Advertisment

କ୍ୟାପଟେନ୍ ହେଲେ, ଟସ୍ ଜିତିଲେ ରୋହିତ୍

ଜୟପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଭାରତର ନୂଆ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟି-୨୦ ବିଶ୍ୱକପରେ ରନର୍ସଅପ୍ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ। ଉକ୍ତ ମ୍ୟାଚରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରାଯାଇଛି। ଆଇପିଏଲରେ ନିଜ ଅଲରାଉଣ୍ଡର ପ୍ରଦର୍ଶନ ଦ୍ୱାରା ଦୃଷ୍ଟି ଆକର୍ଷଣ […]

ଅଦ୍ୟତନ ହୋଇଛି
କ୍ୟାପଟେନ୍ ହେଲେ, ଟସ୍ ଜିତିଲେ ରୋହିତ୍

india-vs-nz

Advertisment

ଜୟପୁର: ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆରମ୍ଭ ହୋଇଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟି-୨୦ରେ ଭାରତର ନୂଆ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟି-୨୦ ବିଶ୍ୱକପରେ ରନର୍ସଅପ୍ ହୋଇଥିବା ନ୍ୟୁଜିଲ୍ୟାଣ୍ଡ ପ୍ରଥମେ ବ୍ୟାଟିଂ କରିବ।

Advertisment

ଉକ୍ତ ମ୍ୟାଚରେ ଉଭୟ ଦଳର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରାଯାଇଛି। ଆଇପିଏଲରେ ନିଜ ଅଲରାଉଣ୍ଡର ପ୍ରଦର୍ଶନ ଦ୍ୱାରା ଦୃଷ୍ଟି ଆକର୍ଷଣ କରିଥିବା ଭେଙ୍କଟେଶ ଆୟର ଏହି ମ୍ୟାଚ୍ ଜରିଆରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଛନ୍ତି। ତାଙ୍କ ବ୍ୟତୀତ ଶ୍ରେୟସ ଆୟର ଟିମକୁ କମବ୍ୟାକ୍ କରିଛନ୍ତି। ସେହିପରି ଭୁବନେଶ୍ୱର କୁମାର, ଅକ୍ଷର ପଟେଲ, ମହମ୍ମଦ ସିରାଜ ଓ ଦୀପକ ଚହର ମଧ୍ୟ ଟିମକୁ ଫେରିଛନ୍ତି। ଭାରତ ତା’ର ଏକାଦଶରେ ତିନି ଜଣ ପେସର୍, ଦୁଇଜଣ ସ୍ପିନର ଏବଂ ଜଣେ ଅଲରାଉଣ୍ଡରଙ୍କୁ ସାମିଲ୍ କରିଛି।

https://twitter.com/BCCI/status/1460961156521086981?s=20

ସେହିପରି ନ୍ୟୁଜିଲ୍ୟାଣ୍ଡ ତା’ର ନିୟମିତ କ୍ୟାପଟେନ୍ କେନ୍ ୱିଲିୟମସନଙ୍କ ବିନା ମଇଦାନକୁ ଓହ୍ଲାଉଛି। ତାଙ୍କ ଅନୁପସ୍ଥିତିରେ ଟିମ୍ ସାଉଦୀ ନେତୃତ୍ୱ ନେଉଛନ୍ତି । ବ୍ୟାଟିଂ ଲାଇନରେ ଦଳ କିଛିଟା ପରିବର୍ତ୍ତନ କରିଛି। ମାର୍କ ଚାପମ୍ୟାନ୍ ଓ ରଚିନ୍ ରବୀନ୍ଦ୍ରଙ୍କୁ ଚୂଡ଼ାନ୍ତ ଏଦାଦଶରେ ସାମିଲ୍ କରାଯାଇଛି। ସେହିପରି ଈଶ ସୋଢୀଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଟଡ୍ ଆଷ୍ଟଲଙ୍କୁ ସୁଯୋଗ ମିଳିଛି। ଲକି ଫର୍ଗୁସନ୍ ଟିମକୁ ବ୍ୟାକ୍ କରିଛନ୍ତି ।

Advertisment

https://twitter.com/BCCI/status/1460960749547704322?s=20

https://twitter.com/BCCI/status/1460956785070673926?s=20

ଭାରତ: ରୋହିତ୍ ଶର୍ମା (କ୍ୟାପଟେନ୍), ଲୋକେଶ ରାହୁଲ୍, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଋଷଭ ପନ୍ତ (ୱିକେଟ୍ କିପର), ଭେଙ୍କଟେଶ ଆୟର୍, ଅକ୍ଷର ପଟେଲ, ଆର୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ, ଦୀପକ ଚହର୍।

ନ୍ୟୁଜିଲ୍ୟାଣ୍ଡ: ମାର୍ଟିନ ଗପ୍ଟିଲ୍, ଡାରିଏଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମାର୍କ ଚାପମ୍ୟାନ୍, ଟିମ୍ ସିଫର୍ଟ (ୱିକେଟ୍ କିପର), ରଚିନ୍ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର, ଟିମ୍ ସାଉଦୀ (କ୍ୟାପଟେନ୍), ଟଡ୍ ଆଷ୍ଟଲ୍, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe