ଶେଷ ଟି-୨୦ରେ ଟସ୍‌ ଜିତିଲା ଭାରତ, ଖେଳୁ ନାହାନ୍ତି ଏହି ୩ ଖେଳାଳି

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜି ଶେଷ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ୨-୦ରେ ସିରିଜ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ। ଭାରତ ସିରିଜ୍‌ ଜିତି ସାରିଥିବାରୁ ଆଜିର ମ୍ୟାଚ୍‌ରେ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ […]

Rohit

Rohit

Hemant Lenka
  • Published: Tuesday, 04 October 2022
  • Updated: 04 October 2022, 06:48 PM IST

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜି ଶେଷ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

ଏହାର ଅର୍ଥ ୨-୦ରେ ସିରିଜ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ। ଭାରତ ସିରିଜ୍‌ ଜିତି ସାରିଥିବାରୁ ଆଜିର ମ୍ୟାଚ୍‌ରେ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ଦ୍ରୁତବୋଲର ଅର୍ଶଦୀପ ସିଂହ ସାମାନ୍ୟ ଆହତ ହୋଇଥିବାରୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି।

ଏହି ୩ ଖେଳାଳିଙ୍କ ବଦଳରେ ଶ୍ରେୟସ ଆୟର, ଉମେଶ ଯାଦବ ଓ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି। ରାହୁଲ ଆଜିର ମ୍ୟାଚ୍‌ ଖେଳୁ ନଥିବାରୁ ରୋହିତ ଶର୍ମାଙ୍କ ସହ ସମ୍ଭବତଃ ଋଷଭ ପନ୍ତ ଇନିଂସ ଆରମ୍ଭ କରିପାରନ୍ତି। ଏହାର ଅର୍ଥ ମଧ୍ୟକ୍ରମର ଦାୟିତ୍ୱ ସୂର୍ଯ୍ୟ କୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ଉପରେ ରହିବ। ଭାରତ ଆଜି ୬ ଜଣ ବୋଲରଙ୍କୁ ଖେଳାଇଛି।

ଅନ୍ୟପକ୍ଷରେ ବିଜୟ ସହ ଟି-୨୦ ସିରିଜ୍‌ ଅଭିଯାନ ଶେଷ କରିବା ମୁଡରେ ରହିଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଥର ପାଇଁ ଭାରତ ମାଟିରେ କୌଣସି ଟି-୨୦ ସିରିଜ ହାରିଥିବା ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ୍‌ରେ ଗୋଟିଏ ପରିବର୍ତ୍ତନ କରିଛି। ଅନରିଚ ନୋର୍ଖିୟାଙ୍କ ବଦଳରେ ଅଲରାଉଣ୍ଡର ଡି ପ୍ରିଟୋରିୟସ ସୁଯୋଗ ପାଇଛନ୍ତି।

ଟିମ ଇଣ୍ଡିଆ: ରୋହିତ ଶର୍ମା, ଋଷଭ ପନ୍ତ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବି ଅଶ୍ୱିନ, ହର୍ଷଲ ପଟେଲ, ଦୀପକ ଚହର, ଉମେଶ ଯାଦବ ଓ ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକା: ତେମ୍ବା ବଭୂମା, କ୍ୱିଣ୍ଟନ ଡି’କକ, ରିଲି ରୁସୋ, ଏଡେନ ମାର୍କମ, ଡାଭିଡ ମିଲର, ତ୍ରିସ୍ତାନ ଷ୍ଟବ୍ସ, ୱେନ ପାର୍ଣ୍ଣେଲ, ଡି ପ୍ରିଟୋରିୟସ, କେଶବ ମହାରାଜ,  କାଗିସୋ ରବାଡା ଓ ଲୁଙ୍ଗି ଏନଗିଡି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos