/odisha-reporter/media/post_attachments/uploads/2022/02/stadium.jpg)
stadium
ନୂଆଦିଲ୍ଲୀ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସୀମିତ ଓଭର ସିରିଜ୍ ୬ ତାରିଖରୁ ଆରମ୍ଭ ହେବ। ପ୍ରଥମେ ଦିନିକିଆ ସିରିଜ୍ ଆରମ୍ଭ ହେବ। ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ସମସ୍ତ ମ୍ୟାଚ୍ ଅହମଦାବାଦରେ ଖେଳାଯିବ। ସେହିପରି ତିନୋଟି ଯାକ ଟି-୨୦ ମ୍ୟାଚ୍ କୋଲକାତାରେ ଖେଳାଯିବ। ଅହମଦାବାଦରେ ଦିନିକିଆ ସିରିଜ୍ ବିନା ଦର୍ଶକରେ ଖେଳାଯିବ। ଏ ନେଇ ଗୁଜରାଟ କ୍ରିକେଟ୍ ଆସୋସିଏସନ୍ (ଜିସିଏ) ସୂଚନା ଦେଇଛି। ଅନ୍ୟପଟେ କୋଲକାତାରେ ଟି-୨୦ ସିରିଜ୍ ପାଇଁ ଦର୍ଶକଙ୍କୁ ଷ୍ଟାଡିୟମ ଭିତରକୁ ଅନୁମତି ମିଳିବ।
ଜିସିଏ ତା’ର ଅଫିସିଆଲ୍ ଟ୍ୱିଟର୍ ହ୍ୟାଣ୍ଡଲରେ ଲେଖିଛି, ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ। ଆମେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ସିରିଜ୍ ଆୟୋଜନ କରିବାକୁ ପୂରା ପ୍ରସ୍ତୁତ। ଫେବୃଆରୀ ୬ ତାରିଖରେ ପ୍ରଥମ ଦିନିକିଆ ବହୁତ ଖାସ୍ ଓ ଐତିହାସିକ ହେବ। କାରଣ ଭାରତ ତା’ର ୧୦୦୦ତମ ଅନ୍ତର୍ଜାତୀୟ ଦିନିକିଆ ଖେଳିବ। ଏହାସହ ଭାରତ ଦୁନିଆର ପ୍ରଥମ ଟିମ୍ ଭାବେ ଏହି ଉପଲବ୍ଧି ହାସଲ କରିବ।
ଏହାରି ଭିତରେ ପଶ୍ଚିମବଙ୍ଗ ସରକାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୭୫ ପ୍ରତିଶତ ଦର୍ଶକଙ୍କ ଉପସ୍ଥିତିକୁ ଅନୁମତି ପ୍ରଦାନ କରିଛନ୍ତି। ବେଙ୍ଗଲ କ୍ରିକେଟ୍ ଆସୋସିଏସନ୍ (ସିଏବି)ର ଅଧ୍ୟକ୍ଷ ଅଭିଷେକ ଡାଲମିଆ ଷ୍ଟାଡିୟମରେ ୭୫ ପ୍ରତିଶତ ଉପସ୍ଥିତିର ଅନୁମତି ଦେଇଥିବାରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି-୨୦ ମ୍ୟାଚ୍ ଖେଳାଯିବ। ଫେବୃଆରୀ ୬ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ। ସମସ୍ତ ମ୍ୟାଚ୍ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ। ପ୍ରଥମ ମ୍ୟାଚ୍ ଫେବୃଆରୀ ୬, ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ୯ ଓ ୧୧ ତାରିଖରେ ଅନୁଷ୍ଠିତ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
