Advertisment

ମ୍ୟାଚ୍‌ ସହ ସିରିଜ କବଜା କଲା ଟିମ ଇଣ୍ଡିଆ

ସୂର୍ଯ୍ୟ କୁମାର ଯାଦବ ପ୍ରଥମ ଥର ପାଇଁ ଭାରତର ଅଧିନାୟକ ହୋଇଥିବା ବେଳେ ଦେଶ ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜିତି ନୂଆ ରେକର୍ଡ କରିଛି। ଗୌହାଟୀରେ ଭାରତ ହାତରୁ ଅଷ୍ଟ୍ରେଲିଆ ଏକ ନିଶ୍ଚିତ ବିଜୟ ଛଡ଼ାଇ ନେଇଥିଲା।

AUS

AUS

Advertisment

ତୃତୀୟ ଟି-୨୦ରେ ଅଧା ରହିଯାଇଥିବା କାମ ୪ର୍ଥ ମ୍ୟାଚ୍‌ରେ ଶେଷ କରିଛି ଟିମ ଇଣ୍ଡିଆ। ରାୟପୁରରେ ଖେଳା ଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ର୍ଥ ଟି-୨୦କୁ ଜିତି ନେଇଛି ଭାରତୀୟ ଟିମ। ଏହି ବିଜୟ ସହ ୫ଟିକିଆ ଟି-୨୦ ସିରିଜକୁ ୩-୧ରେ ଆଗୁଆ କବଜା ମଧ୍ୟ କରିଛି ଭାରତ। ଏବେ ୩ ତାରିଖରେ ଶେଷ ଟି-୨୦ ମ୍ୟାଚ୍‌ ଖେଳାଯିବ।

Advertisment

ସୂର୍ଯ୍ୟ କୁମାର ଯାଦବ ପ୍ରଥମ ଥର ପାଇଁ ଭାରତର ଅଧିନାୟକ ହୋଇଥିବା ବେଳେ ଦେଶ ତାଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଜିତି ନୂଆ ରେକର୍ଡ କରିଛି। ଗୌହାଟୀରେ ଭାରତ ହାତରୁ ଅଷ୍ଟ୍ରେଲିଆ ଏକ ନିଶ୍ଚିତ ବିଜୟ ଛଡ଼ାଇ ନେଇଥିଲା।

୨୨୩ ରନର ଟାର୍ଗେଟକୁ ଦଳ ଶେଷ ବଲରେ ହାସଲ କରିଥିଲା। ଫଳରେ ଭାରତର ୩-୦ରେ ଆଗୁଆ ସିରିଜ ଜିତିବା ସ୍ୱପ୍ନ ଅଧା ରହି ଯାଇଥିଲା। କିନ୍ତୁ ଆଜି ରାୟପୁରରେ ଭାରତ ୧୭୫ ରନର ଟାର୍ଗେଟ ଦେଇଥିବା ବେଳେ ଅଷ୍ଟ୍ରେଲିଆ ୧୫୪ ରନରେ ଅଟକି ଯାଇଛି। ଭାରତ ୪ର୍ଥ ଟି-୨୦କୁ ୨୦ ରନରେ ଜିତି ସିରିଜକୁ ନିଜ ସପକ୍ଷରେ କରି ନେଇଛି। ଭାରତ ପାଇଁ ବୋଲିଂରେ ଅକ୍ଷର ପଟେଲ ଓ ରବି ବିଷ୍ଣୋଇ କମାଲ କରିଛନ୍ତି। ଉଭୟ ୮ ଓଭରରେ ୩୪ ରନ ଦେବା ସହ ୪ ୱିକେଟ ଦଖଲ କରିଛନ୍ତି। 

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଭାରତ ରିଙ୍କୁ ସିଂହଙ୍କ ୨୮ ବଲରେ ୪୬ ଓ ଜିତେଶ ଶର୍ମାଙ୍କ ୧୯ ବଲରେ ୩୫ ରନ ବଳରେ ୯ ୱିକେଟ ହରାଇ ୧୭୪ ରନ କରିଥିଲା। ୧୭୫ ରନର ଟାର୍ଗେଟ ପାଇଥିବା ଅଷ୍ଟ୍ରେଲିଆ ପାଇଁ ଟ୍ରାଭିସ ହେଡ ବିସ୍ଫୋରକ ଆରମ୍ଭ କରିଥିଲେ। ତାଙ୍କୁ ଜୋଶ ଫିଲ୍ଲିପେ ସାଥ ଦେଇଥିଲେ।

କିନ୍ତୁ ଦଳୀୟ ସ୍କୋର ୪୦ ଥିବା ବେଳେ ରବି ବିଷ୍ଣୋଇ ୮ ରନ କରିଥିବା ଫିଲ୍ଲିପେଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଦଳୀୟ ସ୍କୋର ୪୪ ଥିବା ବେଳେ ହେଡ ୧୬ ବଲରେ ୩୧ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ। ଆରୋନ ହାର୍ଡି(୮) ଅକ୍ଷରଙ୍କ ଦ୍ୱିତୀୟ ଶିକାର ବନିଥିଲେ। ବେନ ମ୍ୟାକଡେରମୋଟ ଓ ଟିମ ଡାଭିଡ କିଛି ସମୟ ଲଢ଼େଇ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଅକ୍ଷର ଭାଙ୍ଗିଥିଲେ।

ସେ ୧୯ ରନ କରିଥିବା ମ୍ୟାକଡେରମୋଟଙ୍କୁ ଆଉଟ କରି ଅଷ୍ଟ୍ରେଲିଆକୁ ୪ର୍ଥ ଝଟକା ଦେଇଥିଲେ। ଦଳୀୟ ସ୍କୋର ୧୦୭ ଥିବା ବେଳେ ଡାଭିଡ(୧୯)ଙ୍କୁ ଦୀପକ ଚହର ପ୍ୟାଭିଲିୟନ ପଠାଇଥିଲେ। ମାଥ୍ୟୁ ଶର୍ଟ(୨୨) ମଧ୍ୟ ଚହରଙ୍କ ବଲରେ ଆଉଟ ହୋଇଥିଲେ। ବେନ ଡୱାଶୁଇସ(୧)ଙ୍କୁ ବୋଲ୍ଡ କରି ଆବେଶ ଖାନ ଅଷ୍ଟ୍ରେଲିଆକୁ ୭ମ ଝଟକା ଦେଇଥିଲେ। ଅଷ୍ଟ୍ରେଲିଆ ନିୟମିତ ୱିକେଟ ହରାଉଥିଲେ ମଧ୍ୟ ଅଧିନାୟକ ମାଥ୍ୟୁ ୱେଡ ଗତ ମ୍ୟାଚ ଭଳି ଆଜି ମଧ୍ୟ କିଛି ବଡ଼ ଶଟ ଖେଳିଥିଲେ।

ତଥାପି ଦଳକୁ ଶେଷ ଓଭରରେ ଜିତିବା ପାଇଁ ୩୧ ରନର ଆବଶ୍ୟକ ରହିଥିଲା। ୱେଡ ୧୭ ବଲରେ ୨୭ ରନ କରି କ୍ରିଜରେ ଥିବାରୁ କିଛି ଚମତ୍କାର ଆଶା କରିଥିଲା ଅଷ୍ଟ୍ରେଲିଆ। ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ ଆବେଶ ଖାନ। ପ୍ରଥମ ବଲରେ ୱେଡ କୌଣସି ରନ ନେଇ ନଥିଲେ। କାରଣ ଅନ୍ୟପଟେ କ୍ରିସ ଗ୍ରୀନ ଥିଲେ।

ଦ୍ୱିତୀୟ ବଲ ଡଟ ହେବା ସହ ଭାରତର ବିଜୟ ଏକପ୍ରକାରର ସୁନିଶ୍ଚିତ ହୋଇଯାଇଥିଲା। ତୃତୀୟ ବଲରେ ୱେଡ ୨ ରନ ନେଇଥିଲେ। ପରବର୍ତ୍ତୀ ବଲ ୱାଇଡ ହୋଇଥିବା ବେଳେ ୪ର୍ଥ ବଲରେ ୱେଡ ଛକା ମାରି ଅଷ୍ଟ୍ରେଲିଆର ସ୍କୋର ୧୫୦ କରାଇଥିଲେ। ୨ ବଲରେ ଦଳକୁ ୨୨ ରନ ଦରକାର ଥିଲା। ୫ମ ବଲରେ ୱେଡ ରନ ନେଇ ନଥିଲେ। ଶେଷ ବଲରେ ସେ ୧ ରନ ନେବାରୁ ଅଷ୍ଟ୍ରେଲିଆ ୭ ୱିକେଟ ହରାଇ କେବଳ ୧୫୪ ରନ କରିଥିଲା। 

ୱେଡ ଶେଷ ଯାଏ ୨୩ ବଲରେ ୨୬ ରନ କରି ଅପରାଜିତ ରହିଥିଲେ ହେଁ ଅଷ୍ଟ୍ରେଲିଆକୁ ଜିତାଇବାରେ ସକ୍ଷମ ହୋଇ ନାହାନ୍ତି। ଭାରତ ୨୦ ରନରେ ମ୍ୟାଚ ଜିତି ଟି-୨୦ ସିରିଜକୁ କବଜା କରିଛି। 

India Vs Australia INDvsAUS T20 Match T20 Cricket
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe