୫୦ ବର୍ଷର ଅପେକ୍ଷାରେ ଅନ୍ତ, ଏକାଧିକ ରେକର୍ଡ କଲା ବିରାଟ ବାହିନୀ

ଲଣ୍ଡନ: ଦୀର୍ଘ ୫୦ ବର୍ଷ ଧରି ଭାରତୀୟ କ୍ରିକେଟ ପ୍ରେମୀ ଯେଉଁ ଐତିହାସିକ ଦିନକୁ ଅପେକ୍ଷା କରିଥିଲେ ଆଜି ଶେଷରେ ଏହା ପୂରଣ ହୋଇଛି। ଦୀର୍ଘ ୫୦ ବର୍ଷ ପରେ ଭାରତ ଲଣ୍ଡନର ଦି ଓଭାଲରେ ଇଂଲଣ୍ଡକୁ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଛି। ସୋମବାର ବିରାଟ ବାହିନୀ ଇଂଲଣ୍ଡକୁ ୪ର୍ଥ ଟେଷ୍ଟରେ ପରାସ୍ତ କରି କେବଳ ୨-୧ରେ ସିରିଜ୍‌ରେ ଲିଡ୍‌ ହାସଲ କରିନାହିଁ ବରଂ ୧୯୭୧ ପରେ ଓଭାଲରେ ବିଜୟ ହାସଲ କରିବାକୁ ସକ୍ଷମ […]

Team-India

Team-India

Hemant Lenka
  • Published: Monday, 06 September 2021
  • Updated: 06 September 2021, 10:16 PM IST

Sports

Latest News

ଲଣ୍ଡନ: ଦୀର୍ଘ ୫୦ ବର୍ଷ ଧରି ଭାରତୀୟ କ୍ରିକେଟ ପ୍ରେମୀ ଯେଉଁ ଐତିହାସିକ ଦିନକୁ ଅପେକ୍ଷା କରିଥିଲେ ଆଜି ଶେଷରେ ଏହା ପୂରଣ ହୋଇଛି। ଦୀର୍ଘ ୫୦ ବର୍ଷ ପରେ ଭାରତ ଲଣ୍ଡନର ଦି ଓଭାଲରେ ଇଂଲଣ୍ଡକୁ ପରାସ୍ତ କରି ନୂଆ ଇତିହାସ ସୃଷ୍ଟି କରିଛି। ସୋମବାର ବିରାଟ ବାହିନୀ ଇଂଲଣ୍ଡକୁ ୪ର୍ଥ ଟେଷ୍ଟରେ ପରାସ୍ତ କରି କେବଳ ୨-୧ରେ ସିରିଜ୍‌ରେ ଲିଡ୍‌ ହାସଲ କରିନାହିଁ ବରଂ ୧୯୭୧ ପରେ ଓଭାଲରେ ବିଜୟ ହାସଲ କରିବାକୁ ସକ୍ଷମ ହୋଇଛି।

ଭାରତ ୨-୧ରେ ଆଗୁଆ ଥିବା ବେଳେ ସିରିଜ୍‌ର ଶେଷ ମ୍ୟାଚ୍‌ ୧୦ ତାରିଖକୁ ମାଞ୍ଚେଷ୍ଟରରେ ଖେଳାଯିବ। ଅର୍ଥାତ ବିରାଟ ବାହିନୀ ଆଜିର ବିଜୟ ପରେ ଇଂଲଣ୍ଡରେ ଆଉ ସିରିଜ୍‌ ହାରିବ ନାହିଁ। ଯଦି ବି ୫ମ ମ୍ୟାଚ୍‌ରେ ହାରିବ, ତା’ହେଲେ ସିରିଜ୍‌ ୨-୨ରେ ଡ୍ର ରହିବ।

ଓଭାଲରେ ଭାରତ ଶେଷଥର ପାଇଁ ୧୯୭୧ରେ ବିଜୟ ଲାଭ କରିଥିଲା। ଏହି ମ୍ୟାଚ୍‌ରେ ଭାରତର ବିଏସ୍‌ ଚନ୍ଦ୍ରଶେଖର ଇଂଲଣ୍ଡର ଜନ ପ୍ରାଇସଙ୍କୁ ଆଉଟ କରି ନିଜର ୬ଷ୍ଠ ୱିକେଟ ଦଖଲ କରିଥିଲେ। ଏଥିସହ ଅଜିତ ୱାଡେକରଙ୍କ ଭାରତୀୟ ଟିମ୍‌କୁ ଐତିହାସିକ ୪ ୱିକେଟରେ ବିଜୟ ଭେଟି ଦେଇଥିଲେ। ପ୍ରଥମଥର ପାଇଁ ଟିମ୍‌ ଇଣ୍ଡିଆ ଇଂଲଣ୍ଡକୁ ତା’ର ଘରୋଇ ମାଟିରେ ପରାସ୍ତ କରିବା ସହ ପ୍ରଥମ ସିରିଜ୍‌ ଜିତିବାକୁ ସକ୍ଷମ ହୋଇଥିଲା।

ଏହାପରଠାରୁ ଭାରତ କେବେ ହେଲେ ଓଭାଲରେ ଟେଷ୍ଟ ମ୍ୟାଚ୍‌ ଜିତି ନଥିଲା। ସେହିପରି ଇଂଲଣ୍ଡ ମଧ୍ୟ ପ୍ରଥମ ପରାସ୍ତ ପରେ ୫ଟି ମ୍ୟାଚ୍‌ରେ ଏଠାରେ ଭାରତକୁ ହରାଇ ପାରି ନଥିଲା। ପ୍ରଥମ ବିଜୟ ପରେ ଖେଳାଯାଇଥିବା ୫ଟି ଯାକ ମ୍ୟାଚ୍‌ ଡ୍ର ରହିଥିଲା। ତେବେ ୨୦୧୧ରେ ଇଂଲଣ୍ଡ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍‌ ଇଣ୍ଡିଆକୁ ଏକ ଇନିଂସ ଓ ୮ରେ ପରାସ୍ତ କରିଥିଲା। ଏଥିସହ ଉକ୍ତ ଟେଷ୍ଟ ସିରିଜ୍‌କୁ ୪-୦ରେ କବଜା କରିଥିଲା।

୨୦୧୪ରେ ଭାରତ ଏକ ଇନିଂସ ୨୪୪ ରନ୍‌ ଓ ୨୦୧୮ରେ ୧୧୮ ରନରେ ହାରିଥିଲା। ଅର୍ଥାତ ୮ଟି ମ୍ୟାଚ୍‌ ପରେ ସୋମବାର ବିରାଟ ବାହିନୀ ଇଂଲଣ୍ଡକୁ ଓଭାଲରେ ହରାଇ ନୂଆ ରେକର୍ଡ ସୃଷ୍ଟି କରିଛି।

ଭାରତ ୧୯୭୧ରେ ୧-୦ରେ ଜିତିଥିଲା। ଏବେ ଭାରତ ଦ୍ୱିତୀୟ ଥର ପାଇଁ ଇଂଲଣ୍ଡରେ ଏକରୁ ଅଧିକ ମ୍ୟାଚ୍‌ ଜିତିଛି। ଶେଷଥର ପାଇଁ ୧୯୮୬ରେ କପିଲ ଦେବଙ୍କ ଟିମ ଇଣ୍ଡିଆ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ୨-୦ରେ ଜିତିଥିଲା।

ସୋମବାର ଭାରତ ଆଉ ଏକ କୀର୍ତ୍ତିମାନ ସ୍ଥାପନ କରିଛି। ଭାରତ ପ୍ରଥମ ଟିମ୍‌ ଯିଏ ଓଭାଲ ପଡ଼ିଆରେ ପ୍ରଥମ ଇନିଂସ୍‌ରେ ୫୦ରୁ ଅଧିକ ରନ୍‌ ପଛରେ ରହି ମଧ୍ୟ ଶେଷରେ ମ୍ୟାଚ୍‌ ଜିତିବାର ରେକର୍ଡ କରିଛି। ଏହି ମ୍ୟାଚ୍‌ରେ ଭାରତ ପ୍ରଥମ ଇନିଂସରେ ୧୯୧ ରନ୍‌ କରିଥିବା ବେଳେ ଇଂଲଣ୍ଡ ୨୯୦ ରନ୍‌ କରି ପ୍ରଥମ ଇନିଂସ୍‌ରେ ୯୯ ରନ୍‌ର ଲିଡ୍‌ ହାସଲ କରିଥିଲା। ତଥାପି ବିରାଟ ବାହିନର ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି।

ଭାରତ ତୃତୀୟ ଥର ପାଇଁ ପୂର୍ବ ମ୍ୟାଚ୍‌ରେ ଇନିଂସ ପରାଜୟ ପରେ ଏହାର ପରବର୍ତ୍ତୀ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଲିଡ୍ସରେ ଇଂଲଣ୍ଡ ଭ୍ରମଣକାରୀ ଭାରତକୁ ଏକ ଇନିଂସ୍‌ ଓ ୭୬ରେ ହରାଇଥିଲେ। ଏହାର ପରବର୍ତ୍ତୀ ମ୍ୟାଚ୍‌ ଅର୍ଥାତ ୪ର୍ଥ ଟେଷ୍ଟରେ ଭାରତ ଓଭାଲରେ ଇଂଲଣ୍ଡକୁ ୧୫୭ ରନ୍‌ରେ ହରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story