Advertisment

ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ, ବିଷ୍ଣୋଇ ଓ ଗାଏକ୍ୱାଡଙ୍କ ଡେବ୍ୟୁ

ଲକ୍ଷ୍ନୌ: ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଟସ୍‌ ଜିତିଛନ୍ତି ଭାରତର କାମଚଳା ଅଧିନାୟକ ଶିଖର ଧୱନ। ସେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ‌ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖେଳା ଯାଉଥିବା ଏହି ମ୍ୟାଚ୍‌ ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଛି। ଏଥିପାଇଁ ମ୍ୟାଚ୍‌କୁ ୪୦ ଓଭର ବିଶିଷ୍ଟ କରାଯାଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ଭାରତ ୨-୧ରେ ଜିତିଥିଲା। ହେଲେ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ ଥିବା କୌଣସି […]

author-image
Hemant Lenka
ପ୍ରଥମ ଦିନିକିଆରେ ଟସ୍‌ ଜିତିଲା ଭାରତ, ବିଷ୍ଣୋଇ ଓ ଗାଏକ୍ୱାଡଙ୍କ ଡେବ୍ୟୁ

BCCI

ଲକ୍ଷ୍ନୌ: ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆରେ ଟସ୍‌ ଜିତିଛନ୍ତି ଭାରତର କାମଚଳା ଅଧିନାୟକ ଶିଖର ଧୱନ। ସେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକାକୁ ପ୍ରଥମେ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଛନ୍ତି। ‌ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଖେଳା ଯାଉଥିବା ଏହି ମ୍ୟାଚ୍‌ ବର୍ଷା ଯୋଗୁ ବିଳମ୍ବରେ ଆରମ୍ଭ ହୋଇଛି। ଏଥିପାଇଁ ମ୍ୟାଚ୍‌କୁ ୪୦ ଓଭର ବିଶିଷ୍ଟ କରାଯାଇଛି।

Advertisment

ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ଭାରତ ୨-୧ରେ ଜିତିଥିଲା। ହେଲେ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ ଥିବା କୌଣସି ଖେଳାଳି ଆଜିର ମ୍ୟାଚ୍‌ ଖେଳୁ ନାହାନ୍ତି। ଏଥିପାଇଁ ଧୱନଙ୍କୁ ଅଧିନାୟକ ଓ ଶ୍ରେୟସ ଆୟରଙ୍କୁ ଉପ ଅଧିନାୟକ କରାଯାଇଛି। ଭାରତ ପାଇଁ ଆଜି ଦିନିକିଆରେ ଋତୁରାଜ ଗାଏକ୍ୱାଡ ଓ ଲେଗ ସ୍ପିନର ରବି ବିଷ୍ଣୋଇ ଡେବ୍ୟୁ କରିଛନ୍ତି।

ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ପରେ ସିଧା ଟି-୨୦ ବିଶ୍ୱକପ ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିବ। ତେଣୁ ବିଜୟ ସହ ଦଳ ଅଷ୍ଟ୍ରେଲିଆ ଗସ୍ତ କରିବା ମୁଡରେ ରହିଛି। ତେବେ ଭାରତ ବିପକ୍ଷ ତୃତୀୟ ଟି-୨୦ରେ ଆହତ ହୋଇଥିବା ଅଲରାଉଣ୍ଡର ପ୍ରିଟୋରିୟସ ଆଜିର ମ୍ୟାଚ ଖେଳୁ ନାହାନ୍ତି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ତାଙ୍କୁ ଭାରତ ବିପକ୍ଷ ଦିନିକିଆ ସିରିଜ୍ ଓ ଟି-୨୦ ବିଶ୍ୱକପରୁ ବାଦ ଦିଆଯାଇଛି। ଏହା ଦକ୍ଷିଣ ଆଫ୍ରିକା ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। ପ୍ରିଟୋରିୟସଙ୍କ ବଦଳରେ ମାର୍କୋ ଜାନେସନଙ୍କୁ ଭାରତ ବିପକ୍ଷ ଦିନିକିଆ ସ୍କ୍ୱାଡରେ ସାମିଲ କରାଯାଇଛି।

Advertisment

ଟିମ ଇଣ୍ଡିଆ: ଶିଖର ଧୱନ, ଶୁବମନ ଗିଲ, ଶ୍ରେୟସ ଆୟର, ଋତୁରାଜ ଗାଏକ୍ୱାଡ, ଈଶାନ କିଶନ, ସଞ୍ଜୁ ସାମସନ (ୱିକେଟ କିପର), ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଆଭେଶ ଖାନ ଓ ମହମ୍ମଦ ସିରାଜ।

ଟିମ ଦକ୍ଷିଣ ଆଫ୍ରିକା:ଜାନେମନ ମଲାନ, କ୍ୱିଣ୍ଟନ ଡି’କକ, ତେମ୍ବା ବଭୂମା(ଅଧିନାୟକ), ଏଡେନ ମାର୍କମ, ହେନରିଚ କ୍ଲାସେନ, ଡାଭିଡ ମିଲର, ୱେନ ପାର୍ଣ୍ଣେଲ, କେଶବ ମହାରାଜ, କାଗିସୋ ରବାଡା, ଲୁଙ୍ଗି ଏନଗିଡି ଓ ତାବ୍ରାଇଜ ଶାମସି।