Advertisment

WTC ଫାଇନାଲ: ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ

ଭାରତ ଆଜିର ମ୍ୟାଚ୍‌ରେ ନିଜ ବୋଲିଂ ଆଟାକରେ ପରିବର୍ତ୍ତନ କରିଛି। ଦୁଇ ସ୍ପିନର ଓ ୩ ଦ୍ରୁତ ବୋଲର ପରମ୍ପରାରେ ଟିମ ମ୍ୟାନେଜମେଣ୍ଟ ରୋକ ଲଗାଇଛି। ଆଜି ଦଳ ଚୂଡ଼ାନ୍ତ ଏକାଦଶରେ ୪ ଦ୍ରୁତ ବୋଲରଙ୍କୁ ସାମିଲ କରିଛି।

WTC

WTC

Advertisment

ବହୁପ୍ରତିକ୍ଷୀତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆଜି ଇଂଲଣ୍ଡର ଓଭାଲରେ ଆରମ୍ଭ ହୋଇଛି। ଏହି ଫାଇନାଲ ମ୍ୟାଚ୍‌ରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ସୁଇଂ ଓ ପେସକୁ ସୁହାଉଥିବା ଏହି ପିଚ୍‌ରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବ।

Advertisment

ଭାରତ ଆଜିର ମ୍ୟାଚ୍‌ରେ ନିଜ ବୋଲିଂ ଆଟାକରେ ପରିବର୍ତ୍ତନ କରିଛି। ଦୁଇ ସ୍ପିନର ଓ ୩ ଦ୍ରୁତ ବୋଲର ପରମ୍ପରାରେ ଟିମ ମ୍ୟାନେଜମେଣ୍ଟ ରୋକ ଲଗାଇଛି। ଆଜି ଦଳ ଚୂଡ଼ାନ୍ତ ଏକାଦଶରେ ୪ ଦ୍ରୁତ ବୋଲରଙ୍କୁ ସାମିଲ କରିଛି। ଏହାର ଅର୍ଥ ରବିଚନ୍ଦ୍ର ଅଶ୍ୱିନ ପ୍ଲେଇଂ ଇଲେଭେନରୁ ବାଦ ପଡ଼ିଛନ୍ତି।

ଟିମରେ ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁର ଦ୍ରୁତ ବୋଲର ଭାବେ ରହିଛନ୍ତି। ସେହିପରି ଈଶାନ କିଶନ ଚୂଡ଼ାନ୍ତ ଏକାଦଶରେ ନାହାନ୍ତି। ପୂର୍ବଭଳି କେଏସ ଭରତ ୱିକେଟ କିପିଂ ଦାୟିତ୍ୱରେ ରହିବେ। ଏକମାତ୍ର ସ୍ପିନର ଭାବେ ରବୀନ୍ଦ୍ର ଜାଡେଜା ଦଳରେ ରହିଛନ୍ତି।

Advertisment

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଅଧିନାୟକ ପାଟ କମିନ୍ସ ମଧ୍ୟ ଓଭାଲରେ ପ୍ରଥମେ ବୋଲିଂ କରିବାକୁ ଚାହୁଁଥିଲେ। ହେଲେ ଟସ୍‌ ହାରିବାରୁ ତାଙ୍କ ଦଳ ପ୍ରଥମେ ବ୍ୟାଟିଂ କରିବ। ଚୂଡ଼ାନ୍ତ ଏକାଦଶରେ ଜୋଶ ହେଜେଲଉଡ ନଥିବାରୁ ସ୍କଟ ବୋଲାଣ୍ଡ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡରେ ତାଙ୍କ ପ୍ରଥମ ଟେଷ୍ଟ ଖେଳିବାକୁ ଯାଉଥିବା କମିନ୍ସ କହିଛନ୍ତି।

ଟିମ ଅଷ୍ଟ୍ରେଲିଆ: ପାଟ କମିନ୍ସ(ଅଧିନାୟକ), ସ୍କଟ ବୋଲାଣ୍ଡ, ଆଲେକ୍ସ କେରୀ(ୱିକେଟ କିପର), କାମେରନ ଗ୍ରୀନ, ଟ୍ରାଭିସ ହେଡ୍‌, ଉସମାନ ଖ୍ୱାଜା, ମାର୍ନସ ଲାବୁଶେନ, ନାଥନ ଲାୟନ, ଷ୍ଟିଭ ସ୍ମିଥ, ମିଚେଲ ଷ୍ଟାର୍କ ଓ ଡାଭିଡ ୱାର୍ଣ୍ଣର।

ଭାରତୀୟ ଟିମ: ରୋହିତ ଶର୍ମା, ଶୁବମନ ଗିଲ, ଚେତେଶ୍ୱର ପୂଜାରା, ବିରାଟ କୋହଲି, ରାହାଣେ, କେଏସ ଭରତ, ରବି ଜାଡେଜା, ହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁର।

India Vs Australia World Test Championship Finale WTC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe