Advertisment

T20I Series: ଅଷ୍ଟ୍ରେଲିଆ ମାଟିରେ କଙ୍ଗାରୁ ଶିକାର, ୨-୧ରେ ଟି-୨୦ ସିରିଜ ଜିତିଲା ଭାରତୀୟ ମହିଳା ଟିମ

ବ୍ୟାଟିଂରେ ସ୍ମୃତି ମନ୍ଧାନା ନିଜର ଜଲୱା ଦେଖାଇଥିବା ବେଳେ ବୋଲିଂରେ କମାଲ କରିଛନ୍ତି ଦୁଇ ଯୁବ ସ୍ପିନର ଶ୍ରୀ ଚରଣୀ ଓ ଶ୍ରେୟଙ୍କା ପାଟିଲ। ୫୫ ବଲରେ ୮୨ ରନର ଇନିଂସ ଖେଳିଥିବା ସ୍ମୃତି ମନ୍ଧାନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

HBreQVObYAArlpT

ଭାରତୀୟ ମହିଳା ଟିମ

Advertisment

ଅଷ୍ଟ୍ରେଲିଆ ମାଟିରେ ବିଜୟ ବାନା ଉଡ଼ାଇଛି ଭାରତୀୟ ମହିଳା କ୍ରିକେଟ ଟିମ। ଆଡିଲେଡରେ ଖେଳା ଯାଇଥିବା ତୃତୀୟ ଟି-୨୦(T20)କୁ ଦଳ ୧୭ରେ ଜିତି ସିରିଜକୁ ୨-୧ରେ କବଜା କରିଛି। ପ୍ରଥମ ମ୍ୟାଚ୍‌କୁ ଦଳ(Indian Women Cricket Team) ୨୧ ରନ(ଡିଏଲଏସ୍‌)ରେ ଜିତିଥିଲା। କିନ୍ତୁ ଦ୍ୱିତୀୟ ମ୍ୟାଚରେ ଦଳ ୧୯ ରନରେ ହାରି ଯାଇଥିଲା। କିନ୍ତୁ ଆଜିର ମ୍ୟାଚ୍‌କୁ ହରମନପ୍ରୀତ କୌରଙ୍କ ଭାରତୀୟ ଟିମ ୧୭ ରନରେ ଜିତି ସିରିଜ କବଜା କରିଛି। 

Advertisment

ବ୍ୟାଟିଂରେ ସ୍ମୃତି ମନ୍ଧାନା ନିଜର ଜଲୱା ଦେଖାଇଥିବା ବେଳେ ବୋଲିଂରେ କମାଲ କରିଛନ୍ତି ଦୁଇ ଯୁବ ସ୍ପିନର ଶ୍ରୀ ଚରଣୀ ଓ ଶ୍ରେୟଙ୍କା ପାଟିଲ। ୫୫ ବଲରେ ୮୨ ରନର ଇନିଂସ ଖେଳିଥିବା ସ୍ମୃତି ମନ୍ଧାନାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ  କରୁଥିବା ଭାରତୀୟ ମହିଳା ଟିମ ମନ୍ଧାନାଙ୍କ ୮୨ ଓ ଜେମିମାଙ୍କ ୪୬ ବଲରେ ୫୯ ରନ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୭୬ ରନ କରିଥିଲା। ଏହାର ଜବାବରେ ଚରଣୀ ଓ ପାଟିଲ ୩ଟି ଲେଖାଏ ୱିକେଟ ନେବାରୁ ଅଷ୍ଟ୍ରେଲିଆ ୯ ୱିକେଟ ହରାଇ କେବଳ ୧୫୯ ରନ କରିପାରିଥିଲା। 

Advertisment

୧୭୭ ରନର ପିଛା କରୁଥିବା ଅଷ୍ଟ୍ରେଲିଆକୁ ଓପନର ଜର୍ଜିଆ ଭଲ ଓ ବେଥ ମୁନୀ ଦ୍ରୁତ ଷ୍ଟାର୍ଟ ଦେଇଥିଲେ। ରେଣୁକା ସିଂହଙ୍କ ପ୍ରଥମ ଓଭରରୁ ଉଭୟ ୧୮ ରନ ଆଦାୟ କରିଥିଲେ। କିନ୍ତୁ ଏହାପରେ ଅଷ୍ଟ୍ରେଲିଆର ଇନିଂସ ତାସର ଘର ଭଳି ଭୁଶୁଡ଼ି ପଡ଼ିଥିଲା। ପାଟିଲ ଦ୍ୱିତୀୟ ଓଭରରେ ୧୦ ରନ କରିଥିବା ଭଲଙ୍କୁ ଆଉଟ କରିଥିଲେ।

ପରବର୍ତ୍ତୀ ଓଭରରେ ମୁନୀଙ୍କୁ ପ୍ୟାଭିଲିୟନ ପଠାଇଥିଲେ ରେଣୁକା ସିଂହ ଠାକୁର। ୪ର୍ଥ ଓଭରରେ ଏଲିସ ପେରୀଙ୍କୁ ହରାଇଥିଲା ଅଷ୍ଟ୍ରେଲିଆ। ପାଟିଲ ୩.୩ ଓଭର ସୁଦ୍ଧା ଅଷ୍ଟ୍ରେଲିଆକୁ ୩୨/୩ରେ ପହଞ୍ଚାଇ ଦେଇଥିଲେ। ଅଷ୍ଟ୍ରେଲିଆ ପାୱାର ପ୍ଲେ ଶେଷ ବେଳକୁ ୩ ୱିକେଟ ହରାଇ ୪୪ ରନ କରିଥିଲା।

ଆଶଲେ ଗାର୍ଡନର ୪୫ ବଲରେ ୫୭ ରନ କରିଥିଲେ ହେଁ ଅରୁନ୍ଧତି ରେଡ୍ଡୀଙ୍କ ବଲରେ ଆଉଟ ହୋଇଥିଲେ। ସେହିପରି ଅଷ୍ଟ୍ରେଲିଆ ୧୫.୫ ଓଭର ସୁଦ୍ଧା ୬ ୱିକେଟ ହରାଇ ୧୨୮କୁ ଖସି ଆସିଥିଲା। ଶେଷରେ ଗ୍ରେସ ହାରିଶ, ସୋଫି ମୋଲିନେକ୍ସ ଓ ଆନାବେଲ ସଦରଲ୍ୟାଣ୍ଡ ମିଳିତ ଭାବେ କେବଳ ଦଳୀୟ ସ୍କୋରକୁ ୧୫୯ରେ ପହଞ୍ଚାଇବାକୁ ସକ୍ଷମ ହୋଇଥିଲେ। 

ଭାରତ ପାଇଁ ପାଟିଲ ଓ ଚରଣୀ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ରେଡ୍ଡୀ ୨ଟି ଓ ଠାକୁରଙ୍କୁ ଗୋଟିଏ ସଫଳତା ମିଳିଛି। 

T20 Indian Women Cricket Team
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe