Advertisment

ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍‌: ଆଜି ଭାରତ-ୱେଷ୍ଟଣ୍ଡିଜ୍ ଲଢ଼େଇ

ଆଙ୍ଗୁଠି ଆଘାତ ଜନିତ ପ୍ରଥମ ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ସ୍ମୃତି ମନ୍ଧାନା ଏହି ମ୍ୟାଚ୍‌ରେ ଖେଳି ପାରନ୍ତି ବୋଲି ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍ ଟ୍ରୋଏ କୋଓଲେ କହିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Indian Team

Indian Team

ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ମୁକାବିଲାରେ ଆଜି ଭାରତ-ୱେଷ୍ଟଣ୍ଡିଜ୍ ଲଢ଼େଇ ହେବ। ଗ୍ରୁପ୍-୨ରେ ଥିବା ଏହି ଦୁଇ ଦଳ ପରସ୍ପରକୁ ଆଜି ଭାରତୀୟ ସମୟ ସନ୍ଧ୍ୟା ସାଢ଼େ ୬ଟା ବେଳେ ନ୍ୟୁଜିଲାଣ୍ଡର କେପ୍‌ଟାନ୍‌ରେ ଭେଟିବେ। ପ୍ରଥମ ମ୍ୟାଚ୍‌ରେ ୭ ୱିକେଟରେ ପାକିସ୍ତାନକୁ ହରାଇ ଭାରତୀୟ ଦଳର ମନୋବଳ ସୁଦୃଢ଼ ରହିଛି। ସେପଟେ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ହାରି ୱେଷ୍ଟଣ୍ଡିଜ୍‌ର ମନବଳ ଦୁର୍ବଳ ରହିଛି। ତେଣୁ ଭାରତ ଏହି ମ୍ୟାଚ୍‌ରେ ଉନ୍ନତ ଖେଳ ଦେଖାଇବ ବୋଲି ଫ୍ୟାନ୍‌ମାନଙ୍କ ଆଶା ରହିଛି। ଏହି ବିଶ୍ୱକପ୍‌ରେ ଭାରତ ତାର ଦ୍ୱିତୀୟ ମ୍ୟାଚ୍‌ ଖେଳୁଛି। ଭାରତୀୟ ଖେଳାଳିମାନେ ମଧ୍ୟ ଜବରଦସ୍ତ ଫର୍ମରେ ଅଛନ୍ତି। ଆଜିର ମ୍ୟାଚ୍‌ରେ ଓଭୟ ବ୍ୟାଟିଂ ଓ ବୋଲିରେ ଭରତୀୟ ଖେଳାଳିମାନେ ଭଲ ପ୍ରଦର୍ଶନ କଲେ ମ୍ୟାଚ୍ ଜିତିବା ସୁନିଶ୍ଚିତ ହୋଇପାରିବ।

Advertisment

ସୂଚନା ଥାଉକି, ପ୍ରଥମ ମ୍ୟାଚ୍‌ରେ ଜେମିମା ରୋଡ୍ରିଗ୍ସ ଏବଂ ରିଚା ଘୋଷଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ ୭ ଉଇକେଟରେ ପାକିସ୍ତାନକୁ ହରାଇ ଥିଲା। ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଖେଳୁଥିବା ଭାରତ ଟିମ୍‌ ତରଫରୁ ଦୀପ୍ତି ଶର୍ମା, ରାଧା ଯାଦବ, ପୂଜା ବସ୍ତ୍ରାକରଙ୍କ ଉପରେ ବୋଲିଂର ଭାର ରହିବ। ସେହିପରି ଓପନର ୟାସ୍ତିକା ଭାଟିଆ, ସେଫାଲି ବର୍ମା, ହରମନପ୍ରୀତ କୌର, ଜେମିମା ଓ ରିଚା ଘୋଷଙ୍କ ଉପରେ ବ୍ୟାଟିଂ ଭାର ରହିବ।

ଆଙ୍ଗୁଠି ଆଘାତ ଜନିତ ପ୍ରଥମ ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ସ୍ମୃତି ମନ୍ଧାନା ଏହି ମ୍ୟାଚ୍‌ରେ ଖେଳି ପାରନ୍ତି ବୋଲି ଟିମ୍‌ ଇଣ୍ଡିଆ ବୋଲିଂ କୋଚ୍ ଟ୍ରୋଏ କୋଓଲେ କହିଛନ୍ତି। ସେହିପରି ଦୀପ୍ତିଙ୍କ ଉତ୍ତମ ଖେଳ ପ୍ରଦର୍ଶନ ଉପରେ ମଧ୍ୟ ଭରସା ରହିଥିବା ସେ ମତ ରଖିଛନ୍ତି।

Advertisment

ଅନ୍ୟପଟେ କ୍ୟାପଟେନ୍ ହେଲେ ମାଥ୍ୟୁଙ୍କ ନେତୃତ୍ୱରେ ଓହ୍ଲାଉଥିବା ୱେଷ୍ଟଣ୍ଡିଜ୍ ଟିମ୍ ଭଲ ଖେଳ ଦେଖାଇ ଟ୍ରାକ୍‌କୁ ଫେରିବାକୁ ଚେଷ୍ଟା କରିବ।

କ୍ରିକେଟ ପ୍ରେମି ଏହି ମ୍ୟାଚ୍‌କୁ ଷ୍ଟାରସ୍ପୋଟ୍ସରେ ଦେଖିପାରିବେ। ଏହାଛଡ଼ା Disney+ Hotstar app and website ଜରିଆରେ ମଧ୍ୟ ଦେଖିପାରିବେ।

T 20 World Cup T20 Cricket