Advertisment

୧୪୭ ବର୍ଷର ଇତିହାସରେ ପ୍ରଥମ: ୬୪୨ ବଲରେ ଶେଷ ହେଲା ଟେଷ୍ଟ ମ୍ୟାଚ୍‌

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍‌ ୬୫୬ ବଲରେ ଅର୍ଥାତ ୧୦୯.୨ ଓଭରରେ ଶେଷ ହୋଇଥିଲା। ଅଷ୍ଟ୍ରେଲିଆ ମେଲବର୍ଣ୍ଣରେ ବିଜୟ ବାନା ଉଡ଼ାଇଥିଲା।

Virat

Virat

Advertisment

ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଖେଳା ଯାଇଥିବା କେପଟାଉନ ଟେଷ୍ଟ ନୂଆ ରେକର୍ଡ କରିଛି। ଦ୍ୱିତୀୟ ଟେଷ୍ଟ ଦେଢ଼ ଦିନ ମଧ୍ୟରେ ଶେଷ ହେବା ସହ ଭାରତ ୭ ୱିକେଟରେ ବିଜୟୀ ହୋଇଛି।

Advertisment

କେପଟାଉନରେ ଭାରତ ପ୍ରଥମ ବିଜୟ ସ୍ୱାଦ ବି ଚାଖିଛି। କିନ୍ତୁ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ମଧ୍ୟରେ କେବେ ଯାହା ଘଟି ନଥିଲା, ଆଜିର ମ୍ୟାଚରେ ସେମିତି କିଛି ଘଟିଛି। ସବୁଠାରୁ ଛୋଟିଆ ଟେଷ୍ଟର ମାନ୍ୟତା ପାଇଛି ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ।

ଦୁଇ ଟିମ ମିଳିତ ଭାବେ କେବଳ ୬୪୨ଟି ବଲ ଖେଳିଛନ୍ତି। ଏଡେନ ମାକରମ ଶତକୀୟ ଇନିଂସ ଖେଳିଥିଲେ ମଧ୍ୟ ପ୍ରଥମ ଇନିଂସରେ ମହମ୍ମଦ ସିରାଜ ଓ ଦ୍ୱିତୀୟ ଇନିଂସରେ ଯଶପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ସବୁ କିଛିକୁ ‍ଫିକା କରି ଦେଇଛି। ସିରାଜ ପ୍ରଥମ ଇନିଂସରେ ୬ ୱିକେଟ ଓ ବୁମ୍ରା ଦ୍ୱିତୀୟ ଇନିଂସରେ ୬ଟି ୱିକେଟ ନେଇଛନ୍ତି।

Advertisment

ଭାରତ ପ୍ରଥମ ଟେଷ୍ଟ ଗୋଟିଏ ଇନିଂସ ଓ ୩୨ ରନରେ ହାରିଥିଲେ। ଉକ୍ତ ମ୍ୟାଚକୁ ଦକ୍ଷିଣ ଆଫ୍ରିକା ୩ ଦିନ ମଧ୍ୟରେ ଶେଷ କରି ଦେଇଥିଲା। ଏବେ ଭାରତ ଦ୍ୱିତୀୟ ଟେଷ୍ଟକୁ ଦେଢ଼ ଦିନ ମଧ୍ୟରେ ଶେଷ କରି ଦକ୍ଷିଣ ଆଫ୍ରିକା ଠାରୁ ମଧୁର ପ୍ରତିଶୋଧ ନେଇଛି। ୧୦୭ ଓଭରରେ ମ୍ୟାଚ୍‌କୁ ଶେଷ କରି ଭାରତ ୧-୧ରେ ଟେଷ୍ଟ ସିରିଜକୁ ଡ୍ର କରି ଦେଇଛି।

୧୪୭ ବର୍ଷର ଟେଷ୍ଟ କ୍ରିକେଟର ଇତିହାସରେ ପ୍ରଥମଥର ପାଇଁ ଏତେ କମ ଓଭରରେ କୌଣସି ମ୍ୟାଚ ଶେଷ ହୋଇ ନଥିଲା। ପୂର୍ବରୁ ୧୯୩୨ ମସିହାରେ ସବୁଠାରୁ ଛୋଟିଆ ଟେଷ୍ଟ ମ୍ୟାଚ ଦେଖିବାକୁ ମିଳିଥିଲା। 

ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚ୍‌ ୬୫୬ ବଲରେ ଅର୍ଥାତ ୧୦୯.୨ ଓଭରରେ ଶେଷ ହୋଇଥିଲା। ଅଷ୍ଟ୍ରେଲିଆ ମେଲବର୍ଣ୍ଣରେ ବିଜୟ ବାନା ଉଡ଼ାଇଥିଲା।

ଦ୍ୱିତୀୟ ଟେଷ୍ଟରେ ପ୍ରଥମ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ୨୩.୨ ଓଭରରେ ୫୫ ରନ କରି ଅଲଆଉଟ ହୋଇଥିଲା। ଏହାର ଜବାବରେ ଭାରତ ୩୪.୫ ଓଭର ବ୍ୟାଟିଂ କରି ୧୫୩ ରନରେ ଅଟକି ଥିଲା।

ଦ୍ୱିତୀୟ ଇନିଂସରେ ଏଡେନ ମାକରମ ଶତକ ହାସଲ କରିବା ସହ ଦକ୍ଷିଣ ଆଫ୍ରିକା ୩୬.୫ ଓଭର ବ୍ୟାଟିଂ କରିଥିଲା। ଘରୋଇ ଟିମ ୧୭୬ ରନରେ ଅଲଆଉଟ ହେବାରୁ ଭାରତକୁ ୭୯ ରନ ଟାର୍ଗେଟ ମିଳିଥିଲା। ଏହାକୁ ଭାରତୀୟ ଟିମ ୧୨ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଛି।

ICC Test Cricket Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe