Advertisment

ଶେଷ ଟି-୨୦ରେ ଟସ୍‌ ଜିତିଲା ଭାରତ, ଖେଳୁ ନାହାନ୍ତି ଏହି ୩ ଖେଳାଳି

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜି ଶେଷ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ୨-୦ରେ ସିରିଜ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ। ଭାରତ ସିରିଜ୍‌ ଜିତି ସାରିଥିବାରୁ ଆଜିର ମ୍ୟାଚ୍‌ରେ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ […]

ଶେଷ ଟି-୨୦ରେ ଟସ୍‌ ଜିତିଲା ଭାରତ, ଖେଳୁ ନାହାନ୍ତି ଏହି ୩ ଖେଳାଳି

Rohit

Advertisment

ଇନ୍ଦୋର: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜକୁ ଆଗୁଆ ଜିତି ସାରିଥିବା ଟିମ୍‌ ଇଣ୍ଡିଆ ଆଜି ଶେଷ ମ୍ୟାଚ୍‌ ଖେଳିବାକୁ ମୈଦାନକୁ ଓହ୍ଲାଇଛି। ମଧ୍ୟପ୍ରଦେଶର ଇନ୍ଦୋରରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।

Advertisment

ଏହାର ଅର୍ଥ ୨-୦ରେ ସିରିଜ ହାରି ସାରିଥିବା ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବ। ଭାରତ ସିରିଜ୍‌ ଜିତି ସାରିଥିବାରୁ ଆଜିର ମ୍ୟାଚ୍‌ରେ ବିରାଟ କୋହଲି ଓ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ଦ୍ରୁତବୋଲର ଅର୍ଶଦୀପ ସିଂହ ସାମାନ୍ୟ ଆହତ ହୋଇଥିବାରୁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି।

ଏହି ୩ ଖେଳାଳିଙ୍କ ବଦଳରେ ଶ୍ରେୟସ ଆୟର, ଉମେଶ ଯାଦବ ଓ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି। ରାହୁଲ ଆଜିର ମ୍ୟାଚ୍‌ ଖେଳୁ ନଥିବାରୁ ରୋହିତ ଶର୍ମାଙ୍କ ସହ ସମ୍ଭବତଃ ଋଷଭ ପନ୍ତ ଇନିଂସ ଆରମ୍ଭ କରିପାରନ୍ତି। ଏହାର ଅର୍ଥ ମଧ୍ୟକ୍ରମର ଦାୟିତ୍ୱ ସୂର୍ଯ୍ୟ କୁମାର ଯାଦବ ଓ ଶ୍ରେୟସ ଆୟରଙ୍କ ଉପରେ ରହିବ। ଭାରତ ଆଜି ୬ ଜଣ ବୋଲରଙ୍କୁ ଖେଳାଇଛି।

Advertisment

ଅନ୍ୟପକ୍ଷରେ ବିଜୟ ସହ ଟି-୨୦ ସିରିଜ୍‌ ଅଭିଯାନ ଶେଷ କରିବା ମୁଡରେ ରହିଛି ଦକ୍ଷିଣ ଆଫ୍ରିକା। ପ୍ରଥମ ଥର ପାଇଁ ଭାରତ ମାଟିରେ କୌଣସି ଟି-୨୦ ସିରିଜ ହାରିଥିବା ଦକ୍ଷିଣ ଆଫ୍ରିକା ଆଜିର ମ୍ୟାଚ୍‌ରେ ଗୋଟିଏ ପରିବର୍ତ୍ତନ କରିଛି। ଅନରିଚ ନୋର୍ଖିୟାଙ୍କ ବଦଳରେ ଅଲରାଉଣ୍ଡର ଡି ପ୍ରିଟୋରିୟସ ସୁଯୋଗ ପାଇଛନ୍ତି।

ଟିମ ଇଣ୍ଡିଆ:ରୋହିତ ଶର୍ମା, ଋଷଭ ପନ୍ତ, ଶ୍ରେୟସ ଆୟର, ସୂର୍ଯ୍ୟ କୁମାର ଯାଦବ, ଦୀନେଶ କାର୍ତ୍ତିକ, ଅକ୍ଷର ପଟେଲ, ରବି ଅଶ୍ୱିନ, ହର୍ଷଲ ପଟେଲ, ଦୀପକ ଚହର, ଉମେଶ ଯାଦବ ଓ ମହମ୍ମଦ ସିରାଜ।

ଦକ୍ଷିଣ ଆଫ୍ରିକା:ତେମ୍ବା ବଭୂମା, କ୍ୱିଣ୍ଟନ ଡି’କକ, ରିଲି ରୁସୋ, ଏଡେନ ମାର୍କମ, ଡାଭିଡ ମିଲର, ତ୍ରିସ୍ତାନ ଷ୍ଟବ୍ସ, ୱେନ ପାର୍ଣ୍ଣେଲ, ଡି ପ୍ରିଟୋରିୟସ, କେଶବ ମହାରାଜ,  କାଗିସୋ ରବାଡା ଓ ଲୁଙ୍ଗି ଏନଗିଡି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe