Advertisment

ଟି-୨୦ ବିଶ୍ୱକପ ଫାଇନାଲ: ଟସ୍‌ ଜିତିଲା ଭାରତ

ଭାରତ ଦୀର୍ଘ ୧୧ ବର୍ଷ ହେଲା ଆଇସିସି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମଥର ବିଶ୍ୱକପ ଫାଇନାଲ ଖେଳୁଛି।

author-image
Hemant Lenka
ଅଦ୍ୟତନ ହୋଇଛି
Toss

Toss

ଦୀର୍ଘ ୨୯ ଦିନ ୫୪ରୁ ଅଧିକ ମ୍ୟାଚ୍‌ ପରେ ଆଜି ଅନୁଷ୍ଠିତ ହେଉଛି ଟି-୨୦ ବିଶ୍ୱକପ ଫାଇନାଲ। ମୁହାଁମୁହିଁ ହେଉଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା। ଭାରତ ଦୀର୍ଘ ୧୧ ବର୍ଷ ହେଲା ଆଇସିସି ଟ୍ରଫି ହାତେଇବା ଲକ୍ଷ୍ୟରେ ରହିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମଥର ବିଶ୍ୱକପ ଫାଇନାଲ ଖେଳୁଛି। ୨୦୧୩ ପରେ ଭାରତ କେବେ ହେଲେ ଆଇସିସି ଟ୍ରଫି ଜିତି ନାହିଁ। 

Advertisment

ଆଜିର ମ୍ୟାଚ୍‌ରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ବ୍ରିଜଟାଉନ୍ (ବାରବାଡୋସ୍)ର କେନ୍ସିଙ୍ଗଟନ୍ ଓଭାଲରେ ଏଡେନ ମାର୍କରମଙ୍କ ଦକ୍ଷିଣ ଆଫ୍ରିକା ବୋଲିଂ କରିବ। ୮ଟି ଟି-୨୦ ବିଶ୍ୱକପ ଫାଇନାଲରୁ ଟସ୍‌ ଜିତିଥିବା ଦଳ ୭ଥର ଟ୍ରଫି ହାତେଇଛନ୍ତି। ଆଜି ଏଥିରେ କିଛି ପରିବର୍ତ୍ତନ ହେବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ୨୦୦୭ରେ ଭାରତୀୟ ଟିମ ବିଶ୍ୱକପ ଫାଇନାଲରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିଲା। ଏଥିସହ ମ୍ୟାଚ୍‌ ମଧ୍ୟ ଜିତିଥିଲା।

ମ୍ୟାଚ୍‌ ଉପରେ ବର୍ଷାର ଆଶଙ୍କା ଥିବାରୁ ଆଇସିସି ରିଜର୍ଭ ଡେ’ର ବ୍ୟବସ୍ଥା କରିଛି। ଆଜି ଯଦି ମ୍ୟାଚ୍‌ ବର୍ଷା ଯୋଗୁ ଅଧାରେ ଅଟକେ, ତା’ହେଲେ କାଲି ପୁଣି ସେହିଠାରୁ ଆରମ୍ଭ ହେବ।

Advertisment

ଉଭୟ ଦଳ ଏଯାଏ ବିଶ୍ୱକପରେ ଅପରାଜେୟ ରହିଛନ୍ତି। ଭାରତ ଶକ୍ତିଶାଳୀ ଇଂଲଣ୍ଡକୁ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ଆଫଗାନିସ୍ତାନକୁ ହରାଇଥିଲା। ତେଣୁ ଆଜି ଫାଇନାଲରେ ଉଭୟ ଦଳ ସେମାନଙ୍କ ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରି ନାହାନ୍ତି।

ବ୍ରିଜଟାଉନ୍ (ବାରବାଡୋସ୍)ର କେନ୍ସିଙ୍ଗଟନ୍ ଓଭାଲ ଟିମ ସାଧାରଣତଃ ପେସ୍‌ ବୋଲରଙ୍କୁ ସୁହାଇଥାଏ। ତଥାପି ଭାରତ ୱିନିଂ କମ୍ବିନେସନର ସହ ୩ ସ୍ପିନରଙ୍କୁ ନେଇ ମୈଦାନକୁ ଓହ୍ଲାଇଛି। ଦକ୍ଷିଣ ଆଫ୍ରିକା ଦଳରେ ମଧ୍ୟ କେଶବ ମହାରାଜ ଓ ତାବ୍ରାଇଜ ସାମସିଙ୍କ ଭଳି ସ୍ପିନର ରହିଛନ୍ତି।

T20 Match T20 World Cup T20 Cricket INDvsSA