Advertisment

ଟି-୨୦ ସିରିଜ୍: ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

୪ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି।

ଅଦ୍ୟତନ ହୋଇଛି
Team India

Team India

Advertisment

ଡରବାନ୍‌ରେ ଭାରତର ଦମ୍‌ଦାର ବିଜୟ। ଘରୋଇ ଦଳକୁ ହରାଇଲା ଟିମ୍‌ ଇଣ୍ଡିଆ। ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ଦମ୍‌ଦାର ବିଜୟ ହାସଲ କରିଛି। ସଞ୍ଜୁଙ୍କ ଶତକ ଓ ବୋଲର୍‌ଙ୍କ ଘାତକ ବୋଲିଂରେ ଘାଇଲା ହୋଇଛି ଘରୋଇ ଦଳ। 

Advertisment

୨୦୩ ରନର ଲକ୍ଷ୍ୟକୁ ପିଛା କରି ଘରୋଇ ଦଳ ମାତ୍ର ୧୪୧ ରନ କରିବାରେ ସକ୍ଷମ ହୋଇଥିଲା। ୧୭.୫ ଓଭରରେ ଅଲଆଉଟ୍ ହୋଇଥିଲା ଦଳ। ଫଳରେ ଟିମ୍ ଇଣ୍ଡିଆ ୬୧ରନରେ ପ୍ରଥମ ଟି-୨୦ ମ୍ୟାଚ୍ ଜିତି ନେଇଛି। ସଞ୍ଜୁ ସାମସନ ମ୍ୟାନ୍ ଅଫ୍ ଦି ପ୍ଲେୟାର ହୋଇଛନ୍ତି। ୪ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ହୋଇଛି। ରବିବାର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ।

ସଞ୍ଜୁ ୫୦ ବଲ୍‌ରୁ ୧୦୭ ରନ୍ ସଂଗ୍ରହ କରିବା ପରେ ବରୁଣ ଚକ୍ରବର୍ତୀ, ରବି ବିଷ୍ଣୋଇ ପ୍ରତ୍ୟେକ ୩ ଲେଖାଏଁ ୱିକେଟ୍ ନେଇ ଘରୋଇ ଦଳର ଅଣ୍ଟା ଭାଙ୍ଗି ଦେଇଥିଲେ। ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୨୦୨ ରନ୍‌ର ଟାର୍ଗେଟ୍‌ ଦେଇଥିଲା। ତେବେ ଐଦେନ ମାରକ୍ରମଙ୍କ ଦଳ ୧୪୧ ରନ୍‌ରେ ସମସ୍ତ ୱିକେଟ ହରାଇ ଦେଇଥିଲା।

Advertisment

ଦକ୍ଷିଣ ଆଫ୍ରିକା ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ  ଆମନ୍ତ୍ରଣ କରିଥିଲା। ଦୁଇ ନୂଆ ଓପନିଂ ଯୋଡି ଅଭିଷେକ ଶର୍ମା ଓ ସଞ୍ଜୁ  ସାମସନ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ତେବେ ଅଭିଷେକ ୮ ବଲ୍‌ରୁ ୭ ରନ୍ ସଂଗ୍ରହ କରି ପାଭିଲିଅନ୍‌କୁ ଫେରିଥିଲେ। ସଞ୍ଜୁ କିନ୍ତୁ ଘରୋଇ ବୋଲରଙ୍କୁ ଧୂଲେଇ କରି ୨୭ ବଲ୍‌ରେ ୫୦ ଓ ୪୭ ବଲ୍‌ରେ ସେଞ୍ଚୁରୀ ମାରି ୧୦୭ ରନ୍‌ କରିଥିଲେ। ଏହି ପାଳିରେ ସଞ୍ଜୁ ୧୦ ଛକା ଓ ୭ ଚୌକା ମାରିଥିଲେ।

Cricket T20I Ind Vs SA
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe