Advertisment

କ୍ଲାଇମାକ୍ସ ପାର୍ଟରେ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମ୍ୟାଚ୍‌

ରାଜକୋଟ: କ୍ଲାଇମାକ୍ସ ପାର୍ଟରେ ପହଞ୍ଚିଥିବା ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପରେ ଆଜି ସମସ୍ତଙ୍କର ନଜର ରହିଛି। ରାଜକୋଟରେହେବାରୁ ଥିବା ଏହି ମ୍ୟାଚ୍‌ ଉଭୟ  ଟିମ୍ ମଧ୍ୟରେ କଡ଼ା ଟକ୍କର ହେବ। ସିରିଜ୍‌ ପ୍ରଥମ ମ୍ୟାଚ୍‌ଟି ଭାରତ ଦୁଇ ରନ୍‌ରେ ଜିତି ନେଇଥିବା ବେଳେ ଦ୍ୱିତୀୟ ମାଚଟି ଶ୍ରୀଲଙ୍କା ବାଉନ୍ସବ୍ୟାକ୍‌ କରି ସିରିଜ୍‌ ବାରବର କରିଛି। ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା  ୧୬ ରନ୍‌ରେ ଜିତି ଭାରତକୁ କଡ଼ା ଚାଲେଞ୍ଜ ଦେଛି ଭ୍ରମଣକାରୀ ଦଳ। ଅନ୍ୟପଟେ ଆଜି ନିର୍ଣ୍ଣାୟକ […]

author-image
Tapas Behera
କ୍ଲାଇମାକ୍ସ ପାର୍ଟରେ ଭାରତ-ଶ୍ରୀଲଙ୍କା ଟି-ଟ୍ୱେଣ୍ଟି ମ୍ୟାଚ୍‌

axar

ରାଜକୋଟ: କ୍ଲାଇମାକ୍ସ ପାର୍ଟରେ ପହଞ୍ଚିଥିବା ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ୍‌ ପରେ ଆଜି ସମସ୍ତଙ୍କର ନଜର ରହିଛି। ରାଜକୋଟରେହେବାରୁ ଥିବା ଏହି ମ୍ୟାଚ୍‌ ଉଭୟ  ଟିମ୍ ମଧ୍ୟରେ କଡ଼ା ଟକ୍କର ହେବ। ସିରିଜ୍‌ ପ୍ରଥମ ମ୍ୟାଚ୍‌ଟି ଭାରତ ଦୁଇ ରନ୍‌ରେ ଜିତି ନେଇଥିବା ବେଳେ ଦ୍ୱିତୀୟ ମାଚଟି ଶ୍ରୀଲଙ୍କା ବାଉନ୍ସବ୍ୟାକ୍‌ କରି ସିରିଜ୍‌ ବାରବର କରିଛି। ଦ୍ୱିତୀୟ ମ୍ୟାଚରେ ଶ୍ରୀଲଙ୍କା  ୧୬ ରନ୍‌ରେ ଜିତି ଭାରତକୁ କଡ଼ା ଚାଲେଞ୍ଜ ଦେଛି ଭ୍ରମଣକାରୀ ଦଳ। ଅନ୍ୟପଟେ ଆଜି ନିର୍ଣ୍ଣାୟକ ମ୍ୟାଚ ଥିବାରୁ ଏହା ବେଶ ରୋମାଞ୍ଚକର ହେବ ବୋଲି କୁହାଯାଉଛି। ରାଜକୋଟରେ ସମସ୍ତ ଫର୍ମାଟରେ ରନ୍‌ ବର୍ଷା ହେଉଥିବାରୁ ଶନିବାର ରାତିରେ ମଧ୍ୟ ଏକ ହାଇସ୍କୋରିଂ ମୁକାବିଲା ଆଶା ରହିଛି। ଭାରତ ଦୁଇ ମ୍ୟାଚରେ ବ୍ୟାଟିଂ ଓ ବୋଲିଂରେ ଯୁବ ଖେଳାଳିଙ୍କୁ ସୁଯୋଗ ଦେଇଛି। ଘରୋଇ ମାଟିରେ ଭାରତ ବିଗତ ୩ ବର୍ଷ ଧରି ଲଗାତାର ୧୧ଟି ଶୃଙ୍ଖଳା ଜିତିଛି। ଶେଷ ଥର ପାଇଁ ୨୦୧୯ରେ ଘରୋଇ ମାଟିରେ ଭାରତକୁ ଅଷ୍ଟ୍ରେଲିଆ ୨-୦ରେ ହରାଇଥିଲା।

Advertisment

ଭାରତ ସମ୍ଭାବ୍ୟ ୧୧: ଈଶାନ କିଶନ, ଶୁବମନ ଗିଲ୍‌, ରାହୁଲ ତ୍ରିପାଠୀ, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ଼ା, ଅକ୍ଷର ପଟେଲ୍‌, ଶିବମ ମାଭି, ଉମ୍ରାନ ମଲ୍ଲିକ, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ।

ଶ୍ରୀଲଙ୍କା ସମ୍ଭାବ୍ୟ ୧୧: ପଥୁମ ନିଶଙ୍କା, କୁସାଲ ମେଣ୍ଡିଜ୍ (ୱିକେଟରକ୍ଷକ), ଧନଞ୍ଜୟ ଡି’ସିଲଭା, ଚରିତ ଅସଲଙ୍କା, ସାଦିରା ସମରବିକ୍ରମା/ଭାନୁକା ରାଜପକ୍ଷ, ଦାସୁନ ଶଣକା (ଅଧିନାୟକ), ୱାନିନ୍ଦୁ ହସରଙ୍ଗା, ଚାମିକା କରୁଣାରତ୍ନେ, ମହେଶ ତୀକ୍ଷ୍‌ଣା, କାସୁନ ରଜିଥା, ଦିଲସାନ୍‌ ମଧୁଶଙ୍କା।

Advertisment