/odisha-reporter/media/post_attachments/uploadimage/library/16_9/16_9_0/BCCI_1692365708.jpg)
BCCI
ଆହତ ସମସ୍ୟା ଦେଇ ଗତି କରୁଥିବା ଭାରତର ଷ୍ଟାର ବୋଲର ଯଶପ୍ରୀତ ବୁମ୍ରା ଶେଷରେ ଅନ୍ତର୍ଜାତୀୟ ମ୍ୟାଚ୍କୁ କମବ୍ୟାକ କରିଛନ୍ତି। ସେ ଦୀର୍ଘ ୧୧ ମାସ ପରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି।
ଆୟର୍ଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ବୁମ୍ରା ପ୍ରଥମଥର ପାଇଁ ଅଧିନାୟକ ହୋଇଛନ୍ତି। ନିଜର ପ୍ରଥମ କ୍ୟାପ୍ଟେନ୍ସିରେ ସେ ଟସ୍ ଜିତିଛନ୍ତି। ବର୍ଷାର ଆଶଙ୍କା ଥିବାରୁ ସେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ଆୟର୍ଲ୍ୟାଣ୍ତ ପ୍ରଥମେ ବ୍ୟାଟିଂ କରିବ।
ଆସନ୍ତା ବର୍ଷ ଦିନିକିଆ ବିଶ୍ୱକପ ଥିବାରୁ ବୁମ୍ରାଙ୍କ ବୋଲିଂ ଶୈଳୀ ଓ ଫିଟନେସ ଉପରେ ସମସ୍ତଙ୍କ ନଜର ରହିଛି। ତେଣୁ ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ବୁମ୍ରାଙ୍କୁ ଏହି ସିରିଜ୍ରେ ଅଧିନାୟକ ଭାବେ ସାମିଲ କରାଯାଇଛି। ଏବେ ସେ କେମିତି ପ୍ରଦର୍ଶନ କରୁଛନ୍ତି, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି।
ଅନ୍ୟପକ୍ଷରେ ଆଇପିଏଲର ଷ୍ଟାର ରିଙ୍କୁ ସିଂହ ମଧ୍ୟ ଆଜି ଭାରତ ପାଇଁ ଡେବ୍ୟୁ କରିଛନ୍ତି। ତାଙ୍କ ସହ ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା ନିଜର ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଛନ୍ତି।
🚨 A look at #TeamIndia's Playing XI 🔽
Follow the match ▶️ https://t.co/cv6nsnJY3m#IREvINDpic.twitter.com/mFGjP99XRb
— BCCI (@BCCI) August 18, 2023
ବୁମ୍ରାଙ୍କ ଭଳି ପ୍ରସିଦ୍ଧ ମଧ୍ୟ ଦୀର୍ଘ ଦିନ ହେଲା ଆହତ ସମସ୍ୟା ଯୋଗୁ ଭାରତୀୟ ଟିମରୁ ଦୂରରେ ରହିଥିଲେ। ଏବେ ସେ ମଧ୍ୟ ଆୟର୍ଲ୍ୟାଣ୍ଡ ବିପକ୍ଷରେ କମବ୍ୟାକ କରିଛନ୍ତି। ଉଭୟ ରିଙ୍କୁ ଓ ପ୍ରସିଦ୍ଧ ଡେବ୍ୟୁ କରିବାକୁ ଯାଉଥିବାରୁ ତାଙ୍କୁ ବୁମ୍ରା ଭାରତୀୟ କ୍ୟାପ୍ ଦେଇ ଦଳକୁ ସ୍ୱାଗତ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
