Advertisment

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଭାରତ, ଆଇସିସିକୁ ଜଣାଇଲା ବିସିସିଆଇ!

୮ଟି ଟିମକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ମଧ୍ୟରେ ପାକିସ୍ତାନର ବିଭିନ୍ନ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

Pakistan

Pakistan

Advertisment

ଆସନ୍ତା ବର୍ଷ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତୀୟ ଟିମ ପାକିସ୍ତାନ ଗସ୍ତ କରିବ ନାହିଁ। ଏ ସମ୍ପର୍କରେ ବିସିସିଆଇ ବିଧିବଦ୍ଧ ଭାବେ ଆଇସିସିକୁ ଜଣାଇ ଦେଇଛି। କ୍ରିକଇନଫୋରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।

Advertisment

ବିସିସିଆଇ ଆଇସିସିକୁ ଜଣାଇ ଦେଇଛି ଯେ ଭାରତ ସରକାର ଜାତୀୟ ଦଳକୁ ପାକିସ୍ତାନ ନ ପଠାଇବା ପାଇଁ ପରାମର୍ଶ ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଭାରତ ସରକାର ଏପରି ପଦକ୍ଷେପ ନେଇଛନ୍ତି। ଭାରତ ସରକାର ଅନୁମତି ଦେଉ ନଥିବାରୁ ଭାରତୀୟ ଟିମ ପାକିସ୍ତାନକୁ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଯିବ ନାହିଁ।

୮ଟି ଟିମକୁ ନେଇ ଅନୁଷ୍ଠିତ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ମଧ୍ୟରେ ପାକିସ୍ତାନର ବିଭିନ୍ନ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।

Advertisment

ତେବେ ବିସିସିଆଇ ଭାରତୀୟ ଟିମକୁ ଛାଡ଼ିବାକୁ ମନା କରିବାରୁ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ ପାଇଛି। ଭାରତୀୟ ଟିମ ପାକିସ୍ତାନ ଯିବାକୁ ମନା କରିବାରୁ ଆଇସିସି ହାଇବ୍ରିଡ ମଡେଲ କଥା ଚିନ୍ତା କରୁଛି। କିନ୍ତୁ ଏଥିରେ ପାକିସ୍ତାନ ଏକମତ ହୋଇନାହିଁ।

ଶୁକ୍ରବାର ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବିର ଅଧ୍ୟକ୍ଷ ମୋହସିନ ନକବୀ ଚାମ୍ପିୟନ୍ସ ଟ୍ରଫିରେ ହାଇବ୍ରିଡ ମଡେଲେ ସମ୍ଭାବନାକୁ ଖଣ୍ଡନ କରିଥିଲେ। ସେହିପରି ଏ ସମ୍ପର୍କରେ ଆଇସିସି କୌଣସି ପ୍ରକାରର ଆଲୋଚନା କରି ନଥିବା ମଧ୍ୟ ସେ କହିଥିଲେ।

କିନ୍ତୁ କ୍ରିକଇନଫୋ ଜାଣିବାକୁ ପାଇଛି ଯେ ଆଇସିସି ପୁଣି ଚାମ୍ପିୟନ୍ସ ଟ୍ରଫିରେ ଭାରତ ପାଇଁ ହାଇବ୍ରିଡ ମଡେଲ ଆପଣାଇବା ପାଇଁ ପିସିବି ସହ ଆଲୋଚନା କରିବ। ଭାରତର ମ୍ୟାଚ୍‌ଗୁଡ଼ିକ ୟୁଏଇ କିମ୍ବା ଶ୍ରୀଲଙ୍କାରେ ଆୟୋଜନ ହୋଇପାରେ।

ତେବେ ଏ ସମ୍ପର୍କରେ ବିସିସିଆଇ କିମ୍ବା ଆଇସିସି ପକ୍ଷରୁ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ICC Champions Trophy Pakistan Bcci
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe