Advertisment

ସୁପର ୮ ମୁକାବିଲା: ଭାରତର ବ୍ୟାଟିଂ, ସିରାଜଙ୍କ ସ୍ଥାନରେ କୁଲଦୀପ

ଏଯାଏ ବିଶ୍ୱକପରେ ଅପରାଜେୟ ଥିବା ଟିମ ଇଣ୍ଡିଆ ପ୍ରଥମଥର ପାଇଁ ୱେଷ୍ଟଇଣ୍ଡିଜରେ ମ୍ୟାଚ୍‌ ଖେଳିବାକୁ ମଇଦାନକୁ ଓହ୍ଲାଇଛି।

author-image
Hemant Lenka
Team India

Team India

ଆଜି ଠାରୁ ଭାରତ ଟି-୨୦ ବିଶ୍ୱକପରେ ତା’ର ସୁପର ୮ ଲଢ଼େଇ ଆରମ୍ଭ କରିଛି। ବାରବଡସ୍‌ରେ ଖେଳା ଯାଉଥିବା ଏହି ମ୍ୟାଚରେ ଭାରତର ମୁକାବିଲା ଆଫଗାନିସ୍ତାନ ସହ ହେଉଛି।

Advertisment

ଏହି ମ୍ୟାଚରେ ଭାରତୀୟ ଟିମର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ରାଶିଦ ଖାନଙ୍କ ଆଫଗାନିସ୍ତାନ ପ୍ରଥମେ ବୋଲିଂ କରିବ।

ଏଯାଏ ବିଶ୍ୱକପରେ ଅପରାଜେୟ ଥିବା ଟିମ ଇଣ୍ଡିଆ ପ୍ରଥମଥର ପାଇଁ ୱେଷ୍ଟଇଣ୍ଡିଜରେ ମ୍ୟାଚ୍‌ ଖେଳିବାକୁ ମଇଦାନକୁ ଓହ୍ଲାଇଛି। ବାରବଡସ ସ୍ପିନ ବୋଲରଙ୍କୁ ସୁହାଇବାର ସମ୍ଭାବନା ରହିଛି। ତେଣୁ ଭାରତୀୟ ଟିମ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି।

Advertisment

ମହମ୍ମଦ ସିରାଜଙ୍କ ବଦଳରେ କୁଲଦୀପ ଯାଦବଙ୍କୁ ଆଜି ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ଏହାର ଅର୍ଥ ପୁଣିଥରେ ରୋହିତଙ୍କ ସହ ବିରାଟ କୋହଲି ଇନିଂସ ଆରମ୍ଭ କରିବେ।

ଅନ୍ୟପକ୍ଷ ଆଫଗାନିସ୍ତାନ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। କରିମ ଜନତଙ୍କ ବଦଳରେ ହଜରତୁଲ୍ଲା ଜଜାଇଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି।

Rohit Sharma T20 Match T20 World Cup T20 Cricket ICC T20