Advertisment

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବନି ଭାରତ!

ଗତବର୍ଷ ଏସିଆ କପ ଖେଳିବା ପାଇଁ ଭାରତୀୟ ଟିମ ପାକିସ୍ତାନ ଯାଇ ନଥିଲା। ଏହାପରେ ଏସିଆନ କ୍ରିକେଟ କାଉନସିଲ ହାଇବ୍ରିଡ ମଡେଲ ଆପଣାଇଥିଲା।

Rohit

Rohit

Advertisment

ଆସନ୍ତାବର୍ଷ ହେବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯାଇ ନପାରେ ଭାରତ। ଏସିଆ କପ ଭଳି ଚାମ୍ପିୟନ୍ସ ଟ୍ରଫି ପାଇଁ ମଧ୍ୟ ଆଇସିସି ହାଇବ୍ରିଡ୍‌ ମଡେଲ ଆପଣାଇବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି। ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ନିକଟ ଭିବଷ୍ୟତରେ ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳା ଯିବାର ମଧ୍ୟ କୌଣସି ସମ୍ଭାବନା ନାହିଁ।

Advertisment

ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଅଧ୍ୟକ୍ଷ ମୋହସିନ ନକଭୀ ସୋମବାର କହିଥିଲେ ଯେ ଯଦି ବିସିସିଆଇ ଚାମ୍ପିୟନ୍ସ ଟ୍ରଫି ଖେଳିବା ପାଇଁ ଭାରତୀୟ ଟିମକୁ ପାକିସ୍ତାନ ପଠାଇବ, ତା’ହେଲେ ଆମେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ଉପରେ ବିଚାର କରିବୁ।

କିନ୍ତୁ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “ ଦ୍ୱିପାକ୍ଷିକ ସିରିଜ କଥା ଛାଡ଼ନ୍ତୁ। ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ମଧ୍ୟ ପାକିସ୍ତାନ ନ ଯାଇପାରେ। ଚାମ୍ପିୟନ୍ସ ଟ୍ରଫି ଭେନ୍ୟୁ ପରିବର୍ତ୍ତନ କରାଯାଇ ପାରେ କିମ୍ବା ହାଇବ୍ରିଡ୍‌ ମଡେଲ ଆପଣା ଯାଇ ପାରେ।

Advertisment

ପାକିସ୍ତାନ ଯିବାକୁ ହେଲେ ଭାରତ ସରକାରଙ୍କ ଅନୁମତି ଦରକାର। ବର୍ତ୍ତମାନ ପାକିସ୍ତାନ ସହ ସମ୍ପର୍କ ଆଦୌ ଭଲ ନାହିଁ। ଚାମ୍ପିୟନ୍ସ ଟ୍ରଫି ଆଇସିସି ଇଭେଣ୍ଟ। ନିଶ୍ଚିତ ଭାବେ ଏହା ଉପରେ ନିଷ୍ପତ୍ତି ନେବା କଷ୍ଟକର।

କିନ୍ତୁ ସରକାରଙ୍କ ନିର୍ଦ୍ଦେଶ ବା ଅନୁମତି ବିନା ଭାରତୀୟ ଟିମ ପାକିସ୍ତାନ ଯାଇ ପାରିବ ନାହିଁ। ଦ୍ୱିପାକ୍ଷିକ ସିରିଜ କଥା ବିଚାରକୁ ନେଲେ, ନିକଟ ଭବିଷ୍ୟତରେ ଏହା ସମ୍ଭବ ନୁହେଁ।”

୨୦୧୨-୧୩ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଶେଷ ଦ୍ୱିପାକ୍ଷିକ ସିରିଜ ଖେଳା ଯାଇଥିଲା। ଦିନିକିଆ ସିରିଜ ଖେଳିବାକୁ ସେହି ବର୍ଷ ପାକିସ୍ତାନ ଏଠାକୁ ଆସିଥିଲା।

ଗତବର୍ଷ ଏସିଆ କପ ଖେଳିବା ପାଇଁ ଭାରତୀୟ ଟିମ ପାକିସ୍ତାନ ଯାଇ ନଥିଲା। ଏହାପରେ ଏସିଆନ କ୍ରିକେଟ କାଉନସିଲ ହାଇବ୍ରିଡ ମଡେଲ ଆପଣାଇଥିଲା। ଭାରତ ତା’ର ସବୁ ମ୍ୟାଚ୍‌ ଶ୍ରୀଲଙ୍କାରେ ଖେଳିଥିଲା। ପାକିସ୍ତାନ କିଛି ମ୍ୟାଚ୍‌ ଆୟୋଜନ କରିଥିଲା।

Bcci Pakistan Rohit Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe