/odisha-reporter/media/post_attachments/uploadimage/library/16_9/16_9_0/Ind_Vs_Afg_1705547815.jpg)
Ind Vs Afg
ଦୁଇ ଦୁଇ ଥର ସୁପର ଓଭର, ଆଉ ଶେଷରେ ବିଜୟ ହାସଲ କଲା ଭାରତ। ସିରିଜକୁ ୩-୦ରେ କଲା କ୍ଲିନ ସ୍ୱିପ୍ । ବୁଧବାର ବେଙ୍ଗାଲୁରୁରେ ଖେଳାଯାଇଥିବା ରୋମାଞ୍ଚକର ମ୍ୟାଚରେ ଆଫଗାନିସ୍ଥାନକୁ ପରାସ୍ତ କରି ସିରିଜକୁ ୩-୦ରେ କ୍ଲିନ ସ୍ୱିପ କରିଛି ଭାରତ।
ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ କରିଥିଲା। ଏକଦା ୨୨ ରନ୍ରେ ଭାରତର ୪ଟି ୱିକେଟ ଯାଇଥିବା ବେଳେ ରୋହିତ ଶର୍ମାଙ୍କ ଦମଦାର ବ୍ୟାଟିଂ ସହ ରିଙ୍କୁ ସିଂହଙ୍କ ବିସ୍ଫୋରକ ଇନିଂସ ଦ୍ୱାରା ଭାରତ ୨୦ ଓଭରରେ ୪ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ଥାନ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା।
ମ୍ୟାଚ୍ ଟାଇ ହେବାରୁ ସୁପର ଓଭର ଖେଳାଯାଇଥିଲା। ଯେଉଁଥିରେ ଆଫଗାନିସ୍ଥାନ ପ୍ରଥମେ ବ୍ୟାଟିଂ କରି ୧୬ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ବି ଗୋଟିଓ ୱିକେଟ ହରାଇ ୧୬ ରନ କରିଥିଲା। ଫଳରେ ଦ୍ୱିତୀୟ ଥର ଲାଗି ସୁପର ଓଭର ଖେଳାଯାଇଥିଲା।
ଭାରତ ପ୍ରଥମେ ବ୍ୟାଟିଂ କରି ଗୋଟିଏ ଓଭରରେ ୧୧ ରନ ସଂଗ୍ରହ କରିଥିଲା। ଜବାବରେ ଆଫଗାନିସ୍ଥାନ ମାତ୍ର ୧ ରନରେ ୨ ଟି ୱିକେଟ ହରାଇ ମ୍ୟାଚ ହାରିଥିଲା। ସ୍ପିନର ରବି ବିଷ୍ମୋୟୀ ୧ ରନ ଦେଇ ଦୁଇଟି ୱିକେଟ ନେଇଥିଲେ। ଭାରତର ଅଧିନାୟକ ରୋହିତ ଶର୍ମା ମ୍ୟାନ ଫ ଦି ମ୍ୟାଚ୍ ହୋଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
