Advertisment

ବର୍ଷା ଯୋଗୁ ମ୍ୟାଚ୍‌ ନ ହେଲେ ବି ଫାଇନାଲକୁ ଯିବ ଟିମ ଇଣ୍ଡିଆ

୨୦୨୨ରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ସେମି ଫାଇନାଲରେ ହରାଇବା ପରେ ଫାଇନାଲରେ ଟ୍ରଫି ଜିତିଥିଲା। ତେଣୁ ଭାରତ ପାଖରେ ଏହାର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି।

INDIA

INDIA

Advertisment

ଟି-୨୦ ବିଶ୍ୱକପର ସପୁର ୮ର ଶେଷ ମୁକାବିଲା ନାଟକୀୟ ଢଙ୍ଗରେ ଶେଷ ହୋଇଛି। ସମସ୍ତଙ୍କୁ ଚକିତ କରି ପ୍ରଥମଥର ପାଇଁ ବିଶ୍ୱକପର ସେମି ଫାଇନାଲରେ ପ୍ରବେଶ କରିଛି। ଦଳ ଦକ୍ଷିଣ ଆଫ୍ରିକା ସହ ମ୍ୟାଚ୍‌ ଖେଳିବ।

Advertisment

ଭାରତର ମୁକବିଲା ଦ୍ୱିତୀୟ ସେମିରେ ଇଂଲଣ୍ଡ ସହ ହେବ। ୨୦୨୨ରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ସେମି ଫାଇନାଲରେ ହରାଇବା ପରେ ଫାଇନାଲରେ ଟ୍ରଫି ଜିତିଥିଲା। ତେଣୁ ଭାରତ ପାଖରେ ଏହାର ମଧୁର ପ୍ରତିଶୋଧ ନେବାର ସୁଯୋଗ ରହିଛି।

ଦକ୍ଷିଣ ଆଫ୍ରିକା ବନାମ ଆଫାଗାନିସ୍ତାନ ପ୍ରଥମ ସେମି ଫାଇନାଲରେ ମୁହାଁମୁହିଁ ହେବେ। ଗୁରୁବାର ଭାରତୀୟ ସମୟ ସକାଳ ୬ଟାରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହେବ। ସେହିପରି ଭାରତ ଓ ଇଂଲଣ୍ଡ ଭାରତୀୟ ସମୟ ସନ୍ଧ୍ୟା ୮ରେ ଗାୟାନାରେ ମୁହାଁମୁହିଁ ହେବେ।

Advertisment

ଟୁର୍ଣ୍ଣାମେଣ୍ଟ ପୂର୍ବରୁ ହିଁ ଭାରତ ଗାୟାନାରେ ସେମି ଫାଇନାଲ ଖେଳିବ ବୋଲି ସ୍ଥିର ହୋଇଥିଲା। ଦୁଇଟି ଯାକ ଭେନ୍ୟୁର ପ୍ଲେଇଂ କଣ୍ଡିସନ ପୂରା ଭିନ୍ନ। ଭାରତ-ଇଂଲଣ୍ଡ ସେମି ଫାଇନାଲ ପାଇଁ କୌଣସି ପ୍ରକାରର ସଂରକ୍ଷିତ ଦିବସ ନାହିଁ। କାରଣ ସେମି ଓ ଫାଇନାଲ ମଧ୍ୟରେ କେବଳ ଗୋଟିଏ ଦିନର ଗ୍ୟାପ ରହୁଛି। ଗୁରୁବାର ସେମି ଫାଇନାଲ ଖେଳାଯିବାକୁ ଥିବା ବେଳେ ଶନିବାର ଫାଇନାଲ ଅନୁଷ୍ଠିତ ହେବ।

ତେବେ ଭାରତ ଓ ଇଂଲଣ୍ଡ ମ୍ୟାଚ ପାଇଁ ମୋଟ ୨୫୦ ମିନିଟ ବା ୪ ଘଣ୍ଟା ୧୦ ମିନିଟର ସମୟ ରଖାଯାଇଛି। ଏହାର ଅର୍ଥ ବର୍ଷା ବାଧକ ହେଲେ ମଧ୍ୟ ମ୍ୟାଚ୍‌ ସେହି ଦିନ ସାରିବାକୁ ଯୋଜନା ରହିଛି।

ପ୍ରଥମ ସେମି ଫାଇନାଲ ପାଇଁ ସେହିଦିନ ଅତିରିକ୍ତ ୬୦ ମିନିଟ ଓ ସଂରକ୍ଷଣ ଦିବସରେ ୧୯୦ ମିନିଟ ସମୟ ରଖାଯାଇଛି। ଏହି ୧୯୦ ମିନିଟ ସ୍ଥାନୀୟ ସମୟ ଦିନ ୨ଟାରୁ ଆରମ୍ଭ ହେବ।

ସେହିପରି ସେମି ଓ ଫାଇନାଲ ମ୍ୟାଚ୍‌ର ରେଜଲ୍ଟ ପାଇଁ ସର୍ବନିମ୍ନ ୧୦ ଓଭର ରଖାଯାଇଛି। ଏହାର ଅର୍ଥ ବର୍ଷା ହେଲେ ଆଉ ୫ ଓଭର ପରେ ଡିଏଲଏସ୍‌ ଲାଗୁ ହେବ ନାହିଁ। ୧୦ ଓଭର ପରେ ଏହି ନିୟମ ଲାଗୁ କରାଯିବ। ଲିଗ ଓ ସୁପର ୮ରେ ଏହା ସର୍ବନିମ୍ନ ୫ ଓଭର ରହିଥିଲା।

ଉଭୟ ଭେନ୍ୟୁର ପାଣିପାଗକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା ଲାଗୁ କରାଯାଇଛି। ଦୁଇଟି ଯାକ ମ୍ୟାଚ୍‌ ଉପରେ ବର୍ଷା ବାଧକ ସାଜିବାର ଯଥେଷ୍ଟ ଆଶଙ୍କା ରହିଛି।

ଯଦି ବର୍ଷା ଯୋଗୁ ଭାରତ ଓ ଇଂଲଣ୍ଡ ମ୍ୟାଚ ବାତିଲ ହୋଇଯାଏ, ତା’ହେଲେ କେଉଁ ଦଳ ଫାଇନାଲକୁ ଯିବ? ଏହାର ଉତ୍ତର ହେଉଛି ଭାରତ। କାରଣ ଭାରତ ଏଯାଏ ଅପରାଜେୟ ରହିଛି।

ସୁପର ୮ରେ ୧ନଂରେ ରହି ସେମି ଫାଇନାଲକୁ ଆସିଥିବା ଦଳ ମ୍ୟାଚ୍‌ ବାତିଲ ହେଲେ ସିଧା ଫାଇନାଲରେ ପ୍ରବେଶ କରିବ। ସମାନ ନିୟମ ଦକ୍ଷିଣ ଆଫ୍ରିକା କ୍ଷେତ୍ରରେ ମଧ୍ୟ ଲାଗୁ ହେବ। କାରଣ ଦକ୍ଷିଣ ଆଫ୍ରିକା ମଧ୍ୟ ଅପରାଜେୟ ରହି ସେମିକୁ ଯାଇଛି।

ଅନ୍ୟପକ୍ଷରେ ଜୁନ ୨୯ରେ ଯଦି ବର୍ଷା ହୁଏ, ତା’ହେଲେ ଫାଇନାଲକୁ ଯାଇଥିବା ଉଭୟ ଦଳକୁ ମିଳିତ ବିଜେତା ଘୋଷଣା କରାଯିବ।

T20 Match T20 World Cup T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe