Advertisment

ପ୍ରଥମେ ପାକିସ୍ତାନକୁ ହରାଇଲେ, ପରେ ଦୁନିଆର ହୃଦୟ ଜିତିଲେ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଚଳିତ ଆଇସିସି ମହିଳା ବିଶ୍ୱକପରେ ଧମାକେଦାର ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ପଡ଼ିଆ ଭିତରେ ଦମଦାର ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ଏମିତି କିଛି କାମ କରିଛି, ଯାହା ଟିମର ବିଜୟକୁ ଅଧିକ ସ୍ମରଣୀୟ କରିଦେଇଛି। ମ୍ୟାଚ୍ ଜିତିବା ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ଟିମର କ୍ୟାପଟେନ୍ ବିସମା ମାରୁଫଙ୍କ ଝିଅଙ୍କ ସହ ଖୁବ୍ ସମୟ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ପ୍ରଥମେ ପାକିସ୍ତାନକୁ ହରାଇଲେ, ପରେ ଦୁନିଆର ହୃଦୟ ଜିତିଲେ

indian-women

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଚଳିତ ଆଇସିସି ମହିଳା ବିଶ୍ୱକପରେ ଧମାକେଦାର ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ପଡ଼ିଆ ଭିତରେ ଦମଦାର ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆ ଏମିତି କିଛି କାମ କରିଛି, ଯାହା ଟିମର ବିଜୟକୁ ଅଧିକ ସ୍ମରଣୀୟ କରିଦେଇଛି। ମ୍ୟାଚ୍ ଜିତିବା ପରେ ଭାରତୀୟ ଖେଳାଳିମାନେ ପାକିସ୍ତାନ ଟିମର କ୍ୟାପଟେନ୍ ବିସମା ମାରୁଫଙ୍କ ଝିଅଙ୍କ ସହ ଖୁବ୍ ସମୟ ବିତାଇଥିଲେ, ଯାହାର ଫଟୋ ଓ ଭିଡିଓ ସୋଶାଲ ମିଡିଆରେ ଶେଆର୍ ହୋଇଛି। ଯିଏ ବି ଏହି ଫଟୋ ଓ ଭିଡିଓକୁ ଦେଖୁଛି, ସେମାନେ ଭାରତୀୟ ଦଳକୁ ପ୍ରଶଂସା ନକରି ରହିପାରିନାହାନ୍ତି।

Advertisment

ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଆଶା କରାଯାଉଥିବାର ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ। କିନ୍ତୁ ଭାରତ ମୁକାବିଲାକୁ ଏକତରଫା ଭାବେ ଜିତି ନେଇଥିଲା। ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ଟିମ୍ ଯେତେବେଳେ ସେମାନଙ୍କର ବସ୍ ଯୋଗେ ମଇଦାକୁ ଆସୁଥିଲେ, ସେହି ସମୟରେ ଟିମର କ୍ୟାପଟେନ୍ ମାରୁଫ୍ ନିଜ ୬ମାସ ଝିଅକୁ କୋଳରେ ଧରିଥିଲେ। ତାଙ୍କର ଏହି ଫଟୋ ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଭାଇରାଲ୍ ହେବା ପରେ ଏହାକୁ ଖୁବ୍ ପସନ୍ଦ କରାଯାଇଥିଲା। ସମସ୍ତେ ମାରୁଫଙ୍କ ଝିଅର ଝଲକ ଦେଖିବାକୁ ବ୍ୟାକୁଳ ହୋଇପଡ଼ିଥିଲେ।

https://twitter.com/ghulamabbasshah/status/1500422683082821640?s=20&t=sZ3eX_BcpsWTOXhpUKvdZw

Advertisment

https://twitter.com/ShirazHassan/status/1500415041979314177?s=20&t=P6t0owoEbMQ-Vy2AVKWo5A

ତେବେ ଯେତେବେଳେ ମ୍ୟାଚ୍ ଶେଷ ହେଲା, ଟିମ୍ ଇଣ୍ଡିଆର କିଛି ଖେଳାଳି ମାରୁଫଙ୍କ ଝିଅ ସହ ଖେଳିବାକୁ ପହଞ୍ଚି ଗଲେ। ଭାରତୀୟ ଦଳର ଭାଇସ୍-କ୍ୟାପଟେନ୍ ହରମନପ୍ରୀତ କୌର୍, ସ୍ମୃତି ମନ୍ଧାନା, ଏକତା ବିଷ୍ଟ, ଶେଫାଳୀ ବର୍ମା, ରିଚା ଘୋଷଙ୍କ ସମେତ ଆଉ କିଛି ଖେଳାଳି ମାରୁଫଙ୍କ ପାଖରେ ପହଞ୍ଚିଥିଲେ। ପରେ ଭାରତୀୟ ଖେଳାଳିମାନେ ମାରୁଫଙ୍କ କୁନି ଝିଅ ଫାତିମା ସହ କଥା ହେବାରେ ଲାଗିଲେ ଏବଂ ତା’ ସହ ଖେଳିଥିଲେ।

ପାକିସ୍ତାନର ଜଣେ ସାମ୍ବାଦିକ ଏହାର ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି ଏବଂ ଏହାକୁ ଅନ୍ୟମାନେ ମଧ୍ୟ ଶେଆର୍ କରିବାରେ ଲାଗିଛନ୍ତି। ସମସ୍ତେ ଏହି ଭିଡିଓକୁ ପ୍ରଶଂସା କରୁଛନ୍ତି ଏବଂ ଦୁଇ ଦେଶ ମଧ୍ୟ ଭଲ ସମ୍ପର୍କ ପାଇଁ ପ୍ରାର୍ଥନା କରିଛନ୍ତି।