Advertisment

ଶନିବାର ହୋଇ ନପାରେ ଭାରତ-ଦକ୍ଷିଣ ଆଫ୍ରିକା ବିଶ୍ୱକପ ଫାଇନାଲ୍‌

ଦକ୍ଷିଣ ଆଫ୍ରିକା ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ସେହିପରି ଗୁରୁବାର ରାତିରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଫାଇନାଲକୁ ଯାଇଛି।

ଅଦ୍ୟତନ ହୋଇଛି
ICC

ICC

Advertisment

ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା। ଏହି ମ୍ୟାଚ୍‌କୁ ପୂରା ବିଶ୍ୱର କ୍ରିକେଟ ପ୍ରେମୀ ଅପେକ୍ଷା କରି ରହିଛନ୍ତି। ଉଭୟ ଟିମ ଏଯାଏ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ।

Advertisment

ଦକ୍ଷିଣ ଆଫ୍ରିକା ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ଏକତରଫା ଭାବେ ପରାସ୍ତ କରିଥିଲା। ସେହିପରି ଗୁରୁବାର ରାତିରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ହରାଇ ଫାଇନାଲକୁ ଯାଇଛି।

ଦକ୍ଷିଣ ଆଫ୍ରିକା କୌଣସି ବିଶ୍ୱକପରେ ପ୍ରଥମଥର ଫାଇନାଲକୁ ଯାଇଥିବା ବେଳେ ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ପାଇଁ ଅପେକ୍ଷା କରି ରହିଛି। ତେଣୁ ଏହି ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। କିନ୍ତୁ ଶନିବାର ଭାରତ ଓ ଦକ୍ଷିଣ ଆଫ୍ରିକା ବିଶ୍ୱକପ ଫାଇନାଲ ହୋଇ ନପାରେ। କାରଣ ମହାମୁକାବିଲା ଉପରେ ବର୍ଷା ସାଜିପାରେ ବାଧକ।

Advertisment

ଆକ୍ୟୁୱେଦରର ରିପୋର୍ଟ ଅନୁସାରେ, ବାର୍ବଡସରେ ହେବାକୁ ଥିବା ମ୍ୟାଚ୍‌ରେ ବର୍ଷା ହେବାର ଯଥେଷ୍ଟ ଆଶଙ୍କା ରହିଛି। ୯୯% କ୍ଲାଉଡ କଭର ସହ ବର୍ଷା ମ୍ୟାଚ୍‌ର ମଜାକୁ ପାଣିଚିଆ କରିପାରେ। ଶନିବାର ଏଠାରେ ବର୍ଷା ହେବାର ସମ୍ଭାବନା ୬୦% ରହିଛି। ପାଣିପାଗ ଅଧିକାଂଶ ମେଘୁଆ ଓ ଗୁଳୁଗୁଳି ରହିବ। ସକାଳ ବେଳା ପବନ ମଧ୍ୟ ବୋହିପାରେ। ମଧ୍ୟାହ୍ନ ସମୟରେ ବେଳବେଳେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏପରି ସ୍ଥିତିରେ ମ୍ୟାଚ୍‌ ଆୟୋଜନ ସମ୍ଭବ ହୋଇ ନପାରେ। 

ଯଦି ବର୍ଷା ଯୋଗୁ ଶନିବାର ମ୍ୟାଚ୍‌ ନ ହେବ, ତା’ହେଲେ ଆଇସିସି ଏଥିପାଇଁ ରବିବାର ସଂରକ୍ଷିତ ଦିବସ ରଖିଛି। ତେବେ ସଂରକ୍ଷିତ ଦିବସରେ ମଧ୍ୟ ୫୭% ବାଦଲମୟ ପରିବେଶ ସହ ବର୍ଷା ହୋଇପାରେ ବୋଲି ରିପୋର୍ଟରେ ଦାବି କରାଯାଇଛି।

ଫାଇନାଲ ମ୍ୟାଚ୍‌କୁ ସାରିବା ପାଇଁ ଦୁଇ ଦିନର ସମୟ ଧାର୍ଯ୍ୟ କରାଯାଇଛି। ତଥାପି ଯଦି ମ୍ୟାଚ୍‌ ଅନୁଷ୍ଠିତ ହୋଇ ନ ପାରିବ, ତା’ହେଲେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକାକୁ ଟି-୨୦ ବିଶ୍ୱକପ ବିଜେତା ଘୋଷଣା କରାଯିବ।

T20 Match T20 World Cup T20 Cricket INDvsSA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe