Advertisment

୮ମ ଥର ପାଇଁ ଭାରତର ଏସିଆ ଦଖଲ, ସିରାଜ ଶ୍ରେଷ୍ଠ

ଭାରତ ପ୍ରଥମଥର ପାଇଁ ୧୯୮୪ରେ ଏସିଆ କପ ଜିତିଥିଲା। ଏହାପରେ ୧୯୮୮, ୧୯୯୦,୧୯୯୫, ୨୦୧୦, ୨୦୧୬, ୨୦୧୮ଓ ୨୦୨୩ରେ ଟ୍ରଫି ହାତେଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Siraj

Siraj

ଶ୍ରୀଲଙ୍କାକୁ ଏସିଆ କପ ଫାଇନାଲରେ ହରାଇ ୮ମ ଥର ପାଇଁ ଚାମ୍ପିୟନ ହୋଇଛି ଟିମ ଇଣ୍ଡିଆ। ମହମ୍ମଦ ସିରାଜଙ୍କ ୬ ୱିକେଟ ସଫଳତା ବଳରେ ଭାରତୀୟ ଟିମ ଘରୋଇ ଶ୍ରୀଲଙ୍କାକୁ ଏକ ତରଫା ଭାବେ ୧୦ ୱିକେଟରେ ହରାଇ ଦେଇଛି।

Advertisment

ସିରାଜ ଓ ହାର୍ଦ୍ଦିକ ପାଣ୍ଡ୍ୟ(୩ ୱିକେଟ)ଙ୍କ ଘାତକ ବୋଲିଂକୁ ସାମ୍ନା ନ କରି ପାରି ଶ୍ରୀଲଙ୍କା ମାତ୍ର ୧୫.୨ ଓଭର୍‌ରେ ସମସ୍ତ ୱିକେଟ ହରାଇ ୫୦ ରନ କରିବାକୁ ସକ୍ଷମ ହୋଇଥିଲା। ଏହାର ଜବାବରେ ଭାରତ ବିନା କୌଣସି ୱିକେଟ ହରାଇ ଧାର୍ଯ୍ୟ ଟାର୍ଗେଟକୁ ୨୬୩ ବଲ ପୂର୍ବରୁ ହାସଲ କରି ନେଇଛି। ଏହା କୌଣସି ଦିନିକିଆ ଫାଇନାଲରେ ଭାରତର ସବୁଠାରୁ ବଡ଼ ବିଜୟ। ପୂର୍ବରୁ ଦଳ କେବେ ହେଲେ ଏତେ ବଲ ବ୍ୟବଧାନରେ ଜିତି ନଥିଲା। 

ପୂର୍ବରୁ ୨୦୦୩ରେ ଦଳ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଇଂଲଣ୍ଡ ବିପକ୍ଷରେ ସିଡନୀରେ ଖେଳା ଯାଇଥିବା ଫାଇନାଲକୁ ୨୨୬ ବଲ ଓ ୧୯୯୯ରେ ପାକିସ୍ତାନ ବିପକ୍ଷ ଫାଇନାଲକୁ ଅଷ୍ଟ୍ରେଲିଆ ୧୭୯ ବଲ ପୂର୍ବରୁ ଜିତି ବିଜୟ ବାନା ଉଡ଼ାଇଥିଲା।  

Advertisment

ଟାର୍ଗେଟ ଅତ୍ୟନ୍ତ ଛୋଟ ଥିବାରୁ ଆଜି ଶୁବମନ ଗିଲଙ୍କ ସହ ଈଶାନ କିଶନ ଓପନିଂ କରିଥିଲେ। ଉଭୟ ଦମଦାର ବ୍ୟାଟିଂ କରିବା ସହ ୬.୧ ଓଭର୍‌ରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲେ।

୫୦ ଓଭର ବିଶିଷ୍ଟ ମ୍ୟାଚ୍‌ ହୋଇଥିଲେ ମଧ୍ୟ ଉଭୟ ଦଳ ମିଳିତ ଭାବେ କେବଳ ୨୨ ଓଭର ଖେଳିଛନ୍ତି। ଈଶାନ କିଶନ ୧୮ ବଲରେ ୨୩ ଓ ଗିଲ ୧୯ ବଲରେ ୨୭ ରନ କରି ଶେଷ ଯାଏ ଅପରାଜିତ ରହିଛନ୍ତି।

ଭାରତ ପ୍ରଥମଥର ପାଇଁ ୧୯୮୪ରେ ଏସିଆ କପ ଜିତିଥିଲା। ଏହାପରେ ୧୯୮୮, ୧୯୯୦,୧୯୯୫, ୨୦୧୦, ୨୦୧୬, ୨୦୧୮ଓ ୨୦୨୩ରେ ଟ୍ରଫି ହାତେଇଛି।

India Vs Sri Lanka Asia Cup Cricket Asia Cup 2023