Advertisment

କୋହଲିଙ୍କ ୧୦୦ତମ ଟେଷ୍ଟ: କିଏ ନେବେ ରାହାଣେ ଓ ପୂଜାରାଙ୍କ ସ୍ଥାନ?

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ମୋହାଲିର ଆଇଏସ୍ ବିନ୍ଦ୍ରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ସହ ଭାରତୀୟ କ୍ରିକେଟର ଏକ ନୂଆ ଯୁଗ ଆରମ୍ଭ ହେବ। କ୍ୟାପଟେନ୍ ଭାବେ ରୋହିତ୍ ଶର୍ମାଙ୍କର ଏହା ପ୍ରଥମ ଟେଷ୍ଟ ହେବ। ଏହାସହ ପାଖାପାଖି ୧୦ ବର୍ଷ ଧରି ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ସାଜିଥିବା ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ବିନା […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
କୋହଲିଙ୍କ ୧୦୦ତମ ଟେଷ୍ଟ: କିଏ ନେବେ ରାହାଣେ ଓ ପୂଜାରାଙ୍କ ସ୍ଥାନ?

india

ମୋହାଲି: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଶୁକ୍ରବାର ଠାରୁ ଆରମ୍ଭ ହେବ। ସିରିଜର ପ୍ରଥମ ମ୍ୟାଚ୍ ମୋହାଲିର ଆଇଏସ୍ ବିନ୍ଦ୍ରା କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ସହ ଭାରତୀୟ କ୍ରିକେଟର ଏକ ନୂଆ ଯୁଗ ଆରମ୍ଭ ହେବ। କ୍ୟାପଟେନ୍ ଭାବେ ରୋହିତ୍ ଶର୍ମାଙ୍କର ଏହା ପ୍ରଥମ ଟେଷ୍ଟ ହେବ। ଏହାସହ ପାଖାପାଖି ୧୦ ବର୍ଷ ଧରି ଭାରତୀୟ ବ୍ୟାଟିଂର ମେରୁଦଣ୍ଡ ସାଜିଥିବା ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରାଙ୍କ ବିନା ଟିମ୍ ପଡ଼ିଆକୁ ଓହ୍ଲାଇବ।

Advertisment

ପୂର୍ବତନ କ୍ୟାପଟେନ୍ ବିରାଟ୍ କୋହଲିଙ୍କର ଏହା ୧୦୦ତମ ଟେଷ୍ଟ ମ୍ୟାଚ୍ ହେବ। କୋହଲି ଶତକ ମାରି ଏହି ମ୍ୟାଚକୁ ସ୍ମରଣୀୟ କରିବାକୁ ଚାହିଁବେ। ଯେହେତୁ ଗତ ଦୁଇ ବର୍ଷ ଧରି କୋହଲିଙ୍କ ବ୍ୟାଟରୁ ଶତକ ବାହାରି ନାହିଁ। ତେଣୁ ଏହି ମ୍ୟାଚରେ କୋହଲିଙ୍କ ସେହି ପ୍ରତୀକ୍ଷାର ଅନ୍ତ ଘଟିବ ବୋଲି ଫ୍ୟାନ୍ ଆଶାବାଦୀ ଅଛନ୍ତି।

ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର କମ୍ବିନେଶନ୍ କ’ଣ ହେବ ଏବଂ ପୂଜାରା ଓ ରାହାଣେଙ୍କ ସ୍ଥାନରେ କେଉଁ ଖେଳାଳିଙ୍କୁ ସୁଯୋଗ ମିଳିବ? ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ପୂଜାରା ତୃତୀୟ ସ୍ଥାନରେ ବ୍ୟାଟିଂ କରନ୍ତି। ତାଙ୍କ ସ୍ଥାନ ନେବା ପାଇଁ ଶୁବମନ୍ ଗିଲ୍ ଓ ହନୁମା ବିହାରୀ ଦୌଡ଼ରେ ଅଛନ୍ତି। ଗିଲ୍ ଏପର୍ଯ୍ୟନ୍ତ ଓପ୍ନର ଭାବେ ଟେଷ୍ଟ କ୍ରିକେଟ୍ ଖେଳିଛନ୍ତି, କିନ୍ତୁ ବାସ୍ତବରେ ସେ ଜଣେ ମିଡଲ୍ ଅର୍ଡର ବ୍ୟାଟର୍। ଏହି ସିରିଜ୍ ପାଇଁ ତାଙ୍କୁ ମଧ୍ୟକ୍ରମ ବ୍ୟାଟର୍ ଭାବେ ଟିମରେ ସ୍ଥାନ ମିଳିପାରେ। କିନ୍ତୁ ଏହି ମ୍ୟାଚ୍ ପାଇଁ ନମ୍ବର-୩ ରେସରେ ହନୁମା ବିହାରୀ ଆଗରେ ଅଛନ୍ତି। ଏହି ପୋଜିସନରେ ବ୍ୟାଟିଂ କରି ବିହାରୀ ଗତ ମାସରେ ରଣଜୀ ଟ୍ରଫି ମୁକାବିଲାର ପ୍ରଥମ ଇନିଂସରେ ଅର୍ଦ୍ଧଶତକ ଓ ଦ୍ୱିତୀୟ ଇନିଂସରେ ଶତକ ମାରିଥିଲେ।

Advertisment

ପଞ୍ଚମ ସ୍ଥାନରେ ଶ୍ରେୟସ ଆୟରଙ୍କ ଖେଳିବା ଏକପ୍ରକାର ନିଶ୍ଚିତ। ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ନିଜର ଡେବ୍ୟୁ ଟେଷ୍ଟରେ ଶତକ ମାରିଥିଲେ। ଶ୍ରୀଲଙ୍କା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଅପରାଜିତ ରହି ୨୦୦ରୁ ଅଧିକ ରନ୍ କରିଥିଲେ। ସେ ଅଜିଙ୍କ୍ୟ ରାହାଣେ ସ୍ଥାନରେ ଚୂଡ଼ାନ୍ତ ଏକାଦଶରେ ଖେଳିପାରନ୍ତି। ଓପନିଂ ବ୍ୟାଟିଂ ଦାୟିତ୍ୱ ରୋହିତ୍ ଓ ମୟଙ୍କ ଅଗ୍ରୱାଲଙ୍କ ଉପରେ ରହିବ। ଲୋକେଶ ରାହୁଲ ଆହତ ଥିବାରୁ ତାଙ୍କ ସ୍ଥାନରେ ମୟଙ୍କ ଖେଳିବେ। ୱିକେଟ୍ କିପର ଭାବେ ଋଷଭ ପନ୍ତଙ୍କର ଖେଳିବା ନିଶ୍ଚିତ। ଅଲରାଉଣ୍ଡର ଭାବେ ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ ଓ ଜୟନ୍ତ ଯାଦବ ଖେଳିପାରନ୍ତି। ପେସ୍ ବ୍ୟାଟେରୀ ସମ୍ଭାଳିବେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ଶାମି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ବ୍ୟାଟିଂ ବିଭାଗ ଦିମୁତ କରୁଣାରତ୍ନେ ତଥା ଅଭିଜ୍ଞ ଦିନେଶ ଚାଣ୍ଡିମଲ୍ ଓ ଆଞ୍ଜେଲୋ ମାଥ୍ୟୁସଙ୍କ ଉପରେ ନିର୍ଭର କରିବ। ତେବେ ବୋଲିଂରେ ଶ୍ରୀଲଙ୍କା ପାଖରେ ସେଭଳି ଅଭିଜ୍ଞତା ନାହିଁ। ଲାହିରୁ କୁମାର ଓ ସୁରଙ୍ଗା ଲାକମଲ ପେସ୍ ବିଭାଗ ସମ୍ଭାଳିବାକୁ ଥିବା ବେଳେ ପ୍ରବୀଣ ଜୟବିକ୍ରମାଙ୍କୁ ସ୍ପିନ୍ ଦାୟିତ୍ୱମ ମିଳିପାରେ।

ସମ୍ଭାବ୍ୟ ଏକାଦଶ
ଭାରତ: ରୋହିତ ଶର୍ମା (କ୍ୟାପଟେନ୍), ମୟଙ୍କ ଅଗ୍ରୱାଲ୍, ଶୁବମନ୍ ଗିଲ/ହନୁମା ବିହାରୀ, ବିରାଟ୍ କୋହଲି, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ୍, ଜୟନ୍ତ ଯାଦବ, ମହମ୍ମଦ ଶାମି/ମହମ୍ମଦ ସିରାଜ, ଯଶପ୍ରୀତ ବୁମ୍ରା।

ଶ୍ରୀଲଙ୍କା: ଦିମୁତ କରୁଣାରତ୍ନେ (କ୍ୟାପଟେନ୍), ଲାହିରୁ ଥିରିମାନେ, ପାଥୁମ ନିଶାଙ୍କ, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜୟ ଡି’ସିଲଭା, ଦିନେଶ ଚାଣ୍ଡିମଲ/ଚରିତ ଅସଲଙ୍କା, ନିରୋଶାନ୍ ଡିକୱେଲା (ୱିକେଟ୍ କିପର), ସୁରଙ୍ଗା ଲାକମଲ, ଲସିଥ ଏମ୍ବୁଲଡେନିୟା, ପ୍ରବୀଣ ଜୟବିକ୍ରମା/ବିଶ୍ୱ ଫର୍ଣ୍ଣାଣ୍ଡୋ, ଲାହିରୁ କୁମାରା।