Advertisment

ବ୍ୟାଟରଙ୍କ ପରେ ଘାଇଲା କଲେ ରେଣୁକା ସିଂହ ଠାକୁର, ଭାରତର ଏକତରଫା ବିଜୟ

ବ୍ୟାଟିଂ ପରେ ବଲରେ କମାଲ କରିଛନ୍ତି ଦ୍ରୁତ ବୋଲର ରେଣୁକା ସିଂହ ଠାକରୁ। ସେ ୧୦ ଓଭରରେ ମାତ୍ର ୨୯ ରନ ଦେଇ ଇଣ୍ଡିଜ ଟିମର ୫ ବ୍ୟାଟରଙ୍କୁ ଆଉଟ କରିଛନ୍ତି।

IND

IND

Advertisment

କମାଲ କଲା ଭାରତର ମହିଳା କ୍ରିକେଟ ଟିମ। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଏକତରଫା ବିଜୟ ହାସଲ କରିଛି ଦଳ। ପ୍ରଥମେ ବ୍ୟାଟରମାନେ ନିଜର ଜଲୱା ଦେଖାଇ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ହରାଇ ୩୧୪ ରନ କରିଥିଲେ।

Advertisment

ବ୍ୟାଟିଂ ପରେ ବଲରେ କମାଲ କରିଛନ୍ତି ଦ୍ରୁତ ବୋଲର ରେଣୁକା ସିଂହ ଠାକରୁ। ସେ ୧୦ ଓଭରରେ ମାତ୍ର ୨୯ ରନ ଦେଇ ଇଣ୍ଡିଜ ଟିମର ୫ ବ୍ୟାଟରଙ୍କୁ ଆଉଟ କରିଛନ୍ତି। ତାଙ୍କର ଏହି ଘାତକ ବୋଲିଂ ଯୋଗୁ ୱେଷ୍ଟଇଣ୍ଡିଜ ମହିଳା ଦଳ ୨୬.୨ ଓଭରରେ ସମସ୍ତ ୱିକେଟ ହରାଇ କେବଳ ୧୦୩ ରନ କରିପାରିଛି।

ଭାରତ ଏହି ମ୍ୟାଚକୁ ରେକର୍ଡ ୨୧୧ରେ ଜିତି ୩ ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି। ଦିନିକିଆରେ ଏହା ଭାରତର ଦ୍ୱିତୀୟ ସର୍ବବୃହତ୍ତ (ରନ ବ୍ୟବଧାନ) ବିଜୟ। ଏହାପୂର୍ବରୁ ଦଳ ୨୦୧୭ରେ ଦଳ ଆୟର୍ଲ୍ୟାଣ୍ଡ ବିପକ୍ଷ ଦିନିକିଆକୁ ୨୪୯ ରନ ବ୍ୟବଧାନରେ ଜିତିଥିଲା। ସେହିପରି ୨୦୦୮ରେ ଦଳ ଚୀରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୨୦୭ ରନରେ ମାତ ଦେଇଥିଲା।

Advertisment

ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଦିନିକିଆରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତକୁ ଦମଦାର ଷ୍ଟାର୍ଟ ମିଳିଥିଲା। ଅଭିଜ୍ଞ ସ୍ମୃତି ମନ୍ଧାନାଙ୍କ ସହ ଡେବ୍ୟୁଟାଣ୍ଟ ପ୍ରତିକା ରାୱଲ ଇନିଂସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୧୧୦ ରନ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ପ୍ରତିକା ୪୪ ରନର ଇନିଂସ ଖେଳିଥିବା ବେଳେ ମନ୍ଧାତା ଶତକ ଠାରୁ ୯ ରନ ଦୂରରେ ରହିଯାଇଥିଲେ।

ସେ ୧୩ଟି ୪ ଚୌକା ବଳରେ ୯୧ ରନ କରି ଆଉଟ ହୋଇଥିଲେ। ୩ନଂରେ ବ୍ୟାଟିଂ କରୁଥିବା ହରଲୀନ ଦେୱଲ ୪୪, ଅଧିନାୟକ ହରମନପ୍ରୀତ କୌର ୩୪, ରିଚା ଘୋଷ ୧୩ ବଲରେ ୨୬, ଜେମିମା ରୋଡ୍ରିଗସ ୧୯ ବଲରେ ୩୧, ସାଇମା ଠାକୁର ୪, ତିତାସ ସାଦ୍ଧୁ ୪, ରେଣୁକା ସିଂହ ୦ ଓ ଦୀପ୍ତି ଶର୍ମା ଅପରାଜିତ ୧୨ ରନ କରିଥିଲେ। ଏଥିଯୋଗୁ ଭାରତ ୯ ୱିକେଟ ହରାଇ ୩୧୪ ରନ କରିଥିଲା।

୩୧୫ ରନର ଟାର୍ଗେଟ ପାଇଥିବା ୱେଷ୍ଟଇଣ୍ଡିଜକୁ ଆରମ୍ଭରୁ ରେଣୁକା ଘାଣ୍ଟିଥିଲେ। ଏହାପୂର୍ବରୁ ୱେଷ୍ଟଇଣ୍ଡିଜ ପ୍ରଥମ ବଲରେ ରନ ଆଉଟ ରୂପେ କ୍ୱିନା ଯୋଶେଫ (୦)ଙ୍କୁ ହରାଇଥିଲା। ତୃତୀୟ ଓଭରରୁ ରେଣୁକା ଜଲୱା ଦେଖାଇଥିଲେ। ସେ ତୃତୀୟ ଓଭରର ପ୍ରଥମ ବଲରେ ଇଣ୍ଡିଜ ଟିମର ଅଧିନାୟକ ହେଲୀ ମାଥ୍ୟୁସ(୦)ଙ୍କୁ ଆଉଟ କରିଥିଲେ। ଡି ଡୋଟିନ(୮) ରେଣୁକାଙ୍କ ଦ୍ୱିତୀୟ ଶିକାର ବନିଥିଲେ।

ରାଶାଦା ୱିଲୟମ୍ସ(୩)ଙ୍କୁ ଆଉଟ କରି ସାଦ୍ଧୁ ଇଣ୍ଡିଜକୁ ୪ର୍ଥ ଝଟକା ଦେଇଥିଲେ। ୧୧ ରନରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭ୍ରମଣକାରୀ ଦଳକୁ ରେଣୁକା ଆହୁରି ବ୍ୟାକଫୁଟକୁ ଠେଲି ଦେଇଥିଲେ। ସେ ୧୩ ରନ କରିଥିବା ଆଲିୟା ଆଲେନ ଓ ୩ ରନ କରିଥିବା ଶାବିକା ଗଜନବୀଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ଏହାପରେ ଭଲ ଲୟରେ ରହି ୨୧ ରନ କରିଥିବା ଶେମାଇନ କାମ୍ବେଲଙ୍କୁ ଆଉଟ କରି ବ୍ୟକ୍ତିଗତ ୫ ୱିକେଟ ନେବାର ସଫଳତା ହାସଲ କରିଥିଲେ।

ରେଣୁକା ନିଜର ୫ମ ୱିକେଟ ନେବା ପୂର୍ବରୁ ପ୍ରିୟା ମିଶ୍ରା ୯ ରନ କରିଥିବା ଜାମିଦା ଜେମ୍ସଙ୍କୁ ଆଉଟ କରି ସାରିଥିଲେ। ୱେଷ୍ଟଇଣ୍ଡିଜ ୬୬ ରନରେ ୮ ୱିକେଟ ହରାଇ ଥିବା ବେଳେ ତା’ ମଧ୍ୟରୁ ଏକାକୀ ରେଣୁକାଙ୍କ ଖାତାକୁ ୫ ସଫଳତା ଯାଇଥିଲା।

ଶେଷ ଦୁଇଟି ୱିକେଟ ମଧ୍ୟରୁ ଗୋଟିଏ ଦୀପ୍ତି ଶର୍ମା ଓ ଆଉ ଗୋଟିଏ ପ୍ରିୟା ମିଶ୍ରା ନେଇଛନ୍ତି। ଶାମିଲା କୋନ୍ନେଲଙ୍କୁ ଆଉଟ କରି ପ୍ରିୟା ଇଣ୍ଡିଜ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଫଳରେ ୱେଷ୍ଟଇଣ୍ଡିଜ ଟିମ ୨୬.୨ ଓଭରରେ ସମସ୍ତ ୱିକେଟ ହରାଇ ୧୦୩ ରନରେ ଅଟକି ଯାଇଥିଲା।

Indian Cricket Team Women Cricketers Indian Women Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe