Advertisment

ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-20: ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଦକ୍ଷିଣ ଆଫ୍ରିକାର ୱଣ୍ଡର୍ସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ।

Team India Players

Team India Players

Advertisment

ଆଜି ଘରୋଇ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଖେଳାଯିବ ନିର୍ଣ୍ଣାୟକ ମ୍ୟାଚ୍। ଟି-ଟ୍ୱେଣ୍ଡି ତୃତୀୟ ମ୍ୟାଚରେ ଭାରତ ପାଇଁ ରହିଛି 'କର ବା ମର ପରିସ୍ଥିତି'। ଦ୍ୱିତୀୟ ମ୍ୟାଚରେ ହାରିବା ପରେ ଟିମ୍ ଇଣ୍ଡିଆ ଆଜି ସମ୍ମାନ ବଞ୍ଚାଇବାକୁ ଶତ ପ୍ରଚେଷ୍ଟା କରିବ।

Advertisment

ଦକ୍ଷିଣ ଆଫ୍ରିକାର ୱଣ୍ଡର୍ସ ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ଧୋଇଯାଇ ଥିବାବେଳେ ଦ୍ୱିତୀୟ ମ୍ୟାଚ୍ ମଧ୍ୟ ବର୍ଷା କାରଣରୁ ଦକ୍ଷିଣ ଆଫ୍ରିକା ପାଇଁ ଆଶିର୍ବାଦ ସାବ୍ୟସ୍ତ ହୋଇଥିଲା। ଭାରତ 19.3 ଓଭର୍ ଖେଳି 7 ୱିକେଟରେ 180 ରନ୍ କରିଥିବା ବେଳେ ଆରମ୍ଭ ହୋଇଯାଇଥିଲା ବର୍ଷା ହୋଇଥିଲା। ବର୍ଷା କାରଣରୁ କିଛି ସମୟ ଅଟକି ଯାଇଥିଲା ମ୍ୟାଚ୍।

ପରେ ମ୍ୟାଚ୍ ଆରମ୍ଭ ହୋଇଥିଲେ ମଧ୍ୟ ଡକ୍ ୱିଥ୍ ଲୁଇସ୍ ନିୟମ ଲାଗୁ ହୋଇଥିଲା, ଯାହା ଘରୋଇ ଦକ୍ଷିଣ ଆଫ୍ରିକା ପାଇଁ ଫାଇଦା ହୋଇଥିଲା। ବର୍ଷା ପରେ ବୋଲ୍ କାମ କରିନଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଏହି ନିୟମ ଆଧାରରେ 13 ଓଭରରେ 5 ୱିକେଟ୍ ହରାଇ 154 ରନ୍ ସଂଗ୍ରହ କରି ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଫଳରେ ସିରିଜ୍ ବର୍ତ୍ତମାନ 0-1ରେ ଆଗୁଆ ରହିଛି। ଆଜି ସୂର୍ଯ୍ୟକୁମାର ଯାଦବଙ୍କ ଯୁବବାହିନୀ ସିରିଜ୍ ବରାବର ଲକ୍ଷ୍ୟରେ ରହିବେ।  

Advertisment
Cricket India Vs South Africa Sports T20
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe