Advertisment

ଜୈସୱାଲଙ୍କ ୯୩*, ଗିଲ୍‌ଙ୍କ ୫୮*: ମ୍ୟାଚ ସହ ଆଗୁଆ ସିରିଜ ଜିତିଲା ଭାରତ

ଆଜି ୪ର୍ଥ ଦିନିକିଆରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୨ ରନ କରିଥିଲା। ଏହାର ଜବାବରେ ଭାରତ ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୫୩ ବଲରେ ୯୩ ଓ ଅଧିନାୟକ ଗିଲଙ୍କ ୩୯ ବଲରେ ଅପରାଜିତ ୫୮ ରନ ବଳରେ ୧୦ ୱିକେଟରେ ମ୍ୟାଚ୍‌ ଜିତି ନେଇଛି।

BCCI

BCCI

Advertisment

ଜିମ୍ବାୱେ ବିପକ୍ଷରେ ଭାରତର ବୃହତ୍ତ ତଥା ଏକତରଫା ବିଜୟ। ଶୁବମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଯୁବ ବାହିନୀ ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ୍‌କୁ ଗୋଟିଏ ମ୍ୟାଚ୍‌ ପୂର୍ବରୁ କରିଛି କବଜା।

Advertisment

ଆଜି ୪ର୍ଥ ଦିନିକିଆରେ ଘରୋଇ ଟିମକୁ ଭାରତ ଏକତରଫା ଭାବେ ୧୦ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ ସହ ୫ ଟିକିଆ ଟି-୨୦ ସିରିଜକୁ ଭାରତୀୟ ଟିମ ୩-୧ରେ ଆଗୁଆ କବଜା କରିନେଇଛି। ଆସନ୍ତାକାଲି ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ।

ଆଜି ୪ର୍ଥ ଦିନିକିଆରେ ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୨ ରନ କରିଥିଲା। ଏହାର ଜବାବରେ ଭାରତ ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୫୩ ବଲରେ ୯୩ ଓ ଅଧିନାୟକ ଗିଲଙ୍କ ୩୯ ବଲରେ ଅପରାଜିତ ୫୮ ରନ ବଳରେ ୧୦ ୱିକେଟରେ ମ୍ୟାଚ୍‌ ଜିତି ନେଇଛି। ଜିତିବା ପାଇଁ ଦଳକୁ ୧ ରନ ଦରକାର ଥିବା ବେଳେ ଯଶସ୍ୱୀ ଚୌକା ମାରି ୨୮ ବଲ ପୂର୍ବରୁ ଭାରତକୁ ବିଜୟୀ କରାଇଛନ୍ତି। ଯଶ୍ୱସୀ ତାଙ୍କ ଇନିଂସରେ ୧୩ଟି ଚୌକା ଓ ୨ଟି ଚୌକା ଓ ଗିଲ ୬ଟି ଚୌକା ଓ ୨ଟି ଚୌକା ମାରିଛନ୍ତି।

Advertisment

ଜିମ୍ବାୱେ ଗସ୍ତରେ ଆସିଥିବା ଯୁବ ବାହିନୀ ପ୍ରଥମ ମ୍ୟାଚ୍‌ରେ ହାରି ଯାଇଥିଲା। ଗିଲଙ୍କ କ୍ୟାପ୍ଟେନ୍ସିରେ ଭାରତ ପ୍ରଥମଥର ଖେଳୁଥିବା ବେଳେ ପରାଜୟରୁ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ଏହା ପରଠାରୁ ଦଳ କମାଲ କରି ଚାଲିଛି। ଦ୍ୱିତୀୟ ମ୍ୟାଚ୍‌କୁ ଦଳ ୧୦୦ ରନ ଓ ତୃତୀୟ ମ୍ୟାଚ୍‌କୁ ୨୩ ରନରେ ଜିତିଥିଲା। ଆଜି ୪ର୍ଥ ମ୍ୟାଚ୍‌କୁ ୧୦ ୱିକେଟରେ ଜିତି ନେଇଛି। ପ୍ରଥମ ମ୍ୟାଚ୍‌ରେ ଦଳ ୧୩ ରନରେ ପରାସ୍ତ ହୋଇଥିଲା।

ଗିଲ୍‌ ପ୍ରଥମଥର କ୍ୟାପ୍ଟେନ୍ସି କରୁଥିବା ବେଳେ ତାଙ୍କ ନେତୃତ୍ୱରେ ଭାରତ ଟି-୨୦ ସିରିଜ ଜିତିବାକୁ ସକ୍ଷମ ହୋଇଛି। ଏଥିସହ ଭାରତୀୟ ଟିମର ନୂଆ ଅଧ୍ୟାୟ ଏହି ଠାରୁ ଆରମ୍ଭ ହୋଇଛି। କାରଣ ଟି-୨୦ ବିଶ୍ୱକପ ଜିତିବା ପରେ ଦଳର ଅଧିକାଂଶ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିଲା।

ଏହି ସିରିଜରେ ଅଭିଷେକ ଶର୍ମା, ରିୟାନ ପରାଗ, ଧ୍ରୁବ ଜୁରେଲ, ସାଇ ସୁଦର୍ଶନ, ତୁଷାର ଦେଶପାଣ୍ଡେଙ୍କ ଭଳି ନୂଆ ଚେହେରାଙ୍କୁ ସୁଯୋଗ ମିଳିଥିଲା। ସେମାନେ ମଧ୍ୟ ନିଜକୁ ମିଳିଥିବା ସୁଯୋଗର ଭରପୂର ଫାଇଦା ଉଠାଇବାକୁ ପୂରା ଚେଷ୍ଟା କରିଛନ୍ତି। ଅଭିଷେକ ଶର୍ମା ଦ୍ୱିତୀୟ ମ୍ୟାଚ୍‌ରେ ଶତକ ମାରି ନିଜ ଦକ୍ଷତାର ପରିଚୟ ମଧ୍ୟ ଦେଇଛନ୍ତି।

T20 Match T20 Cricket Yashasvi Jaiswal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe