Advertisment

ମହିଳା ଏସିଆ କପ ଫାଇନାଲ: ଭାରତର ବ୍ୟାଟିଂ

ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଭାରତୀୟ ମହିଳା ଦଳ ୮ମ ଥର ପାଇଁ ଏସିଆ କପ ଜିତିବା ଲକ୍ଷ୍ୟରେ ରହିଛି।

INDIA

INDIA

Advertisment

ମହିଳା ଏସିଆ କପ ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭାରତ। ଏହାର ଅର୍ଥ ଘରୋଇ ଟିମ ଶ୍ରୀଲଙ୍କା ପ୍ରଥମେ ବୋଲିଂ କରିବ। ଏଯାଏ ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଭାରତୀୟ ମହିଳା ଦଳ ୮ମ ଥର ପାଇଁ ଏସିଆ କପ ଜିତିବା ଲକ୍ଷ୍ୟରେ ରହିଛି। ସେପଟେ ଘରୋଇ ପରିବେଶରେ ଭାରତକୁ ମାତ ଦେଇ ଶ୍ରୀଲଙ୍କା ଟିମ ଇତିହାସ ବଦଳାଇବା ମୁଡରେ ରହିଛି। ଫାଇନାଲରେ ଦୁଇ ଦଳ ୫ଥର ମୁହାଁମୁହିଁ ହୋଇଥିବା ବେଳେ ସବୁଥର ଭାରତ ହିଁ ବାଜି ମାରିଛି। 

Advertisment

ଗ୍ରୁପ ପର୍ଯ୍ୟାୟରେ ଭାରତୀୟ ମହିଳା ଦଳ ପାକିସ୍ତାନ, ନେପାଳ ଓ ୟୁଏଇକୁ ହରାଇଥିଲା। ସେମି ଫାଇନାଲରେ ଦଳ ବାଂଲାଦେଶକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି। ସେହିପରି ଶ୍ରୀଲଙ୍କା ମଧ୍ୟ ଏଯାଏ ଅପରାଜେୟ ରହିଛି। ଦଳ ପାକିସ୍ତାନକୁ ସେମି ଫାଇନାଲରେ ହରାଇ ଫାଇନାଲ ଟିକେଟ ହାସଲ କରିଛି।

ଭାରତୀୟ ଟିମ- ସ୍ମୃତି ମନ୍ଧାନା, ଶେଫାଳି ବର୍ମା, ଉମା ଛେତ୍ରୀ, ହରମନପ୍ରୀତ କୌର, ଜେମିମା ରୋଡ୍ରିଗସ, ରିଚା ଘୋଷ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରକର, ରାଧା ଯାଦବ, ତନୁଜା କନୱର ଓ ରେଣୁକା ସିଂହ ଠାକୁର।

Advertisment

ଶ୍ରୀଲଙ୍କା ଟିମ: ବିଶମି ଗୁଣରତ୍ନେ, ଚାମିରା ଆଟାପଟୁ, ହର୍ଷିତା ସମରାବିକ୍ରମା, କବିଶା ଦିଲହରି, ନୀଳକିଶ ଡିସିଲଭା, ଅନୁଷ୍କା ସଞ୍ଜିବନୀ, ହସିନି ପରେରା, ସୁଗନ୍ଧିକା କୁମାରୀ, ଇନୋଶି ପ୍ରିୟଦର୍ଶନୀ, ଉଦେଶିକା ଓ ସଚିନି ନିଶାନସାଲା।

Women Cricket IndVsSri Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe