଗୋଟିଏ ଗୋଟିଏ ବଡ ସର୍ଟ ଖେଳି ଦଳୀୟ ସ୍କୋରକୁ ୪୨ରେ ପହଞ୍ଚାଇଥିଲେ। କିନ୍ତୁ ଟୋନି ମଧ୍ୟ ଅର୍ଶଦୀପଙ୍କ ଶିକାର ହୋଇଥିଲେ। ଟୋନି ୨୮(୨୨) ରନ୍ କରିଥିବା ବେଳେ କ୍ୟାଚ୍ ଆଉଟ୍ ହୋଇ ଯାଇଥିଲେ।

Advertisment

ଟୋନିଙ୍କ ପରେ ଆସିଥିବା ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିପାରି ନଥିଲେ। କେବଳ ଆଣ୍ଡିଲେ ୩୩(୪୯) କରି ଦଳୀୟ ସ୍କୋରକୁ ଶହେ ପାର୍ କରାଇଥିଲେ। ଆଡିନ ମାକ୍ରମ୍ ୧୨(୨୧) ଏବଂ ଶାମସି ଅପରାଜିତ ରହି ୧୧ ରନ୍ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁପାରି ନଥିଲେ।

ଭାରତୀୟ ବୋଲଙ୍କ ପକ୍ଷରୁ ଅର୍ଶଦୀପ ସର୍ବାଧିକ ୫ ୱିକେଟ୍ ନେଇଥିବା ବେଳେ ଅଭେଶ ଖାନ ୪ ଏବଂ କୁଳଦୀପ ଯାଦବ ଗୋଟିଏ ୱିକେଟ୍ ନେଇଛନ୍ତି। ଅର୍ଶଦୀପ ୧୦ ଓଭର ବଲ୍ ପକାଇ ୩୭ ରନ୍ ଦେଇଛନ୍ତି। ସେହିପରି ଅଭେଶ ଖାନ ୮ ଓଭର ବଲ୍ ପକାଇ ତିନୋଟି ମେଡେନ୍ ସହ ୨୭ ରନ୍ ଦେଇଛନ୍ତି। କୁଳଦୀପ ଯାଦବ ୨.୩ ଓଭର ବଲ୍ ପକାଇ ତିନି ରନ୍ ଦେଇଥିବା ବେଳେ ମୁକେଶ ଖାନ ୭ ଓଭର ବଲ୍ ପକାଇ ୪୬ ରନ୍ ଦେଇଛନ୍ତି। ଦ୍ୱିତୀୟ ପାଳିରେ ୧୧୭ ରନର୍ ପିଛା କରି ମଇଦାନକୁ ଓହ୍ଲାଇଛନ୍ତି ରାହୁଲ ବାହିନୀ। 

Cricket Sports Ind Vs SA 1st ODI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe