ଭାରତର ବଡ଼ ବିଜୟ, ଇନିଂସ ଓ ୧୩୨ ରନ୍‌ରେ ହାରିଲା ଅଷ୍ଟ୍ରେଲିଆ

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ରବୀନ୍ଦ୍ର ଜାଡ଼େଜା ଧରାଶୟୀ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ସେମାନେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମ୍ନା କରି ପାରି ନଥିଲେ।

Team India PhotoBCCI Twitter

ଅଶ୍ୱିନ ଏକ ୱିକେଟ୍ ନେବା ପରେ ଉଲ୍ଲାସିତ ପୂରା ଟିମ୍

Jitendra Garnayak
  • Published: Saturday, 11 February 2023
  • Updated: 11 February 2023, 03:23 PM IST

Sports

Latest News

ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ଭାବେ ପରାସ୍ତ ହୋଇଛି ଅଷ୍ଟ୍ରେଲିଆ। ଗୋଟିଏ ଇନିଂସ ଓ ୧୩୨ ରନ୍‌ରେ ପରାସ୍ତ ହୋଇଛି ଭ୍ରମଣକାରୀ ଦଳ। ୭ଟି ୱିକେଟ୍ ନେବା ସହ ୭୦ ରନ୍ କରିଥିବା ରବୀନ୍ଦ୍ର ଜାଡେଜାଙ୍କୁ ‘ମ୍ୟାନ୍ ଅଫ ଦ ମ୍ୟାଚ୍’ ପୁରସ୍କାର ଦିଆଯାଇଛି।  

ଭାରତର ପ୍ରଥମ ଇନିଂସ ୪୦୦ ରନ୍‌ରେ ଶେଷ ହେବା ପରେ ପୁଣି ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ। ହେଲେ ପ୍ରଥମ ଇନିଂସରେ ଖରାପ ଖେଳିଥିବା ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ଆହୁରି ଖରାପ ଖେଳିଥିଲା। ଭାରତ ୨୨୩ ରନ୍‌ର ଲିଡ୍ ଦେଇଥିବା ବେଳେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇନିଂସରେ ମାତ୍ର ୯୧ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆର ପ୍ରମୁଖ ବ୍ୟାଟ୍ସରଙ୍କୁ ରବୀନ୍ଦ୍ର ଜାଡ଼େଜା ଧରାଶୟୀ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ସେମାନେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମ୍ନା କରି ପାରି ନଥିଲେ। ଦଳର କୌଣସି ବ୍ୟାଟ୍ସର ଭାରତୀୟ ବୋଲରଙ୍କୁ ଚେକ୍ ଦେବାରେ ସଫଳ ହୋଇ ନଥିଲେ।

Also Read

ଓପନର ଉସ୍‌ମାନ ଖ୍ୱାଜା ଦ୍ୱିତୀୟ ଓଭରରେ ଆଉଟ୍ ହୋଇଯାଇଥିଲେ। ଅଶ୍ୱିନଙ୍କ ବଲ୍‌ରେ ବିରାଟ କୋହଲିଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ସେ ଆଉଟ୍ ହେବା ପରେ ଡେଭିଡ୍ ୱାର୍ଣ୍ଣର ଓ ମାର୍ନସ ଲାବୁସେନ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ଦୁହେଁ କ୍ରିଜ୍‌ରେ ରହିବାକୁ ପ୍ରୟାସ କରିଥିଲେ। କିନ୍ତୁ ସଫଳ ହୋଇ ନଥିଲେ। ସେମାନଙ୍କ ଭାଗିଦାରୀରୁ ମାତ୍ର ୧୯ ରନ୍ ବାହାରିଥିଲା। ତାହା ପୁଣି ୫୪ଟି ବଲ୍‌ରେ। ୧୦.୫ ଓଭରରେ ରବୀନ୍ଦ୍ର ଜାଡ଼େଜାଙ୍କ ଦ୍ୱାରା ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ ଲାବୁସେନ। ସେ ୨୮ଟି ବଲ୍‌ରୁ ୧୭ ରନ୍ କରି ଆଉଟ୍ ହୋଇଥିଲେ।

ଲାବୁସେନ ଆଉଟ୍ ହେବା ପରେ ପ୍ରାୟ ୨/୩ ଓଭର ଛାଡ଼ି ଅଷ୍ଟ୍ରେଲିଆର ଗୋଟିଏ ଲେଖାଏଁ ୱିକେଟ୍ ପଡ଼ିଥିଲା। ଡେଭିଡ୍ ୱାର୍ଣ୍ଣର ୧୩.୫ ଓଭରରେ ଆଉଟ୍ ହୋଇଥିଲେ। ସେତେବେଳେ ଦଳୀୟ ସ୍କୋର ମାତ୍ର ୩୪ରେ ପହଞ୍ଚିଥିଲା। ଅଶ୍ୱିନ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଦେଇଥିଲେ। ସେ ୪୧ଟି ବଲ୍‌ରୁ ମାତ୍ର ୧୦ ରନ୍ କରିଥିଲେ।

ୱାର୍ଣ୍ଣର ଆଉଟ୍ ହେବା ପରେ ଗୋଟିଏ ପଟରେ ଷ୍ଟିଭେନ୍ ସ୍ମିଥ୍ ରହିଥିବା ବେଳେ ଜଣେ ପରେ ଜଣେ ବ୍ୟାଟ୍ସର ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଯାଇଥିଲେ। ମ୍ୟାଟ୍ ରେନ୍‌ଶ’ ୨, ପିଟର ହ୍ୟାଣ୍ଡସ୍କମ୍ବ ୬, ଆଲେକ୍ସ କ୍ୟାରୀ ୧୦, ପ୍ୟାଟ୍ କମିନ୍‌ସ ୧, ଟଡ୍ ମର୍ଫୀ ୨, ନାଥନ ଲିୟନ ୮ ରନ୍‌ରେ ଓ ସ୍କଟ୍ ବୋଲାଣ୍ଡ ଶୂନରେ ଆଉଟ୍ ହୋଇଥିଲେ। ଷ୍ଟିଭେନ୍ ସ୍ମିଥ୍ ୫୧ଟି ବଲ୍‌ରୁ ୨୫ ରନ୍ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ଅଶ୍ୱିନ ସର୍ବାଧିକ ୫ଟି ୱିକେଟ୍ ନେଇଥିବା ବେଳେ ରବୀନ୍ଦ୍ର ଜାଡ଼େଜା ଓ ମହମ୍ମଦ ସାମି ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି। ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ୍ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story