Advertisment

ଶେଷରେ ଟସ୍ ଜିତିଲେ କୋହଲି

ଲିଡ୍ସ: ଶେଷରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସପକ୍ଷରେ ଯାଇଛି ଟସ୍। ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଶେଷଥର ପାଇଁ କୋହଲି ଫେବୃଆରୀ ମାସରେ ଚେନ୍ନାଇରେ ଖେଳାଯାଇଥିବା ଟେଷ୍ଟରେ ଟସ୍ ଜିତିଥିଲେ। ଏହା ପରେ କୋହଲି ଲଗାତର ଟସ୍ ହାରିଥିଲେ। ତୃତୀୟ ଟେଷ୍ଟରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଲର୍ଡ୍ସ ଟେଷ୍ଟ ଖେଳିଥିବା ଚୂଡ଼ାନ୍ତ ଏକାଦଶ ସହ […]

ଅଦ୍ୟତନ ହୋଇଛି
ଶେଷରେ ଟସ୍ ଜିତିଲେ କୋହଲି

ind-vs-eng

Advertisment

ଲିଡ୍ସ: ଶେଷରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସପକ୍ଷରେ ଯାଇଛି ଟସ୍। ହେଡିଂଲେରେ ଆଜିଠାରୁ ଆରମ୍ଭ ହୋଇଥିବା ତୃତୀୟ ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଶେଷଥର ପାଇଁ କୋହଲି ଫେବୃଆରୀ ମାସରେ ଚେନ୍ନାଇରେ ଖେଳାଯାଇଥିବା ଟେଷ୍ଟରେ ଟସ୍ ଜିତିଥିଲେ। ଏହା ପରେ କୋହଲି ଲଗାତର ଟସ୍ ହାରିଥିଲେ।

Advertisment

ତୃତୀୟ ଟେଷ୍ଟରେ ଭାରତ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଲର୍ଡ୍ସ ଟେଷ୍ଟ ଖେଳିଥିବା ଚୂଡ଼ାନ୍ତ ଏକାଦଶ ସହ ଭାରତ ମଇଦାନକୁ ଓହ୍ଲାଇଛି। ସେହିପରି ଇଂଲଣ୍ଡ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆଉଟ୍ ଅଫ୍ ଫର୍ମରେ ଥିବା ଡମ୍ ସିବଲେଙ୍କ ସ୍ଥାନରେ ଡାୱିଡ୍ ମଲାନ୍ ଓ ଆହତ କାରଣରୁ ବାଦ୍ ପଡ଼ିଥିବା ମାର୍କ ଉଡଙ୍କ ବଦଳରେ କ୍ରେଗ୍ ଓଭରଟନଙ୍କୁ ସୁଯୋଗ ମିଳିଛି।

ସୂଚନାଯୋଗ୍ୟ, ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର’ ହୋଇଥିଲା। ଇଂଲଣ୍ଡ ଦ୍ୱାରା ଧାର୍ଯ୍ୟ ୨୦୯ ରନର ଟାର୍ଗେଟର ପିଛା କରୁଥିବା ଭାରତ ଚତୁର୍ଥ ଦିବସ ସୁଦ୍ଧା ୧ ୱିକେଟ୍ ହରାଇ ୫୨ ରନ୍ କରିଥିଲା। ପଞ୍ଚମ ଦିବସ ଖେଳକୁ ବର୍ଷା ଧୋଇ ଦେଇଥିଲା, ଯେଉଁକାରଣରୁ ମ୍ୟାଚକୁ ଡ୍ର’ ଘୋଷିତ କରାଯାଇଥିଲା। ସେହିପରି ଲର୍ଡ୍ସ ଟେଷ୍ଟକୁ ଭାରତ ୧୫୨ ରନରେ ଜିତି ସିରିଜରେ ୧-୦ରେ ଆଗୁଆ ରହିଛି।

Advertisment

https://twitter.com/BCCI/status/1430463119302610947?s=20

ଭାରତ: ରୋହିତ୍ ଶର୍ମା, ଲୋକେଶ ରାହୁଲ୍, ଚେତେଶ୍ୱର ପୂଜାରା, ବିରାଟ୍ କୋହଲି (କ୍ୟାପଟେନ୍), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ଈଶାନ୍ତ ଶର୍ମା, ମହମ୍ମଦ ଶାମି, ମହମ୍ମଦ ସିରାଜ।

ଇଂଲଣ୍ଡ: ରୋରୀ ବର୍ନସ୍, ହସୀମ ହମିଦ୍, ଡାୱିଡ୍ ମଲାନ୍, ଜୋ ରୁଟ୍ (କ୍ୟାପଟେନ୍), ଜନ୍ନି ବେୟାରଷ୍ଟୋ, ଜୋସ୍ ବଟଲର (ୱିକେଟକିପର), ମୋଇନ୍ ଅଲୀ, ସାମ୍ କୁରାନ, ଓଲି ରବିନସନ୍, କ୍ରେଗ୍ ଓଭରଟନ୍, ଜେମ୍ସ ଆଣ୍ଡରସନ୍।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe