Advertisment

ପ୍ରଥମ ଟି୨୦: ବାଂଲାଦେଶକୁ ହରାଇଲା ଭାରତୀୟ ଟିମ୍

କ୍ୟାପଟେନ୍ ହରମନପ୍ରୀତ୍ କୌରଙ୍କ ଅପରାଜିତ ୫୪ ରନ୍ ସହଯୋଗରେ ବାଂଲାଦେଶକୁ ଆଜି ମିରପୁର ଠାରେ ଖେଳାଯାଉଥିବା ପ୍ରଥମ ମହିଳା ଟି-୨୦ରେ ପରାସ୍ତ କରିଛି ଭାରତ।

author-image
Niranjan Mishra
ଅଦ୍ୟତନ ହୋଇଛି
IND WMN won by 7 wickets

IND WMN won by 7 wickets

କ୍ୟାପଟେନ୍ ହରମନପ୍ରୀତ୍ କୌରଙ୍କ ଅପରାଜିତ ୫୪ ରନ୍ ସହଯୋଗର ବାଂଲାଦେଶକୁ ଆଜି ମିରପୁର ଠାରେ ଖେଳାଯାଉଥିବା ପ୍ରଥମ ମହିଳା ଟି-୨୦ରେ ପରାସ୍ତ କରିଛି ଭାରତ। ବାଂଲାଦେଶ ମହିଳା କ୍ରିକେଟ ଟିମ୍‌କୁ ୭ ୱିକେଟରେ ପରାସ୍ତ କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍। ବାଲାଂଦେଶ ପ୍ରଥମେ ବ୍ୟାଟିଂ କରି ୧୧୪ ରନ୍‌ କରିଥିବା ବେଳେ ଭାରତ ୩ ୱିକେଟ ହରାଇ ୧୬.୨ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା।

Advertisment

ଢାକାର ଶ୍ରୀବାଂଲା ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ। ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ ହରାଇ ୧୧୪ ରନ୍‌ କରିଥିଲା। ଏହି ଦଳ ପକ୍ଷରୁ ସାଥୀ ରାଣୀ ୨୨ ରନ୍, ଶମିମା ସୁଲତାନ୍‌ ୧୭ ରନ୍, ସୋଭନା ମୋଷ୍ଟାରେ ୨୩ ରନ୍, ସୋରନା ଅକତର ୨୮, ଋତୁ ମୋନି ୧୧ ରନ୍‌ କରିଥିଲେ।

ଯାହାକୁ ଚେସ୍‌ କରି ଭାରତ ପକ୍ଷରୁ କ୍ୟାପଟେନ୍ ହରମନପ୍ରୀତ୍ ୩୫ ବଲ୍‌ରେ ୫୪ ରନ୍‌ କରିବା ସହ ଦଳକୁ ବିଜୟୀ କରିଥିଲେ। ଏହି ଜବରଦସ୍ତ ସ୍କୋର ଭିତରେ ୨ଟି ଛକା ଓ ୬ଟି ଚୌକା ଥିଲା। ଯାହା ତାଙ୍କର ଏହି ସିଜିନ୍‌ରେ ପ୍ରଥମ ଅର୍ଦ୍ଧଶତକ। ସେହିପରି ସ୍ମିତୀ ମାନ୍ଧାନା ୩୪ ବଲ୍‌ରେ ୩୮ ରନ୍ କରିଥିଲେ। ଯାହାଭିତରେ ୫ଟି ଚୌକା ଥିଲା। ଏହି ଦୁଇ ଖେଳାଳି ତୃତୀୟ ୱିକେଟରେ ୭୦ ରନ୍‌ର ପାଟନରସିପ୍ କରିଥିଲେ। ୧୭ ଓଭର ଖେଳ ଚାଲିଥିବା ବେଳେ ଭାରତୀୟ ଦଳ ୩ ୱିକେଟ ହରାଇ ୧୧୮ ରନ୍‌ କରିବା ସହ ବିଜୟ ହାସଲ କରି ନେଇଥିଲା। ଭାରତୀୟ ବୋଲିଂ ସ୍କ୍ୱାଡ୍‌ ମଧ୍ୟ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ।

Advertisment

ଏହି ବିଜୟ ସହ ତିନିଟିକିଆ ଟି୨୦ ସିରିଜ୍‌ରେ ଭାରତୀୟ ମହିଳା ଟିମ୍ ଲିଡ୍‌ ନେଇଛି।

Indian Cricket Team Bangladesh T20 Match