Advertisment

ଅଷ୍ଟ୍ରେଲିଆର ଲଗାତର ୨୬ ମ୍ୟାଚ୍‌ର ବିଜୟ ରେକର୍ଡକୁ ଭାଙ୍ଗିଲା ଭାରତ

ନୂଆଦିଲ୍ଲୀ: ୟସ୍ତିକା ଭାଟିଆ (୬୪) ଓ ଶେଫାଳୀ ବର୍ମା (୫୬)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଅଷ୍ଟ୍ରେଲିଆର ଲଗାତର ୨୬ ମ୍ୟାଚରେ ଅପରାଜେୟ ଧାରାକୁ ମଧ୍ୟ ଭାଙ୍ଗି ଦେଇଛି। ଅନ୍ୟପକ୍ଷରେ ଆଜି ମ୍ୟାଚ୍ ହାରିଥିଲେ ହେଁ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି। ରବିବାର ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ […]

ଅଦ୍ୟତନ ହୋଇଛି
ଅଷ୍ଟ୍ରେଲିଆର ଲଗାତର ୨୬ ମ୍ୟାଚ୍‌ର ବିଜୟ ରେକର୍ଡକୁ ଭାଙ୍ଗିଲା ଭାରତ

ind

Advertisment

ନୂଆଦିଲ୍ଲୀ: ୟସ୍ତିକା ଭାଟିଆ (୬୪) ଓ ଶେଫାଳୀ ବର୍ମା (୫୬)ଙ୍କ ଅର୍ଦ୍ଧଶତକ ବଳରେ ଭାରତ ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୨ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଅଷ୍ଟ୍ରେଲିଆର ଲଗାତର ୨୬ ମ୍ୟାଚରେ ଅପରାଜେୟ ଧାରାକୁ ମଧ୍ୟ ଭାଙ୍ଗି ଦେଇଛି। ଅନ୍ୟପକ୍ଷରେ ଆଜି ମ୍ୟାଚ୍ ହାରିଥିଲେ ହେଁ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଜିତି ନେଇଛି।

Advertisment

ରବିବାର ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୪ ରନ୍ କରିଥିଲା। ଜବାବରେ ଭାରତ ୪୯.୩ ଓଭରରେ ୮ ୱିକେଟ୍ ହରାଇ ୨୬୪ ରନ୍ କରି ବିଜୟ ଲାଭ କରିଛି। ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟରେ ଭାରତୀୟ ମହିଳା ଟିମର ଏହା ରେକର୍ଡ ରନ୍ ଚେଜ୍। ତା' ପୁଣି ଅଷ୍ଟ୍ରେଲିଆ ବିପକ୍ଷରେ। ଭାରତ ପାଇଁ ଆଜି ବିଜୟ ଶଟ୍ ମାରିଥିଲେ ଝୁଲଣ ଗୋସ୍ୱାମୀ। ଗୋସ୍ୱାମୀ ମଧ୍ୟ ବୋଲିଂରେ ଦମଦାର ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

https://twitter.com/CricCrazyJohns/status/1442035263794868224?s=20

ଯଦି ଆମେ ଅନ୍ତର୍ଜାତୀୟ କ୍ରିକେଟକୁ ଦେଖିବା, ତାହେଲେ ଭାରତୀୟ କ୍ରିକେଟ୍ ଟିମ୍ (ଉଭୟ ପୁରୁଷ ଓ ମହିଳା) ହିଁ ଅଷ୍ଟ୍ରେଲିଆର ବିଜୟ ରଥକୁ ରୋକିଛି। ୨୦୦୧ରେ ଲଗାତର ଅଷ୍ଟ୍ରେଲିଆର ବିଜୟ ରଥକୁ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ରୋକିଥିଲା। କୋଲକାତା ଟେଷ୍ଟ ପୂର୍ବରୁ ଅଷ୍ଟ୍ରେଲିଆ ଲଗାତର ୧୬ଟି ମ୍ୟାଚ୍ ଜିତିଥିଲା। ଆଜି ମହିଳା ଟିମ୍ ଠିକ୍ ସେହି କାମ କରି ଦେଖାଇଛନ୍ତି। ୨୦୧୮ରେ ଭାରତକୁ ୩-୦ରେ ହରାଇବା ପରେ ଅଷ୍ଟ୍ରେଲିଆ ଟିମ୍ ଲଗାତର ୨୬ଟି ଦିନିକିଆ ଜିତି ଅପରାଜେୟ ରହିଥିଲା।

Advertisment

ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଆଶଲେ ଗାର୍ଡନର୍ ସର୍ବାଧିକ ୬୭ (୬୨ ବଲ୍, ୮ ଚୌକା, ୨ ଛକା) ରନ୍ କରିଥିବା ବେଳେ ବେଥ୍ ମୁନୀ ୫୨, ତାହିଲା ମ୍ୟାକଗ୍ରା' ୪୭, ଆଲିସା ହିଲୀ ୩୫ ଓ ଏଲିସ୍ ପେରୀ ୨୬ ରନ୍ କରିଥିଲେ। ଭାରତ ପକ୍ଷରୁ ଝୁଲଣ ଓ ପୂଜା ବସ୍ତ୍ରାକର ୩ଟି ଲେଖାଏ ୱିକେଟ୍ ନେଇଥିଲେ।

ଲକ୍ଷ୍ୟର ପିଛା କରୁଥିବା ଭାରତକୁ ଭଲ ଷ୍ଟାର୍ଟ ମିଳିଥିଲା। ଦୁଇ ଓପ୍ନର ଶେଫାଳୀ ଓ ସ୍ମୃତି ମନ୍ଧାନା ପ୍ରଥମ ୱିକେଟ୍ ପାଇଁ ୫୯ ରନ୍ ଯୋଡ଼ିଥିଲେ। ମନ୍ଧାନା ୨୨ ରନ୍ କରି ଗାର୍ଡନରଙ୍କ ଶିକାର ହୋଇଥିଲେ। ଶେଫାଳୀ ଓ ୟସ୍ତିକା ଦ୍ୱିତୀୟ ୱିକେଟ୍ ପାଇଁ ୧୦୧ ରନର ଶତକୀୟ ଭାଗିଦାରୀ କରି ଭାରତକୁ ଭଲ ସ୍ଥିତିରେ ପହଞ୍ଚାଥିଲେ। ଶେଫାଳୀ ୯୧ ବଲରେ ୭ ଚୌକା ସହ ୫୬ ରନ୍ ଓ ୟସ୍ତିକା ୬୯ ବଲରେ ୯ ଚୌକା ସହ ୬୪ ରନ୍ କରିଥିଲେ।

ମିଡଲ୍ ଅର୍ଡରରେ ରିଚା ଘୋଷ (୦), କ୍ୟାପଟେନ୍ ମିତାଲୀ ରାଜ (୧୬) ଓ ପୂଜା (୩) ନିରାଶ କରିଥିଲେ। ତେବେ ଦୀପ୍ତି ଶର୍ମା ଓ ସ୍ନେହ ରାଣା ଦମଦାର ବ୍ୟାଟିଂ କରି ଭାରତକୁ ଜିତାଇଥିଲେ। ଦୀପ୍ତି ୩୧ ଓ ସ୍ନେହ ୩୦ (୨୭ ବଲ୍, ୫ ଚୌକା) ରନ୍ କରିଥିଲେ। ଅଷ୍ଟ୍ରେଲିଆର ଆବାବେଲ ସଦରଲାଣ୍ଡ ୩ଟି ୱିକେଟ୍ ନେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe