Advertisment

ଏପ୍ରିଲ୍ ୪ରେ ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଏପ୍ରିଲ୍ ୪ ତାରିଖରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍। କେବଳ ଭାରତ ଓ ପାକିସ୍ତାନ ନୁହଁନ୍ତି, ତୃତୀୟ ଦଳ ଭାବେ ବାଂଲାଦେଶ ମଧ୍ୟ ମ୍ୟାଚ୍ ଖେଳିବ। ଏହି ତିନି ଦଳକୁ ନେଇ ଏକ ଦୃଷ୍ଟିହୀନ ଟ୍ରାଇ-ସିରିଜ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟଟି ବାଂଲାଦେଶରେ ଆୟୋଜିତ ହେବ। ହୁଏତ ଏହା ଦୃଷ୍ଟିହୀନ କ୍ରିକେଟ୍, କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି […]

ଅଦ୍ୟତନ ହୋଇଛି
ଏପ୍ରିଲ୍ ୪ରେ ଭାରତ-ପାକିସ୍ତାନ ଟି-୨୦ ମ୍ୟାଚ୍

india-vs-pakistan

Advertisment

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। ଏପ୍ରିଲ୍ ୪ ତାରିଖରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ଟି-୨୦ ମ୍ୟାଚ୍। କେବଳ ଭାରତ ଓ ପାକିସ୍ତାନ ନୁହଁନ୍ତି, ତୃତୀୟ ଦଳ ଭାବେ ବାଂଲାଦେଶ ମଧ୍ୟ ମ୍ୟାଚ୍ ଖେଳିବ। ଏହି ତିନି ଦଳକୁ ନେଇ ଏକ ଦୃଷ୍ଟିହୀନ ଟ୍ରାଇ-ସିରିଜ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟଟି ବାଂଲାଦେଶରେ ଆୟୋଜିତ ହେବ। ହୁଏତ ଏହା ଦୃଷ୍ଟିହୀନ କ୍ରିକେଟ୍, କିନ୍ତୁ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ମ୍ୟାଚର ରୋମାଞ୍ଚ ଭରପୂର ରହିଥାଏ।

Advertisment

ଏହି ଟ୍ରାଇ-ସିରିଜ୍ ଏପ୍ରିଲ୍ ୨ରୁ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ସିରିଜର ସବୁ ଯାକ ମ୍ୟାଚ୍ ଢାକାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ଭାରତ ଦୁଇଥର ପାକିସ୍ତାନକୁ ଭେଟିବ। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଏପ୍ରିଲ୍ ୨ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯିବ। ଏପ୍ରିଲ୍ ୩ ତାରିଖରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ମ୍ୟାଚ୍ ଖେଳାଯିବ। ୪ ତାରିଖରେ ଭାରତ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବ।

ଏପ୍ରିଲ୍ ୫ ତାରିଖରେ ଭାରତ ପୁଣି ବାଂଲାଦେଶକୁ ଭେଟିବ। ୬ ତାରିଖରେ ବାଂଲାଦେଶ ଓ ପାକିସ୍ତାନ ଏବଂ ୭ ତାରିଖରେ ଭାରତ ଓ ପାକିସ୍ତାନ ଦ୍ୱିତୀୟଥର ଲାଗି ମୁହାଁମୁହିଁ ହେବେ। ଦୁଇ ଶୀର୍ଷ ଟିମ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଏପ୍ରିଲ୍ ୮ ତାରିଖରେ ଖେଳାଯିବ।

Advertisment

https://twitter.com/blind_cricket/status/1376424379635015684?s=20

ବାଂଲାଦେଶର ୫୦ତମ ସ୍ୱାଧୀନତା ଦିବସ ପୂର୍ତ୍ତି ଏବଂ ଦେଶର ପ୍ରତିଷ୍ଠାତା ବଙ୍ଗବନ୍ଧୁ ଶେଖ୍ ମୁଜିବୁର ରେହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବାଂଲାଦେଶ ଦୃଷ୍ଟିହୀନ କ୍ରିକେଟ୍ କାଉନସିଲ୍ (ବିବିସିସି) ଓ ବିଶ୍ୱ ଦୃଷ୍ଟିହୀନ କ୍ରିକେଟ୍ (ଡବ୍ଲ୍ୟୁବିସି) ସହଯୋଗରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। କୋଭିଡ୍-୧୯ ପରେ ଏହା ପ୍ରଥମ ଅନ୍ତର୍ଜାତୀୟ ଦୃଷ୍ଟିହୀନ ଟୁର୍ଣ୍ଣାମେଣ୍ଟ ହେବ।

ଗତ ୨୬ ତାରିଖରେ ଏହି ଟି-୨୦ ଟ୍ରାଇ- ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଥିଲା। ଭାରତୀୟ ଦଳରେ ତିନିଜଣ ଓଡ଼ିଆ କ୍ରିକେଟରଙ୍କୁ ସାମିଲ୍ କରାଯାଇଛି। ସେମାନେ ହେଲେ ମହମ୍ମଦ ଜାଫର ଇକବାଲ୍, କାଳିଆ ପ୍ରଧାନ ଓ ପଙ୍କଜ ଭୁଏ। ଟିମର ନେତୃତ୍ୱ ନେବେ ଅଜୟ କୁମାର ରେଡ୍ଡି। ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ପାଇଁ ପଶ୍ଚିମବଙ୍ଗର ବଙ୍ଗବାସୀ କଲେଜ ଗ୍ରାଉଣ୍ଡରେ ଆଜି ଜାତୀୟ ଦଳର କୋଚିଂ କ୍ୟାମ୍ପ ଶେଷ ହୋଇଛି।

Indian Cricket Team Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe