pant
ମୁମ୍ବାଇ: ଟିମ୍ ଇଣ୍ଡିଆର ୱିକେଟ୍ କିପର ତଥା ଦମଦାଦ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ସଫଳ ଅସ୍ତ୍ରୋପଚାର ହୋଇଛି। ଗତ ୬ ତାରିଖରେ ଡ.ପର୍ଦ୍ଦିୱାଲା ଏବଂ ତାଙ୍କ ଟିମଙ୍କ ଦ୍ୱାରା ଏହି ଅସ୍ତ୍ରୋପଚାର କରାଯାଇଛି। ଏବେ ହସପିଟାଲରେ ସେ ଆହୁରି ୩-୪ ଦିନ ଡାକ୍ତରଙ୍କ ଅବରଭେସନରେ ରହିବେ। ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଭଲ ସୁଧାର ଆସୁଥିବା ଡାକ୍ତର କହିଛନ୍ତି। ଦୁର୍ଘଟଣା ପରେ ଡେରାଡୁନରେ ଚିକିତ୍ସିତ ହେଥିଲେ ପନ୍ତ । କିନ୍ତୁ ଉନ୍ନତମାନର ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇ ସ୍ତାନାନ୍ତର କରାଯାଇଥିଲା ।
ପନ୍ତଙ୍କ ମୁଣ୍ଡର ଦୁଇଟି ସ୍ଥାନରେ ଶକ୍ତ ଆଘାତ ଲାଗିଥିଲା । ତାଙ୍କର ଡାହାଣ ଗୋଡ଼ର ଲିଗାମେଂଟ ଫ୍ୟାକ୍ରଚର ହୋଇଥିବା ଡାହାଣ ରିଷ୍ଟ ସହ ଶରୀରର ଆଉ କିଛି ସ୍ଥାନରେ ମଧ୍ୟ ଗଭୀର ଆଘାତ ଲାଗିଛି । ଡିସେମ୍ବର ୩୦ ତାରିଖରେ ନିଜ ମା’ଙ୍କୁ ସରପ୍ରାଇଜ ଦେବା ପାଇଁ ଦିଲ୍ଲୀରୁ ରୁରକୀ ଯାଉଥିବା ବେଳେ ପନ୍ତଙ୍କ କାର ଡିଭାଇଡରରେ ଧକ୍କା ହୋଇଥିଲା । ସେହି ସମୟରେ ହରିୟାଣା ରୋଡୱେଜର ବସ୍ ଡ୍ରାଇଭର ଏବଂ କଣ୍ଡକ୍ଟର ପନ୍ତଙ୍କୁ ଉଦ୍ଧାର କରିଥିଲେ ଏବଂ ପୋଲିସକୁ ସୂଚନା ଦେଇଥିଲେ । ଦୁର୍ଘଟଣା ପରେ ପନ୍ତଙ୍କ କାରରେ ନିଆଁ ଲାଗିଯାଇଥିଲା ଏବଂ କାରଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2023/01/pant.jpg)